ଜନ୍ମଦିନ ପାଳିଲେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୧ତମ ଜନ୍ମଦିନ। କିନ୍ତୁ ନବୀନ ଆଜି ତାଙ୍କ ଜନ୍ମଦିନ ପାଳନ କରିନାହାନ୍ତି। ଆତଙ୍କବାଦୀଙ୍କ ବିରୋଧରେ ଲଢେଇ କରି ପ୍ରାଣ ହରାଇଥିବା ସହିଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ନବୀନ ଏଥର ଜନ୍ମଦିନ ନ ପାଳିବାକୁ ନିଷ୍ପତ୍ତି ନେଇଥିଲେ। ଏହାସହ ଶୁଭେଚ୍ଛୁ ଓ ସମର୍ଥକମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ନ ଆସିବାକୁ ନିବେଦନ କରିଥିଲେ।

ଟ୍ୱିଟ୍‌ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହାସହିତ ତାଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି ମୋଦି।