ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ପ୍ରତାପ ଦେବ ହେଲେ ଦଳୀୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ପ୍ରତାପ ଦେବ ମନୋନୀତ ହୋଇଛନ୍ତି । ଆଜି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ତାଙ୍କୁ ମନୋନୀତ କରାଯାଇଛି। ଏଥିସହ ମୋଟ ୯ଟି ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା ହୋଇଛି। ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ପ୍ରସ୍ତାବ ଆଗତ ହୋଇଛି। ଏହା ରାଜ୍ୟସ୍ତରରେ ପାଳନ କରାଯିବ । ଏହାସହ ଜାତୀୟସ୍ତରରେ ଏହାକୁ ପାଳନ କରାଯିବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ। ସେହିପରି ଓଡ଼ିଆ ଭାଷାର ଅଭିବୃଦ୍ଧି ନିମନ୍ତେ ପଦକ୍ଷେପ ନିଆଯିବ। ରାଜ୍ୟରେ […]

bjddd

bjddd

Rakesh Mallick
  • Published: Wednesday, 23 September 2015
  • Updated: 23 September 2015, 09:28 AM IST

Sports

Latest News

bjdଭୁବନେଶ୍ୱର: ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ପ୍ରତାପ ଦେବ ମନୋନୀତ ହୋଇଛନ୍ତି । ଆଜି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ତାଙ୍କୁ ମନୋନୀତ କରାଯାଇଛି। ଏଥିସହ ମୋଟ ୯ଟି ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା ହୋଇଛି। ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ପ୍ରସ୍ତାବ ଆଗତ ହୋଇଛି। ଏହା ରାଜ୍ୟସ୍ତରରେ ପାଳନ କରାଯିବ । ଏହାସହ ଜାତୀୟସ୍ତରରେ ଏହାକୁ ପାଳନ କରାଯିବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ। ସେହିପରି ଓଡ଼ିଆ ଭାଷାର ଅଭିବୃଦ୍ଧି ନିମନ୍ତେ ପଦକ୍ଷେପ ନିଆଯିବ। ରାଜ୍ୟରେ ଭାଷା ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନେଇ ମଧ୍ୟ ପ୍ରସ୍ତାବ ରହିଛି। ୨୦୧୪ ନିର୍ବାଚନ ଇସ୍ତାହାରର ପ୍ରତିଶ୍ରୁତିର କାର୍ଯ୍ୟକାରିତା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। କେନ୍ଦ୍ରୀୟ ଅବହେଳା ଓ ପକ୍ଷପାତିତା ବିରୋଧରେ ବିଜେଡି ପ୍ରସଙ୍ଗ ଭିତ୍ତିକ ଲଢେଇ କରିବ । ସମ୍ଭାବ୍ୟ ସ୍ୱଳ୍ପ ବୃଷ୍ଟିପାତ ଜନିତ ଶସ୍ୟହାନୀ ପରିସ୍ଥିତି ଓ ମରୁଡିଜନିତ ସହାୟତା ପ୍ରସ୍ତାବ ମଧ୍ୟ ଆଗତ କରାଯାଇଛି। ଏଥିସହ କାର୍ଯ୍ୟକାରିଣୀରେ ସମବାୟ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ଐତିହାସିକ ବିଜୟ, ରାଜ୍ୟବାସୀଙ୍କ ପାଇଁ ଖାଦ୍ୟ ସୁରକ୍ଷା, ନୂତନ ଶିଳ୍ପନୀତିରେ ନିଯୁକ୍ତି ସୁଯୋଗ ଏବଂ ଦରଦାମ୍ ନିୟନ୍ତ୍ରଣରେ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।

ରାହୁଲ ଗାନ୍ଧିଙ୍କ ପଦଯାତ୍ରା, କେନ୍ଦ୍ରମନ୍ତ୍ରୀମାନଙ୍କର ଘନଘନ ଓଡିଶା ଗସ୍ତ ଭିତରେ ବିଜେଡି ଆରମ୍ଭ କରୁଛି ଲୋକସମ୍ପର୍କ ପଦଯାତ୍ରା। ଅକ୍ଟୋବର ୨ରୁ ୧୨ ଭିତରେ ହେବାକୁ ଥିବା ଏହି ପଦଯାତ୍ରାରେ ଲୋକଙ୍କ ନିକଟରେ କି ବାର୍ତ୍ତା ପହଞ୍ଚାଯିବ, ତା'ଉପରେ ମଧ୍ୟ ଆଲୋଚନା ହେଉଛି। ତେଣୁ ଲୋକଙ୍କ ପାଖରେ କିପରି ରାଜ୍ୟ ସରକାରଙ୍କ ଯୋଜନା ପହଞ୍ଚାଯିବ, ସେ ନେଇ ରାଜ୍ୟ କାର୍ଯ୍ୟକାରିଣୀରେ ଏକ ବ୍ଲ୍ୟୁ ପ୍ରିଣ୍ଟ୍ ପ୍ରସ୍ତୁତ ହେଉଛି।  ୮୬ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ନିମନ୍ତ୍ରୀତ ବିଜେଡି ବିଧାୟକମାନେ ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos