ବିଜୁଙ୍କ ପାଇଁ ଦୌଡ଼ିଲେ

ଭୁବନେଶ୍ୱର: ଆଜି ବିଜୁ ପଟ୍ଟନାୟକଙ୍କ ୧୦୧ ତମ ଜନ୍ମବାର୍ଷିକୀ ଓଡ଼ିଶାବାସୀ ପାଳନ କରୁଛନ୍ତି । ୧୯୧୬ ମସିହା ଆଜିର ଦିନରେ ଓଡ଼ିଶାବାସୀଙ୍କ ପ୍ରିୟ ବିଜୁ ବାବୁ ଜନ୍ମ ଗ୍ରହଣ କରିଥିଲେ। ରାଜ୍ୟରେ ବିକାଶରେ ରହିଛି ତାଙ୍କର ଅନେକ ଅବଦାନ। ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖରେ ବିଜୁ ଜନ୍ମଦିବସକୁ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ କରୁଛନ୍ତି ।  ଏହି ଅବସରରେ ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କ ସ୍ମୃତିରେ ଅନେକ କାର୍ଯ୍ୟକ୍ରମର ଆୟୋଜନ […]

biju

biju

Rakesh Mallick
  • Published: Sunday, 05 March 2017
  • Updated: 05 March 2017, 10:50 AM IST

Sports

Latest News

ଭୁବନେଶ୍ୱର: ଆଜି ବିଜୁ ପଟ୍ଟନାୟକଙ୍କ ୧୦୧ ତମ ଜନ୍ମବାର୍ଷିକୀ ଓଡ଼ିଶାବାସୀ ପାଳନ କରୁଛନ୍ତି । ୧୯୧୬ ମସିହା ଆଜିର ଦିନରେ ଓଡ଼ିଶାବାସୀଙ୍କ ପ୍ରିୟ ବିଜୁ ବାବୁ ଜନ୍ମ ଗ୍ରହଣ କରିଥିଲେ। ରାଜ୍ୟରେ ବିକାଶରେ ରହିଛି ତାଙ୍କର ଅନେକ ଅବଦାନ। ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖରେ ବିଜୁ ଜନ୍ମଦିବସକୁ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ କରୁଛନ୍ତି ।  ଏହି ଅବସରରେ ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କ ସ୍ମୃତିରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଭୁବନେଶ୍ୱର ବିଜୁ ପଟ୍ଟନାୟକ ପାର୍କରୁ କଳିଙ୍ଗ ଷ୍ଟାଡିୟମ ଯାଏଁ ଏକ ମିନି ମରାଥନ୍‌ ଆୟୋଜିତ ହୋଇଛି। ଏହାକୁ  ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ଏହି ମାରାଥନ୍‌ ଶିଶୁ ଭବନଛକ,ରାଜମହଲ ଛକ, ଏଜି ଛକ ଓ ରାଜଭବନ ଛକ ଦେଇ କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିଲା। ପ୍ରାୟ ୫ କିଲୋମିଟର ବିଶିଷ୍ଟ ଏହି ମାରାଥନରେ  ପ୍ରାୟ ୩୦୦୦ ଲୋକ ସାମିଲ ହୋଇଥିଲେ।  ଏହା ପରେ ମୁଖ୍ୟମନ୍ତ୍ରୀ ବିଧାନସଭା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସେହିପରି ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଓଡ଼ିଶା ଭେଟେରାନ୍‌ ସ୍ପୋର୍ଟ୍ସ ପର୍ସନ ଆସୋସିଏସନ୍‌ ପକ୍ଷରୁ ଆନନ୍ଦଭବନରୁ ମିନି ମାରାଥନ୍‌ ବାହାରିଥିଲା।  ଏହି ମିନି ମାରାଥନକୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦଘାଟନ କରିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos