କୁମାର ପୂର୍ଣ୍ଣମୀରେ ପୂର୍ଣ୍ଣ ଚନ୍ଦ୍ରକୁ ଅର୍ଘ୍ୟ ଟେକିଲେ କୁମାରୀ

ଭୁବନେଶ୍ୱର: ଆଜି ପୁରପଲ୍ଲୀରେ କୁମାର ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଆଶ୍ୱିନ ପୂର୍ଣ୍ଣମୀ ତିଥିରେ ଓଡ଼ିଆ ଘରର ଝିଅମାନେ ଏହି ପୂଜା କରିଥାନ୍ତି।  ଆଜି କୁମାରୀମାନେ ଭୋରରୁ ଗାଧୁଆ ପାଧୁଆ ସାରି ନୂଆ ପୋଷାକ ପିନ୍ଧି ତୁଳସୀ ଚଉରା ମୂଳେ ମୁରୁଜ ପକାଇଥିଲେ ଓ ସୂର୍ଯ୍ୟଙ୍କୁ ଆଞ୍ଜୁଳି ଟେକିଥିଲେ। ସନ୍ଧ୍ୟାରେ କୁମାରୀ ଝିଅମାନେ ପୂର୍ଣ୍ଣଚନ୍ଦ୍ରଙ୍କୁ ଅର୍ଘ୍ୟ ଟେକିବା ସହ ବୃନ୍ଦବତୀ ମୂଳେ ପୂଜା କରିଥିଲେ। ପରେ କୁମାରୀମାନେ ଗୀତଗାଇ, ପିଠା ଖାଇ ଆନନ୍ଦ ମନାଇଥିଲେ।

 କୁମାରୀ ପୂର୍ଣ୍ଣମୀରେ ଅବସରରେ ଗାଁମାନଙ୍କରେ ବିଭିନ୍ନ ଖେଳର ଆୟୋଜନ କରାଯାଇଥିଲା।