ଦୀପୁ ଓ ଓମ୍‌ ହତ୍ୟାର ତଦନ୍ତ ଲାଗି ରାଜ୍ୟ ବାହାରକୁ ଗଲା ପୋଲିସ୍

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ଡି’ ବ୍ରଦର୍ସଙ୍କୁ ଆଜି କୋର୍ଟରେ ହାଜର କରାଯାଇ ନାହିଁ। ପଲିଗ୍ରାଫ୍ ଟେଷ୍ଟ୍ ଲାଗି ସେମାନଙ୍କ ସମ୍ମତି ଅଛି କି ନାହିଁ ଜାଣିବା ଲାଗି ଆଜି ଦୁଇ ଭାଇଙ୍କୁ ହାଜର କରାଯିବାର ଥିଲା। ତେବେ ଦୀପୁ ଓ ଓମ୍‌ ହତ୍ୟାକାଣ୍ଡର କିଛି ସୁରାକ୍‌ ପାଇ କମିଶନରେଟ୍ ପୋଲିସ୍ ଜଣେ ଭାଇକୁ ନେଇ ଆଜି ସକାଳୁ ରାଜ୍ୟ ବାହାରକୁ ତଦନ୍ତ କରିବାକୁ । ସେହିପରି ଅନ୍ୟ ଏକ ଟିମ୍ ରାଜ୍ୟ ମଧ୍ୟରେ ଫୋରେନସିକ୍ ଟିମ୍ ସହ ଯାଞ୍ଚ […]

d-brothers

Rakesh Mallick
  • Published: Thursday, 11 February 2016
  • , Updated: 11 February 2016, 11:24 AM IST

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ଡି’ ବ୍ରଦର୍ସଙ୍କୁ ଆଜି କୋର୍ଟରେ ହାଜର କରାଯାଇ ନାହିଁ। ପଲିଗ୍ରାଫ୍ ଟେଷ୍ଟ୍ ଲାଗି ସେମାନଙ୍କ ସମ୍ମତି ଅଛି କି ନାହିଁ ଜାଣିବା ଲାଗି ଆଜି ଦୁଇ ଭାଇଙ୍କୁ ହାଜର କରାଯିବାର ଥିଲା। ତେବେ ଦୀପୁ ଓ ଓମ୍‌ ହତ୍ୟାକାଣ୍ଡର କିଛି ସୁରାକ୍‌ ପାଇ କମିଶନରେଟ୍ ପୋଲିସ୍ ଜଣେ ଭାଇକୁ ନେଇ ଆଜି ସକାଳୁ ରାଜ୍ୟ ବାହାରକୁ ତଦନ୍ତ କରିବାକୁ । ସେହିପରି ଅନ୍ୟ ଏକ ଟିମ୍ ରାଜ୍ୟ ମଧ୍ୟରେ ଫୋରେନସିକ୍ ଟିମ୍ ସହ ଯାଞ୍ଚ ଚଳାଇଛି। ରାଜ୍ୟ ବାହାରକୁ ଯାଇଥିବା ଧଳସାମନ୍ତକୁ ନେଇ ଆସନ୍ତାକାଲି ପୋଲିସ୍ ଫେରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ପୋଲିସ୍‌ର ଦୁଇଟି ଅନୁସନ୍ଧାନକାରୀ ଏବେ ବି ଟିମ୍‌ ରାଜ୍ୟ ବାହାରେ ରହି ତଦନ୍ତ କରୁଛି। ସେହିପରି ଡି’ ବ୍ରଦର୍ସଙ୍କ ଅତ୍ୟାଚାରର ଶିକାର ହୋଇଥିଲେ ନିର୍ଭୟରେ ଅଭିଯୋଗ କରିବାକୁ ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି।

ଡି’ ବ୍ରଦର୍ସଙ୍କ ସମ୍ପୃକ୍ତ କୌଣସି ମାଫିଆଙ୍କୁ ଛଡ଼ାଯିବ ନାହିଁ। ଆଗାମୀ ଦିନରେ ନୂଆ ତଥ୍ୟ ପଦାକୁ ଆସିବ ବୋଲି ଡିଜିପି କେ.ବି. ସିଂ କହିଛନ୍ତି।

ଡି’ ବ୍ରଦର୍ସ, ଦୀପୁ ଓ ଓମ୍‌ ହତ୍ୟା ସମ୍ପର୍କରେ ପଚରାଉଚରା ବେଳେ ସହଯୋଗ କରୁ ନ ଥିବା ଦର୍ଶାଇ ପଲିଗ୍ରାଫ୍‌ ଟେଷ୍ଟ୍ ଲାଗି ନେବାକୁ କୋର୍ଟରେ ଆବେଦନ କରିଥିଲା। ପଲିଗ୍ରାଫ୍‌ ଟେଷ୍ଟ୍ ଲାଗି ଦୁଇ ଭାଇଙ୍କ ସମ୍ମତି ଆବଶ୍ୟକ ଥିବାରୁ ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯିବାର ଥିଲା। ତେବେ ଗତକାଲି ରାତିରେ ଜେରା ବେଳେ ଦୀପୁ ଓ ଓମ୍‌କୁ ରାଜ୍ୟ ବାହାରେ ହତ୍ୟା କରାଯାଇଥିବା ସମ୍ପର୍କରେ କିଛି ସୂଚନା ପୋଲିସ୍‌ର ହସ୍ତଗତ ହୋଇଥିଲା। ଯାହାକୁ ଆଧାର କରି ଆଜି ସକାଳୁ ପୋଲିସ୍‌ର ଏକ ଟିମ୍‌ ଜଣେ ଭାଇଙ୍କୁ ନେଇ ଓଡ଼ିଶା ବାହାରକୁ ଯାଇଛି। ତାକୁ କୁଆଡ଼େ ନିଆଯାଇଛି ସେ ସମ୍ପର୍କରେ କିଛି ସୂଚନା ମିଳି ନ ଥିଲେ ବି ଭାଇଜାଗ୍ କିମ୍ବା ଛତିଶଗଡ଼ ନିଆଯାଇଥିବା ଅନୁମାନ କରାଯାଉଛି।

ଜେରା ବେଳେ ଡି’ ବ୍ରଦର୍ସଙ୍କ ପାଖରୁ ଦୁର୍ଦ୍ଦାନ୍ତ ଅପରାଧୀ ଲିଟୁଆ ସମ୍ପର୍କରେ ପୋଲିସ୍ ସୂଚନା ପାଇଥିଲା। ଲିଟୁଆ ଡି’ ବ୍ରଦର୍ସଙ୍କ ପାଇଁ ସାର୍ପ ସୁଟର୍ ଭାବେ କାମ କରୁଥିଲା। ଏହା ଜାଣିବା ପରେ ଦୀପୁ ଓ ଓମ୍‌ ସମ୍ପର୍କରେ କିଛି ତଥ୍ୟ ପାଇବା ଆଶାରେ ପୋଲିସ ଲିଟୁଆକୁ ରିମାଣ୍ଡରେ ଆଣିବାକୁ କୋର୍ଟଙ୍କ ଅନୁମତି ମାଗିଥିଲା। ଅନୁମତି ମିଳିବା ପରେ ଗତକାଲି ରାତିରେ ଜେଲରୁ ଅଣାଯାଇ ତାକୁ ଜେରା କରାଯାଇଥିଲା। ଜେରା ବେଳେ ଲିଟୁଆ ଦୀପୁ ଓ ଓମ୍‌ ହତ୍ୟା ସମ୍ପର୍କରେ ଜାଣିଥିବା ସ୍ୱୀକାର କରିଥିଲା। ରାଜ୍ୟ ବାହାରେ ସେମାନଙ୍କୁ ହତ୍ୟା କରାଯାଇଥିବା ନେଇ ମଧ୍ୟ ଲିଟୁଆ କିଛି ସୂଚନା ଦେଇଛି। ଯାହାକୁ ଆଧାର କରି ପୋଲିସ୍ ଏବେ ତା’ର ତଦନ୍ତ ରାଜ୍ୟ ବାହାରେ ଫୋକସ୍‌ କରିଛି। ଏକ ହତ୍ୟା ମାମଲାରେ ଲିଟୁଆ ଚୌଦ୍ୱାର ଜେଲରେ ଅଛି।

Related story