ଆଜି ଦୂତୀ ଚାନ୍ଦ ପାଇବେ ଏକଲବ୍ୟ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର: ଆଜି ରାଜ୍ୟର ସର୍ବଶ୍ରେଷ୍ଠ ଓ ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବାଦକୁ ତାଙ୍କୁ ୫ଲକ୍ଷ ଟଙ୍କା ସହ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯିବ। ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଶହେ ଏବଂ ୨ଶହ ମିଟର ଦୌଡ଼ ଇଭେଣ୍ଟରେ ଦେଶ ଏବଂ ରାଜ୍ୟ ପାଇଁ ଅନେକ ମେଡାଲ ସୁନାମ ଆଣିଛନ୍ତି। ଏହି ଅବଦାନ ପାଇଁ ତାଙ୍କୁ ରାଜ୍ୟର ସର୍ବୋଚ୍ଚ କ୍ରୀଡା ପୁରସ୍କାର ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଉଛି। ଏଥିସହିତ ଚେସ୍ କୁଇନ୍ ସାଇନା ସାଲୋନିକା ଏବଂ ୱେଟଲିପଟର ପ୍ରମିଳା କ୍ରିସାନୀଙ୍କୁ ମଧ୍ୟ ସମ୍ୱର୍ଦ୍ଧନା ଦିଆଯିବ। ଏହି ଦୁଇ କ୍ରୀଡ଼ାବିତଙ୍କୁ ୫୦ହଜାର ଟଙ୍କା ଲେଖାଏଁ ସହ ମାନପତ୍ର ପ୍ରଦାନ କରାଯିବ।

ଆଜି ସଂଧ୍ୟାରେ ଭୁବନେଶ୍ୱରର ଏକ ତାରକା ହେଟେଲରେ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶାର ଏହି ତିନି ସୁନାମଧନ୍ୟ କ୍ରୀଡ଼ାବିତଙ୍କୁ ପୁରସ୍କାର ଓ ସମ୍ୱର୍ଦ୍ଧନା ପ୍ରଦାନ କରାଯିବ। ପ୍ରତିବର୍ଷ ରାଜ୍ୟର ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ଇମ୍ଫ।ର ଇମ୍ପାକଟ୍ ପକ୍ଷରୁ ଏହି ପୁରସ୍କାର ଦିଆଯାଇଥାଏ।