ଦିଲ୍ଲୀ ଏମ୍‌ସରେ ନିଯୁକ୍ତି ସୁଯୋଗ: ୧୫୦ ପଦବୀ ପାଇଁ ମଗାଯାଇଛି ଦରଖାସ୍ତ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍‌ସ (ଏମ୍‌ସ)ରେ ୧୫୦ ଆସିଷ୍ଟାଣ୍ଟ ପ୍ରଫେସର ଓ ଅଧ୍ୟାପକ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଏହାର ଅଫିସିଆଲ୍‌ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଜାଣି ରଖନ୍ତୁ ଏ ସମ୍ପର୍କରେ କିଛି ଆବଶ୍ୟକ ସୂଚନା।
ପଦବୀ: ଆସିଷ୍ଟାଣ୍ଟ ପ୍ରଫେସର ଓ ଅଧ୍ୟାପକ (ନର୍ସିଂ)
ପଦବୀ ସଂଖ୍ୟା: ୧୫୦
ଯୋଗ୍ୟତା ଓ ବୟସ ସୀମା: ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ କଲେଜ୍‌ରୁ ଏ ସମ୍ପର୍କିତ ପାଠ୍ୟ ବିଷୟରେ ପୋଷ୍ଟ ଗ୍ରାଜୁଏସନ କରିଥିବା ଆବଶ୍ୟକ। ଏହାସହ ପଢ଼ାଇବାର ଅଭିଜ୍ଞତା ଥିବା ଆବଶ୍ୟକ। ଏଥିପାଇଁ ବୟସ ସୀମା ସର୍ବାଧିକ ୫୦ ବର୍ଷ ରଖାଯାଇଛି। ଏସ୍‌ସି/ଏସ୍‌ଟିଙ୍କ ପାଇଁ କୌଣସି ବୟସ ସୀମା ରଖାଯାଇନାହିଁ।
ଚୟନ ପ୍ରକ୍ରିୟା: ସାକ୍ଷାତକାର ଆଧାରରେ ପ୍ରାର୍ଥୀ ଚୟନ କରାଯିବ।
ଦରମା: ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ୧ ଲକ୍ଷ ୧ ହଜାର ୫୦୦ ଟଙ୍କାରୁ ୧ ଲକ୍ଷ ୬୭ ହଜାର ୪୦୦ ଟଙ୍କା। ଅଧ୍ୟାପକ (ନର୍ସିଂ) ପାଇଁ ୬୭ ହଜାର ୭୦୦ ଟଙ୍କାରୁ ୨ ଲକ୍ଷ ୮ ହଜାର ୭୦୦ ଟଙ୍କା।
ଆବେଦନ ଫି: ଓବିସି ଓ ସାଧାରଣ ବର୍ଗଙ୍କ ପାଇଁ ୫୦୦ ଟଙ୍କା। ଏସ୍‌ସି କିମ୍ବା ଏସ୍‌ଟିଙ୍କ ପାଇଁ ୧୦୦ ଟଙ୍କା
ଆବେଦନର ଶେଷ ତାରିଖ: ୯ ଜୁଲାଇ ୨୦୧୮
କେମିତି କରିବେ ଆବେଦନ: ଏହାର ୱେବ୍‌ସାଇଟ୍‌ www.aiims.edu ଯାଇ ଆବେଦନ କରିପାରିବେ। ଏତତ୍‌ ବ୍ୟତୀତ ଆବଶ୍ୟକ କାଗଜପତ୍ର ସହ ତଳେ ଦିଆଯାଇଥିବା ଠିକଣାକୁ ଯାଇ ମଧ୍ୟ ଆବେଦନ କରିପାରିବେ।
ଠିକଣା ହେଲା:  The Administrative Officer, Administrative Block, First Floor, All India Institute of Medical Sciences, Ansari Nagar, New Delhi-110029