ବର୍ଦ୍ଧିତ ଟୋଲ୍‌ ଫି’ ଆଦାୟ ସ୍ଥଗିତ ନେଇ ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ୱର: ବର୍ଦ୍ଧିତ ଟୋଲ ଫି’ ଆଦାୟ ସ୍ଥଗିତ ନେଇ ଆଜି ବିଧିବଦ୍ଧ ଭାବେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହାସହ ରାଜ୍ୟରେ ଥିବା ୫ଟି ବେଆଇନ ଟୋଲ୍‌ଗେଟ୍‌ ସ୍ଥାନାନ୍ତର ନେଇ ୧୦ ଦିନ ମଧ୍ୟରେ ରାଜ୍ୟ ସରକାର କେନ୍ଦ୍ରକୁ ରିପୋର୍ଟ ଦେବେ। ଟୋଲ୍‌ଗେଟ୍‌ ସ୍ଥାନାନ୍ତର ନେଇ ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରକୁ ଅବଗତ କରିସାରିଥିବାରୁ ଏବେ ରିପୋର୍ଟରେ କ’ଣ ଉଲ୍ଲେଖ ରହିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପିପିଲି, ଶ୍ରୀରାମପୁର, […]

tool-gate

tool-gate

Rakesh Mallick
  • Published: Monday, 06 June 2016
  • Updated: 06 June 2016, 01:37 PM IST

Sports

Latest News

ଭୁବନେଶ୍ୱର: ବର୍ଦ୍ଧିତ ଟୋଲ ଫି’ ଆଦାୟ ସ୍ଥଗିତ ନେଇ ଆଜି ବିଧିବଦ୍ଧ ଭାବେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହାସହ ରାଜ୍ୟରେ ଥିବା ୫ଟି ବେଆଇନ ଟୋଲ୍‌ଗେଟ୍‌ ସ୍ଥାନାନ୍ତର ନେଇ ୧୦ ଦିନ ମଧ୍ୟରେ ରାଜ୍ୟ ସରକାର କେନ୍ଦ୍ରକୁ ରିପୋର୍ଟ ଦେବେ। ଟୋଲ୍‌ଗେଟ୍‌ ସ୍ଥାନାନ୍ତର ନେଇ ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରକୁ ଅବଗତ କରିସାରିଥିବାରୁ ଏବେ ରିପୋର୍ଟରେ କ’ଣ ଉଲ୍ଲେଖ ରହିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପିପିଲି, ଶ୍ରୀରାମପୁର, ମଙ୍ଗୁଳି, ପାଣିକୋଇଲି ଓ ବାରାଗୁଡାଠାରେ ଥିବା ଟୋଲ୍‌ଗେଟ୍‌ ବେଆଇନ ଭାବେ ସ୍ଥାପନ କରାଯାଇଛି। ଏହା ଏନ୍‌ଏଚ୍‌ଏଆଇ ଗାଇଡଲାଇନ୍ ଭିତରେ ଆସୁନାହିଁ। ଦୀର୍ଘ ଦିନ ହେବ ଏସବୁ ଟୋଲ୍‌ଗେଟ୍‌ ସ୍ଥାନାନ୍ତର କରିବାକୁ ଘରୋଇ ବସ୍‌ ମାଲିକ ସଂଘ ଦାବି କରିଛି। ଟୋଲ୍‌ ଫି’ ବୃଦ୍ଧି କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜ୍ଞପ୍ତି ରଦ୍ଧ କରିବା ଓ ବେଆଇନ ଟୋଲ୍‌ଗେଟ୍‌ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ଘରୋଇ ବସ୍‌ ମାଲିକ ସଂଘ ବସ୍‌ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଇଥିଲା। ଏହାପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏନଏଚଏଆଇ ଅଧ୍ୟକ୍ଷ ଯୋଗଦେଇ ଆଲୋଚନା କରିଥିଲେ।।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos