୧୩ ଲକ୍ଷ ପରୀକ୍ଷାର୍ଥୀ ଦେଲେ ଜେଇଇ ମେନ୍‌

ଭୁବନେଶ୍ୱର: ଇଞ୍ଜିନିୟରିଂ ଆଡ୍‌ମିଶନ ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍‌ ଆଜି ଅନୁଷ୍ଠିତ ହୋଇଯାଇଛି। ସାରା ଦେଶରେ ୧୩ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରେ ୪୮ ହଜାର ପିଲା ଏହି ପରୀକ୍ଷା ଦେଇଛନ୍ତି। ଏଥର ରାଜ୍ୟର ୯ଟି ସହରରେ ୭୧ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଆଇଆଇଟି, ଏନ୍‌ଆଇଟି, ଟ୍ରିପଲ ଆଇଟି ସମେତ ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜ୍‌ରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଜେଇଇ ମେନ୍‌  ଦେଇଛନ୍ତି। […]

exam

exam

Rakesh Mallick
  • Published: Sunday, 03 April 2016
  • Updated: 03 April 2016, 10:49 AM IST

Sports

Latest News

ଭୁବନେଶ୍ୱର: ଇଞ୍ଜିନିୟରିଂ ଆଡ୍‌ମିଶନ ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍‌ ଆଜି ଅନୁଷ୍ଠିତ ହୋଇଯାଇଛି। ସାରା ଦେଶରେ ୧୩ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରେ ୪୮ ହଜାର ପିଲା ଏହି ପରୀକ୍ଷା ଦେଇଛନ୍ତି। ଏଥର ରାଜ୍ୟର ୯ଟି ସହରରେ ୭୧ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଆଇଆଇଟି, ଏନ୍‌ଆଇଟି, ଟ୍ରିପଲ ଆଇଟି ସମେତ ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜ୍‌ରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଜେଇଇ ମେନ୍‌  ଦେଇଛନ୍ତି।

ପରୀକ୍ଷା ପରିଚାଳନା ପାଇଁ ସିବିଏସ୍‌ଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ଯାଞ୍ଚ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡି କରାଯାଇଥିଲା। ଏଥର ପ୍ରଥମଥର ପାଇଁ ସିବିଏସ୍‌ଇ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ସ ଜାରି କରାଯାଇଥିଲା। ଛାତ୍ରଛାତ୍ରୀ ହଲ୍‌କୁ ପେନ୍‌ ଓ ପେନ୍‌ସିଲ୍‌ ନେଇପାରିନଥିଲେ। ସିବିଏସ୍‌ଇ କର୍ତ୍ତୃପକ୍ଷ ପିଲାଙ୍କୁ ପେନ୍‌ ଦେଇଥିଲେ। ସେହିପରି ଛାତ୍ରଛାତ୍ରୀମାନେ ଘଣ୍ଟା ମଧ୍ୟ ପିନ୍ଧି ପରୀକ୍ଷା ହଲ୍‌କୁ ଯାଇପାରି ନ ଥିଲେ। ସବୁ କେନ୍ଦ୍ରରେ ଜାମର ଲାଗିବା ସହ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos