ହେଲିକପ୍ଟରରେ ବୈଷୟିକ ତ୍ରୁଟି, ଦେଢ଼ ଘଣ୍ଟା ବିଳମ୍ବରେ ଫୁଲବାଣୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

naveen-patnaikଫୁଲବାଣୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ କନ୍ଧମାଳ ଗସ୍ତରେ ଆସିଥିଲେ। ହେଲିକପ୍ଟରରେ ବୈଷୟିକ ତ୍ରୁଟି ଯୋଗୁଁ ତାଙ୍କ ଆସିବାରେ ବିଳମ୍ବ ହୋଇଥିଲା। ସେ ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ଫୁଲବାଣୀରେ ପହଞ୍ଚିଥିଲେ।

ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରାୟ ୬୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପିତ କରିଥିଲେ ଓ କିଛି ନୂତନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ।

ସେ ପ୍ରଥମେ ଫୁଲବାଣୀ ଏଜିଓ ହାଇସ୍କୁଲ୍ ସ୍କୁଲ ପଡିଆରେ ପହଞ୍ଚି ସେଠାରେ ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିଥିଲେ। ତା’ପରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ।

ସେ କହିଥିଲେ,“ଆମ ସରକାର ରାଜ୍ୟର ବିକାଶ ପାଇଁ କାର୍ଯ୍ୟକ୍ରମ ଜାରି ରଖିଛି।” ଏହା ସହିତ ଜିଲ୍ଲାର ଆଦିବାସୀ, ଦଳିତ ଓ ଗରିବଙ୍କ ଉନ୍ନତି ପାଇଁ ସରକାରଙ୍କ କାର୍ଯ୍ୟକ୍ରମଗୁଡ଼ିକୁ ଠିକ୍ ଭାବେ ଆଗେଇ ନେବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଫୁଲବାଣୀରେ କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ଦାରିଙ୍ଗବାଡି ଓ ବାଲିଗୁଡ଼ା ଯାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଫୁଲବାଣୀରେ ୯ପ୍ଲାଟୁନ, ଦାରିଙ୍ଗବାଡ଼ିରେ ୬ ଏବଂ ବାଲିଗୁଡ଼ାରେ ୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦାରଙ୍ଗିବାଡ଼ି ପୋଲିସ୍‌ ୪ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା।