୪୮୮ ଓ ୬୬୨ ବର୍ଗ କଲେଜ ଅଧ୍ୟାପକଙ୍କ ଦାବି ନେଇ ଆଜି ବସିଛି ମନ୍ତ୍ରୀସ୍ତରୀୟ ବୈଠକ

ଭୁବନେଶ୍ୱର: ୪୮୮ ଓ ୬୬୨ ବର୍ଗ କଲେଜ ଅଧ୍ୟାପକଙ୍କ ଦାବି ନେଇ ଆଜି ସଚିବାଳୟରେ ବସିଥିବା ମନ୍ତ୍ରୀସ୍ତରୀୟ କମିଟି ବୈଠକରେ କୌଣସି ସମାଧାନର ବାଟ ବାହାରି ପାରିନାହିଁ। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସି ଥିବା ଏହି ବୈଠକରେ ସମସ୍ୟାର ସମାଧାନ ନେଇ ରାଜ୍ୟ ସରକାର ଏକ ସପ୍ତାହ ସମୟ ନେଇଛନ୍ତି। ସପ୍ତାହକ ପରେ ପୁଣି ବୈଠକ ବସି ସମାଧାନର ପନ୍ଥା ବାହାର କରାଯିବ ବୋଲି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି।

ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଆଇନମନ୍ତ୍ରୀ ଅରୁଣ ସାହୁ, ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ଉନ୍ନୟନ କମିଶନର, ଉଚ୍ଚଶିକ୍ଷା ସଚିବ, ନିର୍ଦ୍ଦେଶକ ଏବଂ ଦୁଇ ଅଧ୍ୟାପକ ସଂଘର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଆଜିର ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ସଂଘର ଦାବି ପୂରଣ କ୍ଷେତ୍ରରେ ସକାରାତ୍ମକ ପଦକ୍ଷେପ ନିଆଯିବ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହା ପରେ ଆନ୍ଦୋଳନରୁ ସ୍ଥଗିତ ରଖି ଯୁକ୍ତ ଦୁଇ ଖାତା ଦେଖାରେ ୪୮୮ ଏବଂ ୬୬୨ ବର୍ଗ ଅଧ୍ୟାପକ ସଂଘ ସହଯୋଗ କରିଥିଲା।