ବାଲେଶ୍ୱର: ଅଗ୍ନି-୧ର ବ୍ୟାବହାରିକ ପରୀକ୍ଷଣ ସଫଳ

ବାଲେଶ୍ୱର: ଆଜି ମଧ୍ୟମ ଦୂରଗାମୀ ଆଣବିକ କ୍ଷମତା ସମ୍ପନ୍ନ ବାଲାଷ୍ଟିକ୍ କ୍ଷେପଣାତ୍ସ ଅଗ୍ନି-୧ର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ସକାଳ ଠିକ୍ ୧୦ଟା୨ ମିନିଟରେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଡକ୍ଟର ଅବଦୁଲ କଲାମ ଆଇଲାଣ୍ଡ ସ୍ଥିତ ୪ନମ୍ୱର ଲଞ୍ଚପ୍ୟାଡରୁ ଅଗ୍ନି-୧କୁ ଉତକ୍ଷେପଣ କରାଯାଇଥିଲା। ପରୀକ୍ଷଣ ସଫଳ ହୋଇଥିବା ନେଇ ସୂଚନା ଦିଆଯାଇଛି। ଡିଆରଡିଓ ଏବଂ ଭାରତ୍ ଡାୟନାମିକ୍ ଲିମିଟେଡ଼ର ମିଳିତ ଉଦ୍ୟମରେ ପ୍ରସ୍ତୁତ ଅଗ୍ନି-୧ ମିସାଇଲ୍ ସ୍ଥଳପଥରୁ ସ୍ଥଳପଥକୁ ୭ଶହରୁ ୧୨୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। […]

agnee-1

agnee-1

Rakesh Mallick
  • Published: Friday, 27 November 2015
  • Updated: 27 November 2015, 07:10 AM IST

[caption id="attachment_53263" align="alignleft" width="150"]agnee-1 ଅଗ୍ନି କ୍ଷେପଣାସ୍ତ୍ର ଫାଇଲ୍ ଫଟୋ[/caption]

ବାଲେଶ୍ୱର: ଆଜି ମଧ୍ୟମ ଦୂରଗାମୀ ଆଣବିକ କ୍ଷମତା ସମ୍ପନ୍ନ ବାଲାଷ୍ଟିକ୍ କ୍ଷେପଣାତ୍ସ ଅଗ୍ନି-୧ର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ସକାଳ ଠିକ୍ ୧୦ଟା୨ ମିନିଟରେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଡକ୍ଟର ଅବଦୁଲ କଲାମ ଆଇଲାଣ୍ଡ ସ୍ଥିତ ୪ନମ୍ୱର ଲଞ୍ଚପ୍ୟାଡରୁ ଅଗ୍ନି-୧କୁ ଉତକ୍ଷେପଣ କରାଯାଇଥିଲା। ପରୀକ୍ଷଣ ସଫଳ ହୋଇଥିବା ନେଇ ସୂଚନା ଦିଆଯାଇଛି।

ଡିଆରଡିଓ ଏବଂ ଭାରତ୍ ଡାୟନାମିକ୍ ଲିମିଟେଡ଼ର ମିଳିତ ଉଦ୍ୟମରେ ପ୍ରସ୍ତୁତ ଅଗ୍ନି-୧ ମିସାଇଲ୍ ସ୍ଥଳପଥରୁ ସ୍ଥଳପଥକୁ ୭ଶହରୁ ୧୨୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଏହି କ୍ଷେପଣାସ୍ତ୍ରରେ ୧ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପରମାଣୁ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ। କଠିନ ଇନ୍ଧନ ବ୍ୟବହାର କରାଯାଉଥିବା ଏହି ମିସାଇଲକୁ ଉଭୟ ରୋଡ୍ ଏବଂ ରେଳଲାଇନରୁ ଉତକ୍ଷେପଣ କରାଯାଇପାରିବ। ଏହାର ଗତି ସେକେଣ୍ଡ ପ୍ରତି ଅଢେଇ କିଲୋମିଟର ରହିଛି।

୧୫ମିଟର ଲମ୍ୱ, ୧୨ଟନ୍ ଓଜନର ଏହି ଅଗ୍ନି-୧ କ୍ଷେପଣାସ୍ତ୍ରକୁ ଗତ ୧୯୮୯ ମସିହାରେ ବାଲେଶ୍ୱର ଚାନ୍ଦିପୁର ପରୀକ୍ଷା କେନ୍ଦ୍ରରୁ ପ୍ରଥମ ଥର ପାଇଁ ପରୀକ୍ଷା କରାଯାଇଥିଲା। ସ୍ଥଳସେନାର ଷ୍ଟ୍ରାଟେଜିକ୍ ଫେ।ର୍ସ କମାଣ୍ଡ ତରଫରୁ କରାଯାଉଥିବା ଏହି ପରୀକ୍ଷା ପାଇଁ ଡିଆରଡିଓର ଇଣ୍ଟିଗ୍ରେଟେଡ୍ ଟେଷ୍ଟ୍ ରେଞ୍ଜ୍ ବା ଆଇଟିଆର ତରଫରୁ ଭିତ୍ତିଭୂମି ଯୋଗାଇ ଦିଆଯାଇଛି। ଏହି ବ୍ୟବହାରିକ ପରୀକ୍ଷା ପଦ୍ଧତ୍ତିର ଯାଞ୍ଚ ପାଇଁ ସ୍ଥଳସେନାର ବରିଷ୍ଠ ଅଧିକାରୀ ଓ ପ୍ରତିରକ୍ଷା ବିଭାଗର ‌ଅଗ୍ନିର ପ୍ରକଳ୍ପ ନିଦ୍ଦେର୍ଶିକା ତଥା ମିସାଇଲ୍ ଓମେନ ଭାବେ ପରିଚିତ ବୈଜ୍ଞାନିକ ତେଜି ଥୋମାସଙ୍କ ସମେତ ବରିଷ୍ଠ ବୈଜ୍ଞାନିକ ମାନେ ଆଇଲାଣ୍ଡରେ ଉପସ୍ଥିତ ରହିଛନ୍ତି। ପାଗ ଅନୁକୂଳ ରହିଲେ ନିର୍ଦ୍ଧାରିତ ସମୟରେ ଏହି ପରୀକ୍ଷଣ କରାଯିବ ବୋଲି ପ୍ରତିରକ୍ଷା ବିଭାଗ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos