ଆଜି ନନ୍ଦ ଉତ୍ସବ

srikrishnaଭୁବନେଶ୍ୱର: ଆଜି ନନ୍ଦ ଉତ୍ସବ। ଶ୍ରୀକ୍ଷେତ୍ର ସହ ବିଭିନ୍ନ ମନ୍ଦିରରେ ଆନନ୍ଦଉଲ୍ଲାସରେ ନନ୍ଦ ଉତ୍ସବ ପାଳିତ ହେଉଛି। ଧରାପୃଷ୍ଟରେ ଶ୍ରୀକୃଷ୍ଣଙ୍କ ଜନ୍ମ ଖବର ପାଇ ସାରା ଗୋପପୁରବାସୀ ଉତ୍ସବ ମନାଇଛନ୍ତି।

ଗତକାଲି ଜନ୍ମାଷ୍ଟମୀ ଥିବାରୁ ସାରା ରାଜ୍ୟ ଉତ୍ସବ ମୁଖର ହୋଇଥିବା ବେଳେ ଆଜି ନନ୍ଦ ଉତ୍ସବ। ଏଥିପାଇଁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର, ଭୁବନେଶ୍ୱର ଇସ୍‌କନ୍‌ ମନ୍ଦିର ପରି ଅନ୍ୟାନ୍ୟ ମନ୍ଦିରରେ ସ୍ୱତନ୍ତ୍ର ପୂଜା ଆୟୋଜନ କରାଯାଉଛି। ସକାଳ ସାଢେ ୭ଟାରେ ଇସ୍‌କନ୍‌ ମନ୍ଦିରରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି।