ଜାପାନୀ ଜ୍ୱର ମୃତକଙ୍କ ପରିବାରକୁ ମିଳିବ ୩ ଲକ୍ଷ ଟଙ୍କା ଓ ପକ୍କା ଘର

ମାଲକାନଗିରି: ମାଲକାନଗିରିରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ପ୍ରାଣ ହରାଇଥିବା ଶିଶୁଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଓ ପକ୍କା ଘର ଦିଆଯିବ। ଆଜି ମାଲକାନଗିରି ଗସ୍ତରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହା ସହିତ ସେ ମୃତ ଶିଶୁଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଆସି ଡିଏନ୍‌କେ ଗ୍ରାଉଣ୍ଡରେ ଓହ୍ଲାଇ ଥିଲେ। ପରେ ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ […]

cm

cm

Rakesh Mallick
  • Published: Saturday, 24 December 2016
  • Updated: 24 December 2016, 07:08 PM IST

Sports

Latest News

cmମାଲକାନଗିରି: ମାଲକାନଗିରିରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ପ୍ରାଣ ହରାଇଥିବା ଶିଶୁଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଓ ପକ୍କା ଘର ଦିଆଯିବ। ଆଜି ମାଲକାନଗିରି ଗସ୍ତରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହା ସହିତ ସେ ମୃତ ଶିଶୁଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଆସି ଡିଏନ୍‌କେ ଗ୍ରାଉଣ୍ଡରେ ଓହ୍ଲାଇ ଥିଲେ। ପରେ ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଆଉ କିଛି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସେହିପରି ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ମଧ୍ୟ ପ୍ରଦାନ କରିଥିଲେ।

ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଜାପାନୀ ଜ୍ୱର ପରବର୍ତ୍ତୀ ସ୍ଥିତି ସଂପର୍କରେ ଏକ ସମୀକ୍ଷା ବୈଠକ ମଧ୍ୟ କରିଥିଲେ। ଏଥିରେ ପରିବହନ ମନ୍ତ୍ରୀ ରମେଶ ମାଝୀ, ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାୟକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମାଲକାନଗିରି ଜିଲ୍ଲାପାଳ ଓ ସିଡିଏମ୍‌ଓ ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ,“ମୁଁ ଜିଲ୍ଲା ସ୍ୱାସ୍ଥ୍ୟ ସେବା ସ୍ଥିତି ସଂପର୍କରେ ସମୀକ୍ଷା କଲି। ଜେଇ ବିରୋଧରେ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପର୍ଯ୍ୟନ୍ତ ଜିଲ୍ଲା ୯୬ ପ୍ରତିଶତ ଶିଶୁଙ୍କୁ ଜେଇ ପ୍ରତିଷେଧକ ଟିକା ଦିଆସରିଛି। ଆଉ ତିନି ଚାରି ଦିନରେ ବାକି ରହିଥିବା ପିଲାଙ୍କୁ ଟିକା ଦିଆଯିବ। ମାଲକାନଗିରିର ସର୍ବାଙ୍ଗୀନ ଉନ୍ନତି ପ୍ରତି ମୁଁ ଗୁରୁତ୍ୱ ଦେଉଛି।”

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସ ଓ ବିଜେପିର ବିରୋଧ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଆଜି କଂଗ୍ରେସ ଓ ବିଜେପି ମାଲକାନଗିରି ବନ୍ଦ ଡାକରା ଦେଇଥିଲେ। ଫଳରେ ଜିଲ୍ଲାରେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଥିଲା।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ୧୦ଜଣ କଂଗ୍ରେସ କର୍ମୀ ଓ ୫ ଜଣ ବିଜେପି କର୍ମୀଙ୍କୁ ପୋଲିସ୍‌ ଅଟକ ରଖିଥିଲା।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଲକ୍ଷ୍ୟ କରି ଜିଲ୍ଲା ପୋଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ୩୨ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସକୁ ମୁତୟନ କରାଯାଇଥିଲା। ମାଲକାନଗିରି ସହର ପୋଲିସ୍‌ ଛାଉଣିରେ ପରିଣତ ହୋଇଯାଇଥିଲା। ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇବା ଅଭିଯୋଗରେ ୧୫ ଜଣ ବିଜେପି କର୍ମୀଙ୍କୁ ପୋଲିସ୍‌ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos