ସରିଲା ଦ୍ୱିତୀୟ ପର୍ଯ୍ୟାୟ ଓଜେଇଇ

କଟକ: ଆଜି ଦ୍ୱିତୀୟ ପର୍ଯ୍ୟାୟ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ସାଢ଼େ ୨ଟା ରୁ ସାଢ଼େ ୩ଟା ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା। ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟ ଜେଇଇ କରିବାକୁ ନିଷ୍ପତ୍ତି ନେଇଥିଲେ। ମୋଟ ୧୧,୪୯୦ ଜଣ ପରୀକ୍ଷାର୍ଥୀ ସ୍ୱତନ୍ତ୍ର ଓଜେଇଇ ଦେବାକୁ ଆବେଦନ କରିଥିଲେ। ସେଥିମଧ୍ୟରୁ ୬,୬୦୦ଜଣ ବି.ଟେକ୍, ୩,୦୦୦ ଜଣ ଲାଟେରାଲ୍ ଏଣ୍ଟ୍ରିରେ ଏବଂ ୨,୦୦୦ରୁ ଅଧିକ ପରୀକ୍ଷାର୍ଥୀ ଏମବିଏ ଓ ଏମସିଏ […]

OJEE

OJEE

Rakesh Mallick
  • Published: Sunday, 31 July 2016
  • Updated: 01 August 2016, 08:06 AM IST

Sports

Latest News

କଟକ: ଆଜି ଦ୍ୱିତୀୟ ପର୍ଯ୍ୟାୟ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ସାଢ଼େ ୨ଟା ରୁ ସାଢ଼େ ୩ଟା ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା।

ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟ ଜେଇଇ କରିବାକୁ ନିଷ୍ପତ୍ତି ନେଇଥିଲେ। ମୋଟ ୧୧,୪୯୦ ଜଣ ପରୀକ୍ଷାର୍ଥୀ ସ୍ୱତନ୍ତ୍ର ଓଜେଇଇ ଦେବାକୁ ଆବେଦନ କରିଥିଲେ। ସେଥିମଧ୍ୟରୁ ୬,୬୦୦ଜଣ ବି.ଟେକ୍, ୩,୦୦୦ ଜଣ ଲାଟେରାଲ୍ ଏଣ୍ଟ୍ରିରେ ଏବଂ ୨,୦୦୦ରୁ ଅଧିକ ପରୀକ୍ଷାର୍ଥୀ ଏମବିଏ ଓ ଏମସିଏ ପାଇଁ ଆବେଦନ କରିଥିଲେ।

ସୂଚନାଯୋଗ୍ୟ, ଦ୍ୱିତୀୟ ଓଜେଇଇ ପାଇଁ ଜୁଲାଇ ୨୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜୁଲାଇ ୨୨ରୁ ୨୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ।  ଜୁଲାଇ ୨୭ ତାରିଖଠାରୁ ୩୦ ତାରିଖ ଯାଏଁ ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଅଗଷ୍ଟ ୩ ତାରିଖରେ ପରୀକ୍ଷାଫଳ ପ୍ରକାଶ ପାଇବ। ଅଗଷ୍ଟ ୪ ତାରିଖଠାରୁ ଛାତ୍ରଛାତ୍ରୀମାନେ ରାଙ୍କ୍ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ଅଗଷ୍ଟ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍ ରେଜିଷ୍ଟ୍ରେସନ୍‌ କରାଯିବ। ଅଗଷ୍ଟ ୧୦ରେ ଫାଇନାଲ୍ ଆଲଟ୍‌ମେଣ୍ଟ୍ ହେବ ବୋଲି ଜଣାପଡିଛି। ଏହି ପର୍ଯ୍ୟାୟ ଓଜେଇଇ ସଂପର୍କିତ ସମସ୍ତ ତଥ୍ୟ ଓ ବିବରଣୀ www.ojee.nic.in ରେ ଉପଲବ୍ଧ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos