ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ‘ଚିଟ୍‌ଫଣ୍ଡ୍’ ତାତି

ଭୁବନେଶ୍ୱର: ଆଜିଠାରୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଗୃହ କାର୍ଯ୍ୟ ଆରମ୍ଭରୁ ହିଁ ସରଗରମ ସ୍ଥିତି ଦେଖିବାକୁ ମିଳିଛି। ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଚିଟ୍‌ଫଣ୍ଡ ଲିଙ୍କ୍‌ ଓ ପାଜେରୋ ଗାଡ଼ି ପ୍ରସଙ୍ଗ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଗୃହ ମଧ୍ୟରେ ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ନିରଞ୍ଜନ ପୂଜାରୀ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରି ଥିଲେ। ତେବେ ଅପରାହ୍ନରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହେବା କ୍ଷଣି […]

assembly

assembly

Rakesh Mallick
  • Published: Tuesday, 26 April 2016
  • Updated: 26 April 2016, 12:22 PM IST

Sports

Latest News

assemblyଭୁବନେଶ୍ୱର: ଆଜିଠାରୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଗୃହ କାର୍ଯ୍ୟ ଆରମ୍ଭରୁ ହିଁ ସରଗରମ ସ୍ଥିତି ଦେଖିବାକୁ ମିଳିଛି। ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଚିଟ୍‌ଫଣ୍ଡ ଲିଙ୍କ୍‌ ଓ ପାଜେରୋ ଗାଡ଼ି ପ୍ରସଙ୍ଗ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଗୃହ ମଧ୍ୟରେ ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ନିରଞ୍ଜନ ପୂଜାରୀ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରି ଥିଲେ। ତେବେ ଅପରାହ୍ନରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହେବା କ୍ଷଣି ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ଏହା ପରେ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ।

ନରସିଂହ ମିଶ୍ର କହିଛନ୍ତି,“ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଆଣିଥିଲୁ। ପ୍ରସ୍ତାବର ଶୀର୍ଷକ ଥିଲା, ‘ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଓ ସୁରକ୍ଷାରେ ଚାଲିଛି ଚିଟ୍‌ଫଣ୍ଡ ଦୁର୍ନୀତି, ତଦନ୍ତ ବାଟବଣା, ନ୍ୟାୟ ପାଇବାରୁ ବଞ୍ଚିତ ହେବେ ଲକ୍ଷ ଲକ୍ଷ ଜମାକାରୀ’। ଜମାକାରୀ ଓ ରାଜ୍ୟର ସ୍ୱାର୍ଥ ପାଇଁ ଏ ମୁଲତବି ପ୍ରସ୍ତାବ ଦିଆଯାଇଥିଲା। ହେଲେ ବାଚସ୍ପତି ଏହାକୁ ଗ୍ରହଣ କଲେ ନାହିଁ। ଏହି ମୁଲତବି ପ୍ରସ୍ତାବ ଅତି ଜରୁରୀ ଏହାର ଆଲୋଚନା କରାଯିବାକୁ ଦାବି କରିଥିଲୁ। ହେଲେ ବାଚସ୍ପତି ଆମ କଥା ନ ଶୁଣି ଗୃହକୁ ମୁଲତବି କରିଦେଲେ।”

ସେ ଆହୁରି କହିଛନ୍ତି,“ଚିଟ୍‌ଫଣ୍ଡ ହେଉ ବା ଅନ୍ୟ କିଛି ଦୁର୍ନୀତି ଅପରାଧୀକ କାର୍ଯ୍ୟରେ ଯିଏ ଜଡିତ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ହେଲେ ରାଜ୍ୟ ସରକାର କିଛି ଲୋକଙ୍କୁ ସୁରକ୍ଷା ଦେଉଛନ୍ତି, ଆମେ ଏହାକୁ ନିନ୍ଦା କରୁଛୁ। ଯଦି କଂଗ୍ରେସର କିଛି ଲୋକ ଚିଟ୍‌ଫଣ୍ଡ ଦୁର୍ନୀତିରେ ଅଛନ୍ତି, ତାଙ୍କ ବିରୋଧରେ ତଦନ୍ତ କରିବାକୁ କିଏ ମନା କରୁଛି? ଏହାର ତଦନ୍ତ କରାଗଲେ ଆମେ ସ୍ୱାଗତ କରିବୁ।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ନବୀନ ବାବୁଙ୍କ କ୍ୟାବିନେଟର ବରିଷ୍ଠ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ଚିଟ୍‌ଫଣ୍ଡ ଲିଙ୍କରେ ସିବିଆଇ ନୋଟିସ କରିଛି। ଏପରି ସ୍ଥିତିରେ ମନ୍ତ୍ରୀ ପଦରେ ରହିବାର ନୈତିକତା ସେ ହରାଇଛନ୍ତି। ତାଙ୍କ ଇସ୍ତଫା ଦାବି କରିଥିଲୁ। ଆଜି ପର୍ଯ୍ୟନ୍ତ ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯାଇ ନାହିଁ। ଏହି ଦୁଇ ପ୍ରସଙ୍ଗ ଆମେ ଗୃହରେ ଉଠାଇ ଥିଲୁ। ହେଲେ ଏହା ଉପରେ ଆଲୋଚନା କରାଗଲା ନାହିଁ।”

ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି,“ବାଚସ୍ପତିଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି। ତାଙ୍କ ନିଷ୍ପତ୍ତି ପ୍ରତି ସବୁ ଦଳର ସମ୍ମାନ ରହିବା ଦରକାର। ବାଚସ୍ପତିଙ୍କ ମତ ଅନୁସାରେ ଗୃହ ଚାଲିବା ଉଚିତ।”

ଅନ୍ୟପକ୍ଷରେ ଆଜି କଂଗ୍ରେସ ପକ୍ଷରୁ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବି କରି ଭୁବନେଶ୍ୱରରେ ଏକ ବିରାଟ ଶୋଭାଯାତ୍ରା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos