ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବମୁଖର ଢେଙ୍କାନାଳ, ଅନୁଗୋଳ ଓ କେନ୍ଦ୍ରାପଡ଼ା ସହର

ଭୁବନେଶ୍ୱର: ଆଜିଠାରୁ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହେଉଛି। ବିଶେଷକରି ଲକ୍ଷ୍ମୀ ପୂଜା ଲାଗି ପ୍ରସିଦ୍ଧ ଢେଙ୍କାନାଳ, ଅନୁଗୋଳ ଓ କେନ୍ଦ୍ରାପଡ଼ା ସହରରେ ବ୍ୟାପକ ଆୟୋଜନ କରାଯାଇଛି। ଢେଙ୍କାନାଳ ସହରରେ ରଙ୍ଗୀନ ସାଜସଜ୍ଜା ସାଙ୍ଗକୁ ମା’ଙ୍କ ମୃଣ୍ମୟ ମୂର୍ତ୍ତୀ ବେଶ୍‌ ସୁନ୍ଦର ଭାବେ ନିର୍ମାଣ କରାଯାଇଛି। ସହରରେ ଏଥର ୪୦ଟି ପୂଜା ମଣ୍ଡପ ହୋଇଛି।

ସେହିପରି ଶିଳ୍ପ ନଗରୀ ଅନୁଗୋଳ ସହରରେ ବି ମା’ଙ୍କ ପୂଜା ଲାଗି  ଚଳଚଞ୍ଚଳ ହୋଇପଡ଼ିଛି।  ଚଳିତବର୍ଷ ଅନୁଗୋଳ ସହରରେ ପ୍ରାୟ ୩୦ରୁ ଅଧିକ ପୂଜା ମଣ୍ଡପ ସହ ନାଲକୋ, ବଅଁରପାଳ ତଥା ଏହାର ଉପକଣ୍ଠ ଅଞ୍ଚଳରେ ପ୍ରାୟ ୭୦ଟି ପୂଜା ମଣ୍ଡପରେ ପୂଜା ପାଇବ ମା’ଙ୍କ ମୃଣ୍ମୟ ମୂର୍ତ୍ତୀ।

କେନ୍ଦ୍ରାପଡ଼ା ସହର ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ସହରରେ ଏଥର ୬୬ଟି ପୂଜା ମଣ୍ଡପରେ ଧନଦାତ୍ରୀ ମା’ ପୂଜା ପାଇବେ।