ଆଜି ପବିତ୍ର ବିଶ୍ୱକର୍ମା ପୂଜା
ଭୁବନେଶ୍ୱର: ଆଜି ପବିତ୍ର ବିଶ୍ୱକର୍ମା ପୂଜା। ଭୁବନେଶ୍ୱର, ପାରାଦୀପ ଓ ଅନୁଗୋଳ ସମେତ ରାଜ୍ୟର ବିଭିନ୍ନ ସହରରେ ପୂଜା କରାଯାଉଛି। ପୂଜାକୁ ଆକର୍ଷଣୀୟ କରିବା ପାଇଁ ସୁନ୍ଦର ମୂର୍ତ୍ତୀ ଓ ତୋରଣ ନିର୍ମାଣ କରାଯାଇଛି। ପାରାଦୀପରେ ବିଭିନ୍ନ ଶିଳ୍ପାନୁଷ୍ଠାନ, ଶ୍ରମିକ ସଂଗଠନ ଓ ବନ୍ଦରର ବିଭିନ୍ନ ବିଭାଗ ପୂଜାର ଆୟୋଜନ କରିଛନ୍ତି। ସହରରେ ମୋଟ ୩୦ରୁ ଅଧିକ ମେଢ ନିର୍ମାଣ କରାଯାଇଛି। ଏଠାରେ ୪୨ ବର୍ଷ ହେଲା ଧୁମଧାମରେ ପାଳିତ ହୋଇ ଆସୁଥିବା ପୂଜା ୭ ଦିନ ପର୍ଯ୍ୟନ୍ତ ଚାଲିବ।
ଦେବଶିଳ୍ପୀଙ୍କ ଆରାଧନା ପାଇଁ ଅନୁଗୋଳ ସହର ମଧ୍ୟ ଉତ୍ସବମୁଖର ହୋଇଛି। ନାଲକୋ ନଗରରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପୂଜା ମଣ୍ଡପରେ ବିଶ୍ୱକର୍ମା ପୂଜା କରାଯାଉଛି। ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।