ଆଜି ପବିତ୍ର ଶ୍ରୀରାମ ନବମୀ

ଭୁବନେଶ୍ୱର: ଆଜି ପବିତ୍ର ଶ୍ରୀରାମ ନବମୀ। ଜନ୍ମାଷ୍ଟମୀ ଭଳି ଶ୍ରୀରାମ ନବମୀ ମଧ୍ୟ ଏକ ସର୍ବ ଭାରତୀୟ ହିନ୍ଦୁ ପର୍ବ। ତ୍ରେତୟା ଯୁଗର ଅବତାର ପୁରୁଷ ତଥା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବ। ଏଥିଲାଗି ରାମ ମନ୍ଦିର ଗୁଡ଼ିକରେ ବିଶେଷ ଆୟୋଜନ କରାଯାଇଛି। ସକାଳୁ ସକାଳୁ ଭକ୍ତମାନେ ପ୍ରଭୁ  ଶ୍ରୀରାମଙ୍କୁ ଦର୍ଶନ ପାଇଁ ଭିଡ଼ ଲଗାଇଛନ୍ତି।

ଭୁବନେଶ୍ୱରର ରାମ ମନ୍ଦିର  ସମେତ ଓଡ଼ଗାଁର ରଘୁନାଥ ଜୀଉ ମନ୍ଦିରରେ ସ୍ୱତନ୍ତ୍ର ରାମଜନ୍ମ ନୀତି ପାଳନ ହେଉଛି। ଏଥିସହ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାମ ଚରିତ ମାନସ ପାରାୟଣର ମଧ୍ୟ ଆୟୋଜନ କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।