କେମିତି ମଲେ ଚାଷୀ ‘ହାଡୁ’: କାରଣ କହିଲେ କୃଷିମନ୍ତ୍ରୀ

ଭୁବନେଶ୍ୱର: ବରଗଡ଼ର ଚାଷୀ ହାଡୁ ବଗର୍ତ୍ତୀ ଋଣ ଭାର ବା ଚାଷ କ୍ଷତି ଯୋଗୁଁ ଆତ୍ମହତ୍ୟା କରିନାହାନ୍ତି। ପାରିବାରିକ କଳହ କାରଣରୁ ଆତ୍ମହତ୍ୟା କରିଛନ୍ତି। ଜମିରେ ସାର ପ୍ରୟୋଗକୁ କେନ୍ଦ୍ରକରି ହାଡୁ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଭାରକ୍ରାନ୍ତ ହୋଇ ହାଡୁ କୀଟନାଶକ ଖାଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଆଜି କୃଷିମନ୍ତ୍ରୀ […]

pradeep -moharathi

pradeep -moharathi

Rakesh Mallick
  • Published: Saturday, 04 March 2017
  • Updated: 04 March 2017, 09:20 PM IST

Sports

Latest News

ଭୁବନେଶ୍ୱର: ବରଗଡ଼ର ଚାଷୀ ହାଡୁ ବଗର୍ତ୍ତୀ ଋଣ ଭାର ବା ଚାଷ କ୍ଷତି ଯୋଗୁଁ ଆତ୍ମହତ୍ୟା କରିନାହାନ୍ତି। ପାରିବାରିକ କଳହ କାରଣରୁ ଆତ୍ମହତ୍ୟା କରିଛନ୍ତି। ଜମିରେ ସାର ପ୍ରୟୋଗକୁ କେନ୍ଦ୍ରକରି ହାଡୁ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଭାରକ୍ରାନ୍ତ ହୋଇ ହାଡୁ କୀଟନାଶକ ଖାଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଆଜି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି।

ସେ କହିଛନ୍ତି,“ହାଡୁ ବଗର୍ତ୍ତୀ ନିମ୍ନ ମଧ୍ୟବିତ୍ତ ଚାଷୀ। ତାଙ୍କର ନିଜ ନାଁରେ ୩ଏକର ଚାଷ ଜମି ଓ ପତ୍ନୀଙ୍କ ନାଁରେ ୧.୭୪ ଏକର ଜମି ରହିଛି। ସେମାନେ ଧାନ ସହିତ ଏକ ଏକର ଜମିରେ ପନିପରିବା ଚାଷ କରନ୍ତି।”

ଏଲ୍‌ଆଇ ପଏଣ୍ଟରେ ପାଣି ଛଡ଼ା ନ ଯିବାରୁ ହାଡୁ ଆତ୍ମହତ୍ୟା କରିଛନ୍ତି ପ୍ରଶ୍ନର ଉତ୍ତରରେ ମହାରଥୀ କହିଛନ୍ତି,“ହାଡୁଙ୍କର ଗୋଟିଏ ଏଲ୍‌ଆଇ ପଏଣ୍ଟ ରହିଥିଲା। ସେଥିରେ ବିଭିନ୍ନ ସମୟରେ ବିଦ୍ୟୁତ ବିଭ୍ରାଟ ଦେଖାଦିଏ। ଅଭିଯୋଗ ହେଲେ ବିଦ୍ୟୁତ ବିଭାଗ କର୍ମଚାରୀମାନେ ଆସି ସଜାଡି ଦିଅନ୍ତି ବୋଲି ଗାଁ ଲୋକେ କହିଛନ୍ତି।”

କେନ୍ଦୁଝରରେ ଚାଷୀମାନେ ବିଲାତି ନଷ୍ଟକୁ ନେଇ ସେ କହିଛନ୍ତି,“କେନ୍ଦୁଝର ଜିଲ୍ଲା ୭୪୦୦ ହେକ୍ଟର ଜମିରେ ବିଲାତି ଚାଷ ହୋଇଥିଲା। ସେଥିରୁ ୧,୧୪୦୦୦ ମେଟ୍ରିକ୍‌ ଟନ ବିଲାତି ଉତ୍ପାଦନ ପାଇଁ ଉଦ୍ୟାନ କୃଷି ବିଭାଗ ଲକ୍ଷ୍ୟ ରଖାଥିଲା। ତେବେ ଯେଉଁ ସମୟରେ ବିଲାତି ଉତ୍ପାଦନ ହୋଇଥିଲା ସେତେବେଳେ ଦାମ କମ୍‌ ରହିଥିଲା। ଫଳରେ ଏପରି ସ୍ଥିତି ଉପୁଜିଥିଲା। ପରେ ଜିଲ୍ଲାପାଳ ନୈପଡ଼ା ଓ ଧତିଗାଁ ଗସ୍ତକରି ବଜାରରେ ବିଲାତି ବିକ୍ରି କରିବାକୁ ଚାଷୀଙ୍କୁ ପରାମର୍ଶ ଦେଇଥିଲେ। ଏବେ କୌଣସି ଅସୁବିଧା ହେଉନି।”

ଗୃହରେ ମନ୍ତ୍ରୀଙ୍କ ଏପରି ଉତ୍ତର ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ଉତ୍କଳ କୋପରେଟିଭ ବ୍ୟାଙ୍କରୁ ଋଣ ଆଣି ହାଡୁ ଚାଷ କରିଥିଲା। ମାତ୍ର ଠିକ୍‌ ଭାବେ ବିଦ୍ୟୁତ ସଂଯୋଗ ନହେବାରୁ ଚାଷ ଜମିରେ ପାଣି ମାଡି ପାରିଲାନାହିଁ। ଫଳରେ ଚାଷ ନଷ୍ଟ ହେଲା। ଏପରିସ୍ଥଳରେ ମନ୍ତ୍ରୀଙ୍କ ଏପରି ବୟାନ ଦୁର୍ଭାଗ୍ୟ ଜନକ ଓ ନିନ୍ଦନୀୟ।”

କଂଗ୍ରେସ ବିଧାୟକ ଭୁଜବଳ ମାଝି କହିଛନ୍ତି,“ବିପଦରେ ସରକାର ଚାଷୀଙ୍କୁ କୌଣସି ସହାନୁଭୁତି ଦେଖାନ୍ତି ନାହିଁ। କିନ୍ତୁ ଚାଷୀଙ୍କୁ ନିନ୍ଦା କରନ୍ତି। ଏହାର ଜବାବ ଚାଷୀମାନେ ନିଶ୍ଚିତ ଦେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos