ଆଜିଠୁ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼: ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆଜିଠୁ ଆରମ୍ଭ ହେଉଛି। ୧୧ ଦିନ ଧରି ଏହି ଧନୁଯାତ୍ରା ଚାଲିବ। ଆଜି ସଂଧ୍ୟାରେ ରାଜଦରବାରରେ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହେବ। ଏହାସହ ହାଟପଦା ସ୍ଥିତ କଂସଙ୍କ ରାଜ ଦରବାର ଏବଂ ଅମ୍ୱାପାଲି ସ୍ଥିତ ଗୋପପୁରରେ ଲୋକନାଟ୍ୟ ଆରମ୍ଭ ହେବ। ଆଜି ରାମଜୀ ମନ୍ଦିରରେ ଦେବକୀ ଏବଂ ବସୁଦେବଙ୍କ ବିବାହ ହେବ। ଏହାପରେ ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସର ସିଂହାସନ ଆରୋହଣ ଏବଂ ଦେବକୀ ଓ ବସୁଦେବଙ୍କୁ କାରାଗାର ପ୍ରେରଣ ମଞ୍ଚସ୍ଥ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।