ଆଜି ଭୁବନେଶ୍ୱର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ପ୍ରତିଷ୍ଠା ଦିବସ। ଆଜିଠୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ରାଜଧାନୀ ମହୋତ୍ସବ ପାଳନ କରାଯିବ। ଆଜି ସକାଳ ସାଢ଼େ ସାତଟାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପରେଡ୍‌ରେ ବାଚସ୍ପତି ନିରଞ୍ଜନ ପୂଜାରୀ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଅବସରରେ୧୩ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯାଇଛି। ରାଜଧାନୀ ମହୋତ୍ସବ ନେଇ ଆଜି ଜୟଦେବ ଭବନରେ ଏକ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହେଉଛି।

ସେହିପରି ଆଜି ଅପରାହ୍ନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୧୯୪୮ ମସିହା ଆଜିର ଦିନରେ ଭୁବନେଶ୍ୱରକୁ ରାଜ୍ୟର ରାଜଧାନୀ କରିବା ନେଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁ ଶିଳାନ୍ୟାସ କରିଥିଲେ। ସେବେଠୁ  ୧୩ ତାରିଖକୁ ରାଜଧାନୀର ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଇ ଆସୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।