ଆଜି ମହାନବମୀ

ଭୁବନେଶ୍ୱର: ଜଗତଜନନୀ ମା’ ଦୁର୍ଗାଙ୍କର ଆଜି ମହାନବମୀ। ଆଜି ମା’ଙ୍କ ନିକଟରେ ସୂର୍ଯ୍ୟପୂଜା, ମହାସ୍ନାନ, ଷୋଡଶ ଉପଚାର ପୂଜା, ଅଭିଷେକ ପୂଜା, ଆରତୀ, ପୁଷ୍ପାଞ୍ଜଳି ଆଦି ନୀତି ଅନୁଷ୍ଠିତ ହେବ। ଗତକାଲି ପାରମ୍ପରିକ ରୀତିନୀତିରେ ପୂଜାମଣ୍ଡପ ଗୁଡିକରେ ଜଗତଜନନୀଙ୍କ ସନ୍ଧିପୂଜା ବଳି ଶେଷ ହୋଇଥିଲା। ମା’ଙ୍କ ବିଶେଷ ଆଳତୀ ସହ ବିଭିନ୍ନ ମଣ୍ଡପରେ ପାଣି କଖାରୁ ବଳି ଦିଆଯାଇଥିଲା। ସନ୍ଧ୍ୟା ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଣ୍ଡପ ଗୁଡିକରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ପ୍ରାୟ ସବୁ […]

bramha-kumari

bramha-kumari

Rakesh Mallick
  • Published: Monday, 10 October 2016
  • Updated: 10 October 2016, 08:30 AM IST

bramha-kumariଭୁବନେଶ୍ୱର: ଜଗତଜନନୀ ମା’ ଦୁର୍ଗାଙ୍କର ଆଜି ମହାନବମୀ। ଆଜି ମା’ଙ୍କ ନିକଟରେ ସୂର୍ଯ୍ୟପୂଜା, ମହାସ୍ନାନ, ଷୋଡଶ ଉପଚାର ପୂଜା, ଅଭିଷେକ ପୂଜା, ଆରତୀ, ପୁଷ୍ପାଞ୍ଜଳି ଆଦି ନୀତି ଅନୁଷ୍ଠିତ ହେବ।

ଗତକାଲି ପାରମ୍ପରିକ ରୀତିନୀତିରେ ପୂଜାମଣ୍ଡପ ଗୁଡିକରେ ଜଗତଜନନୀଙ୍କ ସନ୍ଧିପୂଜା ବଳି ଶେଷ ହୋଇଥିଲା। ମା’ଙ୍କ ବିଶେଷ ଆଳତୀ ସହ ବିଭିନ୍ନ ମଣ୍ଡପରେ ପାଣି କଖାରୁ ବଳି ଦିଆଯାଇଥିଲା।

ସନ୍ଧ୍ୟା ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଣ୍ଡପ ଗୁଡିକରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ପ୍ରାୟ ସବୁ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥିଲା।

ବିଶେଷ କରି ରାଜଧାନୀରେ ଆକର୍ଷଣର କେନ୍ଦ୍ର ପାଲଟି ଥିଲା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମା’ଙ୍କ ଜୀବନ୍ତ ପ୍ରତିମୂର୍ତ୍ତି। ମଣ୍ଡପ ଗୁଡିକରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଥିବା ବେଳେ ଏଠାରେ ଦେବୀ ଦୁର୍ଗା ଓ ବିଭିନ୍ନ ପାର୍ଶ୍ୱ ଦେବଦେବୀଙ୍କ ବେଶ ଧାରଣ କରିଥିଲେ ପ୍ରଜାପିତା ବ୍ରହ୍ମକୁମାରୀ ସଦସ୍ୟାମାନେ। ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ସେମାନେ ଦେବଦେବୀଙ୍କ ବେଶରେ ଛିଡା ହେବା ଦେଖଣାହାରୀଙ୍କୁ ଚକିତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos