ଛାତ୍ର ସଂସଦ ନିର୍ବାଚନ: ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ବେଶ ସରଗରମ ରହିଛି କ୍ୟାମ୍ପସ ରାଜନୀତି। ସୋମବାର ରାଜ୍ୟର ବିଭିନ୍ନ କଲେଜରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପ୍ରାର୍ଥୀପତ୍ର ଦାଖଲ ବେଳେ ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ପ୍ରାର୍ଥୀପତ୍ର ଯାଞ୍ଚ ପରେ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ଛାତ୍ର ସଂସଦ ନିର୍ବାଚନ ପାଇଁ ଆସନ୍ତା ୧୪ ତାରିଖରେ ଭୋଟ୍ ଗ୍ରହଣ ସହ ଫଳାଫଳ ପ୍ରକାଶ କରାଯିବ।