ମାଲକାନଗିରିରେ ଏନ୍‌ସେଫାଲାଇଟିସ୍‌ ଆତଙ୍କ: ପ୍ରଭାବିତ ଗାଁକୁ ଗଲେ ସ୍ୱାସ୍ଥ୍ୟ ମନ୍ତ୍ରୀ, ସଚିବ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ର ଆତଙ୍କ ଦେଖାଦେଇଛି। ଆଜି ସ୍ଥିତି ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସ୍ୱାସ୍ଥ୍ୟ ସଚିବ ଆରିତୀ ଆହୁଜା, ପ୍ରାଣୀ ସମ୍ପଦ ସଚିବଙ୍କ ସହିତ ଏମ୍‌କେସିଜି ଡାକ୍ତରଖାନାର ଏକ ଡାକ୍ତରୀ ଟିମ୍‌ ପ୍ରଭାବିତ ପାଲକୋଣ୍ଡା ଓ କୋଇମେଟଲାଇ ଗ୍ରାମକୁ ଯାଇଥିଲେ। ଉକ୍ତ ଦୁଇ ଗାଁର ପରିବେଶ ଅନୁଧ୍ୟାନ କରିବା ସହିତ ଲୋକଙ୍କୁ ରୋଗ ସମ୍ପର୍କରେ ପଚାରି ବୁଝିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ ନାୟକ କହିଛନ୍ତି,“ଏହି ରୋଗ ଅସ୍ୱାସ୍ଥ୍ୟକର ପରିବେଶ ଓ ଘୁଷୁରୀ […]

health minister

health minister

Rakesh Mallick
  • Published: Monday, 03 October 2016
  • Updated: 03 October 2016, 10:01 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ର ଆତଙ୍କ ଦେଖାଦେଇଛି। ଆଜି ସ୍ଥିତି ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସ୍ୱାସ୍ଥ୍ୟ ସଚିବ ଆରିତୀ ଆହୁଜା, ପ୍ରାଣୀ ସମ୍ପଦ ସଚିବଙ୍କ ସହିତ ଏମ୍‌କେସିଜି ଡାକ୍ତରଖାନାର ଏକ ଡାକ୍ତରୀ ଟିମ୍‌ ପ୍ରଭାବିତ ପାଲକୋଣ୍ଡା ଓ କୋଇମେଟଲାଇ ଗ୍ରାମକୁ ଯାଇଥିଲେ। ଉକ୍ତ ଦୁଇ ଗାଁର ପରିବେଶ ଅନୁଧ୍ୟାନ କରିବା ସହିତ ଲୋକଙ୍କୁ ରୋଗ ସମ୍ପର୍କରେ ପଚାରି ବୁଝିଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରୀ ନାୟକ କହିଛନ୍ତି,“ଏହି ରୋଗ ଅସ୍ୱାସ୍ଥ୍ୟକର ପରିବେଶ ଓ ଘୁଷୁରୀ ପାଇଁ ବ୍ୟାପୁଛି। ସେଥିପାଇଁ ପରିବେଶକୁ କିପରି ସ୍ୱଚ୍ଛ ରଖାଯାଇପାରିବ ସେ ସମ୍ପର୍କରେ ପ୍ରାଣୀ ସମ୍ପଦ ସଚିବ ଓ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ପରେ ବ୍ୟବସ୍ଥା କରାଯିବ।”

ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ର ମୁକାବିଲା ପାଇଁ ଆଜି ରାଜ୍ୟ ସରକାର ଏନ୍‌ଏଚ୍‌ଏମ୍‌ ମାଧ୍ୟମରେ ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଔଷଧ ଓ ଉପକରଣ କିଣାଯିବ।

ଆଜି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏଥିସହ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି। ଗତକାଲି ବିଳମ୍ୱିତ ରାତିରେ ୨ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା। ମୃତ ୨ ଶିଶୁ ହେଲେ କୋଇମେଟଲାଇର ବାସନ୍ତୀ ମାଡ଼କାମୀ ଓ କସାଲବେଡାଲର ରୂପା ପଡ଼ିଆମୀ।

ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ  ଆଖପାଖ ଡାକ୍ତରଖାନାରେ ୨୦ରୁ ୩୦ ଜଣ ଶିଶୁ ଚିକିତ୍ସାଧୀନ ଅଛନ୍ତି।  ଗୁରୁତର ୩ ଜଣ ଶିଶୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।

ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି,“ବର୍ଷା ଦିନରେ ମଶା ସଂଖ୍ୟା ବୃଦ୍ଧି ହେଲେ ଏହି ରୋଗ ହୋଇଥାଏ। ଏଥିରେ ବୟସ୍କଙ୍କ ଅପେକ୍ଷା ପିଲାମାନେ ବେଶି ଆକ୍ରାନ୍ତ ହୋଇଥାନ୍ତି। ଯଦିଓ ଏହି ରୋଗର ନିର୍ଦ୍ଦିଷ୍ଟ ଚିକିତ୍ସା କିଛି ନଥାଏ, କିନ୍ତୁ ପ୍ରାଥମିକ ଅବସ୍ଥାରେ ରୋଗୀଙ୍କ ମସ୍ତିଷ୍କରୁ ଜ୍ୱର କମାଇବା ଓ ଅନ୍ୟ ସଂକ୍ରମଣ କମାଇବା ପାଇଁ ବ୍ୟବସ୍ଥା କରାଯାଇଥାଏ। ମଶା ନିୟନ୍ତ୍ରଣ କଲେ ଏହି ରୋଗ କମିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story