ବିଭିନ୍ନ ସ୍ଥାନରେ ପାଳନ ହେଲା ମଧୁବାବୁଙ୍କ ଜୟନ୍ତୀ

କଟକ/ଭୁବନେଶ୍ୱର: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ। ରାଜଧାନୀ ଭୁବନେଶ୍ୱରରେ ମଧୁବାବୁଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି। ରାଜଭବନ ସମ୍ମୁଖରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଶ୍ରଦ୍ଧାଞ୍ଜଳି ଅର୍ପଣ ଲାଗି ପ୍ରମୁଖ ଦଳର ରାଜନେତାଙ୍କ ସମେତ ବିଭିନ୍ନ ସଙ୍ଗଠନର ସଦସ୍ୟ ଏକାଠି ହୋଇ ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ମଧୁବାବୁଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ନେଇ ବିଭିନ୍ନ ସଙ୍ଗଠନ ଅଭିଯୋଗ କରିଥିଲେ। ମଧୁବାବୁଙ୍କ ଜନ୍ମମାଟି କଟକ ଜିଲ୍ଲା […]

madhu

madhu

Rakesh Mallick
  • Published: Thursday, 28 April 2016
  • Updated: 28 April 2016, 12:42 PM IST

କଟକ/ଭୁବନେଶ୍ୱର: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ। ରାଜଧାନୀ ଭୁବନେଶ୍ୱରରେ ମଧୁବାବୁଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି। ରାଜଭବନ ସମ୍ମୁଖରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଶ୍ରଦ୍ଧାଞ୍ଜଳି ଅର୍ପଣ ଲାଗି ପ୍ରମୁଖ ଦଳର ରାଜନେତାଙ୍କ ସମେତ ବିଭିନ୍ନ ସଙ୍ଗଠନର ସଦସ୍ୟ ଏକାଠି ହୋଇ ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ମଧୁବାବୁଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ନେଇ ବିଭିନ୍ନ ସଙ୍ଗଠନ ଅଭିଯୋଗ କରିଥିଲେ।

ମଧୁବାବୁଙ୍କ ଜନ୍ମମାଟି କଟକ ଜିଲ୍ଲା ସାଲେପୁରରେ ମଧୁ ଜୟନ୍ତୀ ପାଳନ ହୋଇଛି। ପ୍ରଥମ ଥର ପାଇଁ ମଧୁବାବୁ ଜୟନ୍ତୀ କମିଟି ତରଫରୁ ସାଲେପୁରରେ ଏହି ଉତ୍ସବ ପାଳନ କରାଯାଇଛି। ତିନି ଦିନ ଧରି ଚାଲିଥିବା ଏହି ଉତ୍ସବର ଆଜି ହେଉଛି ଉଦ୍‌ଯାନୀ ଦିବସ। ଏହି ଅବସରରେ ମଧୁବାବୁଙ୍କ ବାଲୁକାଚିତ୍ର ସହ ଏକ ଫଟୋ ପ୍ରଦର୍ଶନୀର ଆୟୋଜନ କରାଯାଇଛି।  ମଧୁବାବୁଙ୍କୁ ଭାରତ ରତ୍ନ ଦେବାକୁ ଏକ ଦସ୍ତଖତ ଅଭିଯାନର ଆୟୋଜନ କରାଯାଇଛି।  ଏହା ସହିତ ସାଲେପୁରରେ ଏକ ବାଲିଯାତ୍ରାର ଆୟୋଜନ କରାଯାଇଛି। ବାଲିଯାତ୍ରାରେ ମୀନାବଜାର ସାଙ୍ଗକୁ  ଦର୍ଶକ କିଣାକିଣିର ଖୁବ୍‌ ମଜା ଉଠାଉଛନ୍ତି ଲୋକେ।

ମଧୁ ବାବୁଙ୍କ ଜୟନ୍ତୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ତାଙ୍କ କର୍ମସ୍ଥଳୀ କଟକ ସହର। ସହରରେ ଥିବା ମଧୁ ବାବୁଙ୍କ ସ୍ମୃତି ପୀଠମାନଙ୍କରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।  ମଧୁ ବାବୁଙ୍କ ସମାଧିସ୍ଥଳ ଗୋରାକବରଠାରେ ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସେହିପରି ଆମ ଓଡ଼ିଶା, ଉତ୍କଳ ସମ୍ମିଳନୀ, ଉତ୍କଳ ସାହିତ୍ୟ ସମାଜ, ଶୈଳବାଳା ମହିଳା କଲେଜ୍ ପରି ଅନୁଷ୍ଠାନ ଗୁଡ଼ିକ ମଧ୍ୟ ମଧୁବାବୁଙ୍କ ଗୋରାକବର ସମାଧିସ୍ଥଳ, ମଧୁସୂଦନ ସଂଗ୍ରହାଳୟ, କ୍ୟାଣ୍ଟନମେଣ୍ଟ ରୋଡ ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସକାଳୁ ମଧୁସଂଗୀତ ବୋଲା ଯାଇ ସହର ପରିକ୍ରମା କରାଯାଇଥିଲା। ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ, ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ, ନୀଳଚକ୍ରର ଅଧ୍ୟକ୍ଷା ନମିତା ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story