ଆଇନଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣ ପାଇଁ ହେଲା ଏସଓପି ବ୍ୟବସ୍ଥା

ଭୁବନେଶ୍ୱର: ବନ୍ଦ, ରେଳରୋକ ଓ ରାସ୍ତାରୋକ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର କଲେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡିୟୋର ବା ଏସଓପି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ଷ୍ଟାଣ୍ଡିଙ୍ଗ କମିଟି ଗଠନ ହେବ। ଆନ୍ଦୋଳନ କିମ୍ୱା ବନ୍ଦ ବେଳେ ସମସ୍ତ ଘଟଣାର ଭିଡିଓ ରେକର୍ଡିଂ କରିବ ପୋଲିସ। ସେହିପରି ଏହି ସମୟରେ ସାଧାରଣ ଲୋକଙ୍କ ଧନ ସମ୍ପତ୍ତିର କ୍ଷତି ହେଲେ ଏହାକୁ ରେଡ ଫ୍ଲାଗ କେସର ଶ୍ରେଣୀଭୁକ୍ତ କରିବାକୁ ଏସଓପିରେ କୁହାଯାଇଛି। ବନ୍ଦ, […]

sop

sop

Rakesh Mallick
  • Published: Sunday, 13 December 2015
  • Updated: 13 December 2015, 02:31 PM IST

ଭୁବନେଶ୍ୱର: ବନ୍ଦ, ରେଳରୋକ ଓ ରାସ୍ତାରୋକ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର କଲେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡିୟୋର ବା ଏସଓପି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ଷ୍ଟାଣ୍ଡିଙ୍ଗ କମିଟି ଗଠନ ହେବ। ଆନ୍ଦୋଳନ କିମ୍ୱା ବନ୍ଦ ବେଳେ ସମସ୍ତ ଘଟଣାର ଭିଡିଓ ରେକର୍ଡିଂ କରିବ ପୋଲିସ। ସେହିପରି ଏହି ସମୟରେ ସାଧାରଣ ଲୋକଙ୍କ ଧନ ସମ୍ପତ୍ତିର କ୍ଷତି ହେଲେ ଏହାକୁ ରେଡ ଫ୍ଲାଗ କେସର ଶ୍ରେଣୀଭୁକ୍ତ କରିବାକୁ ଏସଓପିରେ କୁହାଯାଇଛି।

ବନ୍ଦ, ଧାରଣା, ରାସ୍ତାରୋକ, ବିକ୍ଷୋଭ ବେଳେ ଉତ୍ତେଜନା ସୃଷ୍ଟି ହୋଇ ହେଥିବା କ୍ଷୟକ୍ଷତି ରୋକିବାକୁ ଗୃହ ବିଭାଗ ଏହି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଜିଲ୍ଲାସ୍ତରରେ ଗଠନ ହେବ ଏକ ଷ୍ଟାଣ୍ଡିଂ କମିଟି। ଏଥିରେ ଜିଲ୍ଲାପାଳ ଅଧ୍ୟକ୍ଷ ଏବଂ ଏସପି ଅବାହକ ରହିବେ। ବନ୍ଦ ଓ ଆନ୍ଦୋଳନ ପୂର୍ବରୁ ଗୁଇନ୍ଦା ସୂଚନା ଉପରେ ଏସଓପିରେ ଅଧିକ ଗୁରୁତ୍ୱ ଦିଆଯାଇଛି। କେତେ ଆନ୍ଦୋଳନକାରୀ ସାମିଲ ହେବେ ସେମାନଙ୍କ କାର୍ଯ୍ୟକଳାପ ଉପରେ ଆଗୁଆ ସୂଚନା ସଂଗ୍ରହ କରି ପୋଲିସ ନିଜର ଋଣନୀତି ପ୍ରସ୍ତୁତ କରିବ। ସମ୍ୱେଦନଶୀଳ ପ୍ରସଙ୍ଗରେ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିବେ। ସେହିପରି ସମସ୍ତ ଘଟଣାର ଭିଡିଓ ରେକର୍ଡିଂ କରାଯିବ।

ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ସେ ସମ୍ପର୍କରେ ତୁରନ୍ତ ରାଜ୍ୟ ସରକାରଙ୍କୁ ଅବଗତ କରିବାକୁ ଏଥିରେ କୁହାଯାଇଛି। ସେହପିରି ସ୍ଥାନୀୟ ପୋଲିସ ସମସ୍ତ ଘଟଣା ବିଷୟରେ ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ଅବଗତ କରିବେ। ଆବଶ୍ୟକ ହେଲେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯିବ ନେଇ ଏସଓପିରେ ଉଲ୍ଲେଖ ରହିଛି। ଧନ ସମ୍ପତ୍ତିର କ୍ଷତି ହେଲେ ଏହାର ଆକଳନ କରାଯାଇ ଆନ୍ଦୋଳନକାରୀଙ୍କ ବିରୋଧରେ ମାମଲା ରୁଜୁ ସହ ୧୫ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରାଯିବ। ଏସବୁ ଘଟଣାକୁ ରେଡ ଫ୍ଲାଗ କେସର ଶ୍ରେଣୀଭୁକ୍ତ କରିବାକୁ ଏସଓପିରେ କୁହାଯାଇଛି।

ତେବେ ବହୁ ସମୟରେ ଆନ୍ଦୋଳନକାରୀ ଓ ସାଧାରଣ ଲୋକଙ୍କ ଉପରେ ପୋଲିସର ମାତ୍ରଧିକ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୋଗ ହେଇଛି। ଏଭଳି ସ୍ଥିତିରେ ଏହି ଏସଓପି କେତେଦୂର କାର୍ଯ୍ୟକାରୀ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos