ମାଟ୍ରିକ୍‌ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନରେ ପରୀକ୍ଷାର୍ଥୀ ମାତୃଭାଷା ପରୀକ୍ଷା ଦେଇଥିଲେ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା ୩୦ରେ ଶେଷ ହୋଇଥିଲା। ଏଥର ରାଜ୍ୟର ୨,୯୮୩ ପରୀକ୍ଷା କେନ୍ଦ୍ରରେ ୬,୮୦,୦୭୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଛାତ୍ରଛାତ୍ରୀମାନେ ସକାଳ ୮ଟା ୩୦ ମିନିଟ୍‌ରେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ। ୮ଟା ୪୫ ମିନିଟ୍‌ରେ କୋଶ୍ଚିନ୍ କମ୍ ଆନ୍‌ସର୍ ବୁକ୍‌ଲେଟ୍ ଦିଆଯାଇ ୧୫ ମିନିଟ୍ ପ୍ରଶ୍ନ ପଢ଼ିବା ଲାଗି ଦିଆଯାଇଥିଲା। […]

exam

exam

Rakesh Mallick
  • Published: Tuesday, 28 February 2017
  • Updated: 28 February 2017, 01:42 PM IST

Sports

Latest News

ଭୁବନେଶ୍ୱର: ଆଜିଠୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନରେ ପରୀକ୍ଷାର୍ଥୀ ମାତୃଭାଷା ପରୀକ୍ଷା ଦେଇଥିଲେ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା ୩୦ରେ ଶେଷ ହୋଇଥିଲା। ଏଥର ରାଜ୍ୟର ୨,୯୮୩ ପରୀକ୍ଷା କେନ୍ଦ୍ରରେ ୬,୮୦,୦୭୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

ଛାତ୍ରଛାତ୍ରୀମାନେ ସକାଳ ୮ଟା ୩୦ ମିନିଟ୍‌ରେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ। ୮ଟା ୪୫ ମିନିଟ୍‌ରେ କୋଶ୍ଚିନ୍ କମ୍ ଆନ୍‌ସର୍ ବୁକ୍‌ଲେଟ୍ ଦିଆଯାଇ ୧୫ ମିନିଟ୍ ପ୍ରଶ୍ନ ପଢ଼ିବା ଲାଗି ଦିଆଯାଇଥିଲା। ପ୍ରଥମ ୧ ଘଣ୍ଟା ଅର୍ଥାତ୍ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଅବ୍‌ଜେକ୍‌ଟିଭ୍‌ ଉତ୍ତର ଲେଖିବାକୁ ସମୟ ଧାର୍ଯ୍ୟ ହୋଇଛି।

ଏଥର ପରୀକ୍ଷା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ୱାଡ୍ ଗଠନ କରାଯାଇ ପରୀକ୍ଷା କେନ୍ଦ୍ର ଉପରେ ନଜର ରଖାଯାଇଛି। ଏବର୍ଷ ପ୍ରଥମ ଥର ପାଇଁ ଓଏମ୍‌ଆର୍‌ ସିଟ୍‌ ଉପରେ ପରୀକ୍ଷାର୍ଥୀଙ୍କ ନାଁ ଛପା ଯାଇଥିବାରୁ ପରୀକ୍ଷା ତ୍ରୁଟିଶୂନ୍ୟ ହୋଇପାରିବ। ନୋଡାଲ ସେଣ୍ଟର ଗୁଡ଼ିକରେ ସୁରକ୍ଷା ଦୃଷ୍ଟିରୁ ସଶସ୍ତ୍ର ପୋଲିସ୍‌ ମୁୟତନ କରାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos