ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ୍‌ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ  ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ୍‌ ପରୀକ୍ଷା ଆରମ୍ଭ ହୋଇଛି। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ସଫଳତା ପାଇ ନ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ପରୀକ୍ଷା କରାଯାଇଛି। ଆଜି ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଛି। ରାଜ୍ୟର ୩୩ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି।

ପ୍ରଥମ ଦୁଇଦିନ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ପରୀକ୍ଷାରେ ମୋଟ ୨୧୦ ନମ୍ୱରରୁ ଅଧିକ ମାର୍କସ୍‌ ରଖି ଗୋଟିଏ ବିଷୟରେ ଫେଲ୍‌ ହୋଇଥିବା ଛାତ୍ର ଛାତ୍ରୀ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଦେବା ପାଇଁ ବିବେଚିତ ହୋଇଛନ୍ତି।