ଏୟାର୍ ଓଡ଼ିଶାର ପରୀକ୍ଷାମୂଳକ ଉଡ଼ାଣ ସଫଳ: ସମ୍ବଲପୁର ଓ ଭୁବନେଶ୍ୱର ମଧ୍ୟରେ ଖୁବଶୀଘ୍ର ବିମାନସେବା

ସମ୍ବଲପୁର: ସମ୍ୱଲପୁର ଜମାଦାରପାଲି ଏୟାରଷ୍ଟ୍ରିପରୁ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳ ହୋଇଛି। ଏୟାର ଓଡ଼ିଶା ପକ୍ଷରୁ ଶୁକ୍ରବାର ଏହି ଉଡ଼ାଣ କରାଯାଇଥିଲା। ପରୀକ୍ଷାମୂଳକ ଭାବେ ଜମାଦାରପାଲିରୁ ଏକ ବିମାନ ରାଉରକେଲାକୁ ଉଡ଼ାଣ କରିଥିଲା ଏବଂ ସେଠାରୁ ଆସି ଜମାଦାରପାଲି ଏୟାରଷ୍ଟ୍ରିପରେ ଅବତରଣ କରିଥିଲା। ଏହି ଉଡ଼ାଣ ଦେଖିବା ପାଇଁ ଜମାଦାର ଏୟାରଷ୍ଟ୍ରିପ୍ ବାହାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଉଡ଼ାଣ ସଫଳ ହେବା ପରେ ଖୁବଶୀଘ୍ର ସମ୍ୱଲପୁର ଓ ଭୁବନେଶ୍ୱର ମଧ୍ୟରେ ଘରୋଇ ବିମାନ ସେବା ଆରମ୍ଭ ହେବ […]

airodisha

airodisha

Rakesh Mallick
  • Published: Friday, 18 December 2015
  • Updated: 18 December 2015, 03:03 PM IST

ସମ୍ବଲପୁର: ସମ୍ୱଲପୁର ଜମାଦାରପାଲି ଏୟାରଷ୍ଟ୍ରିପରୁ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳ ହୋଇଛି। ଏୟାର ଓଡ଼ିଶା ପକ୍ଷରୁ ଶୁକ୍ରବାର ଏହି ଉଡ଼ାଣ କରାଯାଇଥିଲା। ପରୀକ୍ଷାମୂଳକ ଭାବେ ଜମାଦାରପାଲିରୁ ଏକ ବିମାନ ରାଉରକେଲାକୁ ଉଡ଼ାଣ କରିଥିଲା ଏବଂ ସେଠାରୁ ଆସି ଜମାଦାରପାଲି ଏୟାରଷ୍ଟ୍ରିପରେ ଅବତରଣ କରିଥିଲା। ଏହି ଉଡ଼ାଣ ଦେଖିବା ପାଇଁ ଜମାଦାର ଏୟାରଷ୍ଟ୍ରିପ୍ ବାହାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଉଡ଼ାଣ ସଫଳ ହେବା ପରେ ଖୁବଶୀଘ୍ର ସମ୍ୱଲପୁର ଓ ଭୁବନେଶ୍ୱର ମଧ୍ୟରେ ଘରୋଇ ବିମାନ ସେବା ଆରମ୍ଭ ହେବ ବୋଲି ଏୟାର ଓଡ଼ିଶାର ନିର୍ଦ୍ଦେଶକ ତ୍ରିଦେବ ରାଉତ କହିଛନ୍ତି।

ସେ କହିଛନ୍ତି ଯେ ଏଥିପାଇଁ ଭଡ଼ା ରହିବ ୨ରୁ ଅଢେଇ ହଜାର ଟଙ୍କ। ରହିବ। ଅନଲାଇନରେ ଟିକେଟ୍ ବୁକିଂ ହେବ। ପରବର୍ତ୍ତୀ ସମୟରେ ତାଙ୍କ ସଂସ୍ଥା ରାଉରକେଲା, ଜୟପୁର ଓ ଅନ୍ୟ ସହରକୁ ନିୟମିତ ବିମାନ ଚଳାଇବାକୁ ଯୋଜନା ରଖିଛି।

ଆଜିର ଉଡ଼ାଣ ବେଳେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ୨ ଜଣ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos