ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖିବେ ନବୋଦୟ ଓ ଘରୋଇ କଲେଜ ଅଧ୍ୟାପକ

ଭୁବନେଶ୍ୱର: ଯୁକ୍ତ ଦୁଇ ଖାତା ବିଭ୍ରାଟର ସମାଧାନ ପାଇଁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କରିଛନ୍ତି। ସେହି ଅନୁସାରେ ଆଜିଠାରୁ କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟ, ଘରୋଇ କଲେଜ ଅଧ୍ୟାପକ, ବୈଷୟିକ ଶିକ୍ଷାନୁଷ୍ଠାନ ଅଧ୍ୟାପକ ଓ ଏମଏସସି ଶିକ୍ଷାଗତ ଯୋଗ୍ୟତା ସହ ପାଠପଢ଼ାଇବାର ୧ବର୍ଷ ଅଭିଜ୍ଞତା ଥିବା ଅଧ୍ୟାପକମାନେ ଖାତା ଦେଖିବେ। ଯୁକ୍ତଦୁଇ ଖାତା ଦେଖା ଅବ୍ୟବସ୍ଥାକୁ ଦୂର କରିବାକୁ  ଶୁକ୍ରବାର ସଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ଖାତା ଦେଖା ଠିକ୍‌ ସମୟରେ ସାରିବାକୁ […]

CfiN0ddUMAAMPKc

CfiN0ddUMAAMPKc

Rakesh Mallick
  • Published: Saturday, 09 April 2016
  • Updated: 09 April 2016, 04:27 AM IST

Sports

Latest News

ଭୁବନେଶ୍ୱର: ଯୁକ୍ତ ଦୁଇ ଖାତା ବିଭ୍ରାଟର ସମାଧାନ ପାଇଁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କରିଛନ୍ତି। ସେହି ଅନୁସାରେ ଆଜିଠାରୁ କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟ, ଘରୋଇ କଲେଜ ଅଧ୍ୟାପକ, ବୈଷୟିକ ଶିକ୍ଷାନୁଷ୍ଠାନ ଅଧ୍ୟାପକ ଓ ଏମଏସସି ଶିକ୍ଷାଗତ ଯୋଗ୍ୟତା ସହ ପାଠପଢ଼ାଇବାର ୧ବର୍ଷ ଅଭିଜ୍ଞତା ଥିବା ଅଧ୍ୟାପକମାନେ ଖାତା ଦେଖିବେ।

ଯୁକ୍ତଦୁଇ ଖାତା ଦେଖା ଅବ୍ୟବସ୍ଥାକୁ ଦୂର କରିବାକୁ  ଶୁକ୍ରବାର ସଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ଖାତା ଦେଖା ଠିକ୍‌ ସମୟରେ ସାରିବାକୁ ପୁଣି ବିକଳ୍ପ ବ୍ୟବସ୍ଥା କରାଯାଇଥିଲା। ଖାତା ଦେଖାରେ କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟ, ଘରୋଇ କଲେଜ ଅଧ୍ୟାପକ, ବୈଷୟିକ ଶିକ୍ଷାନୁଷ୍ଠାନ ଅଧ୍ୟାପକ ଓ ଏମଏସସି ଶିକ୍ଷାଗତ ଯୋଗ୍ୟତା ସହ ୧ବର୍ଷ ଅଭିଜ୍ଞତା ଥିବା ଅଧ୍ୟାପକମାନଙ୍କୁ ସାମିଲ କରାଯିବାକୁ ସ୍ଥିର କରାଯାଇଥିଲା।

ଉଚ୍ଚଶିକ୍ଷା ସଚିବ ଜିଭିଭି ଶର୍ମା କହିଥିଲେ, “ଖାତା ଦେଖା ଲାଗି ବିକଳ୍ପ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଖାତା ଦେଖାରେ ବାଧ୍ୟା ସୃଷ୍ଟି କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ସରକାରଙ୍କ ଏ ବିକଳ୍ପ ବ୍ୟବସ୍ଥା ମଧ୍ୟ ବିଫଳ ହେବ ବୋଲି ବେସରକାରୀ କଲେଜ ଅଧ୍ୟାପକ ସମନ୍ୱୟ ସମିତି ପକ୍ଷରୁ କୁହାଯାଇଥିଲା। ସରକାର ଯେଉଁ ବିକଳ୍ପ ବ୍ୟବସ୍ଥା କରୁଛନ୍ତି ଏଥିରେ ମୂଲ୍ୟାୟନ ଠିକ୍‌ ହେବା ନେଇ ସମିତି ସନ୍ଦେହ ପ୍ରକାଶ କରିଛି। ସମିତି ପକ୍ଷରୁ କୁହାଯାଇଥିଲା, “ଆମେ କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ। ହେଲେ ଆନ୍ଦୋଳନରୁ ଓହରିବୁ ନାହିଁ, ଏହା ଜାରି ରହିବ।”

ସରକାର ଯେତେ ଯାହା କଲେ ମଧ୍ୟ ଯୁକ୍ତଦୁଇ ମୂଲ୍ୟାୟନ ପ୍ରକ୍ରିୟାରେ ୪୮୮ ଓ ୬୬୨ ବର୍ଗ ଅଧ୍ୟାପକମାନଙ୍କୁ ସାମିଲ କରାଇବାକୁ ସକ୍ଷମ ହୋଇପାରିନାହାନ୍ତି। ଫଳରେ ୫ଦିନ ହେଲା ଖାତା ମୂଲ୍ୟାୟନ ପ୍ରକ୍ରିୟା ଠିକ୍‌ ଭାବେ ହୋଇପାରି ନାହିଁ। ଅଧିକାଂଶ ମୂଲ୍ୟାୟନ ସେଣ୍ଟରରେ ଖାତାଦେଖା ଟେବୁଲ ଖାଲି ପଡିଛି। ହାତଗଣତି କିଛି ଅଧ୍ୟାପକଙ୍କୁ ଛାଡି ଦେଲେ ଅନ୍ୟମାନେ ଅନୁପସ୍ଥିତ ରହୁଛନ୍ତି। ରାଜ୍ୟର ସବୁ ଜୋନରେ ସମାନ ସ୍ଥିତି ରହିଛି। ଆଗକୁ ଜେଇଇ ମେନ୍‌ ରେଜଲ୍ଟ ଆସିବାକୁ ଥିବାରୁ ଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା ପ୍ରକାଶ ପାଇଛି। ଏପରି ସ୍ଥିତିରେ ସଠିକ୍‌ ମୂଲ୍ୟାୟନ ଓ ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶ ପାଇବା ନେଇ ମଧ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଶଙ୍କାରେ ରହିଛନ୍ତି।

ଜଣେ ଛାତ୍ର କହିଥିଲେ, “ବିଳମ୍ବରେ ରେଜଲ୍ଟ ବାହାରିଲେ ଆମେ ସମସ୍ୟାରେ ପଡିବୁ। ବିଶେଷ କରି ଆଗକୁ ଜେଇଇ ମେନ୍‌ ରେଜଲ୍ଟ ବାହାରିବାକୁ ଅଛି, ତା’ ପୂର୍ବରୁ ଯୁକ୍ତଦୁଇ ରେଜଲ୍ଟ ବାହାରିବା ଦରକାର।”

ପୂର୍ବରୁ ବିକଳ୍ପ ବ୍ୟବସ୍ଥା ପାଇଁ ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ ବିଭିନ୍ନ ଡିଗ୍ରୀ କଲେଜ, ସ୍ୱୟଂଶାସିତ କଲେଜ ଓ ୩ଟି ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କୁ ମୂଲ୍ୟାୟନରେ ନିୟୋଜିତ କରିବାକୁ ଅନୁରୋଧ କରିଥିଲେ। ଶନିବାର ସୁଦ୍ଧା ଏମାନେ ଖାତା ଦେଖାରେ ଯୋଗ ଦେବେ ବୋଲି ଆଶା ରଖିଛୁ ବୋଲି ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ବାସୁଦେବ ଛାଟୋଇ କହିଥିଲେ।

ଅନ୍ୟପକ୍ଷରେ ବିବାଦ ସମାଧାନ ପାଇଁ ସରକାରଙ୍କୁ ପୁଣି ଆଲୋଚନା ପାଇଁ ଅଧ୍ୟାପକ ମହାସଂଘ ଆହ୍ୱାନ କରିଛି।

୬୬୨ ବର୍ଗ ଅଧ୍ୟାପକ ସଂଘ ରାଜ୍ୟ ସଭାପତି ଗୋଲକ ନାଏକ କହିଥିଲେ, “ବିକଳ୍ପ ବ୍ୟବସ୍ଥା କାହାକୁ ନେଇ କରିବେ, ଆମରି ପରି ଅଧ୍ୟାପକଙ୍କୁ ନେଇ କରିବେ। ସେମାନେ ଆମରି ବର୍ଗ ପରି ଅଧ୍ୟାପକ। ଅନ୍ୟ ଅଧ୍ୟାପକମାନେ ଆମକୁ ସମର୍ଥନ ଜଣାଇ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି। ବର୍ତ୍ତମାନ ସମସ୍ତେ ଚାହୁଁଛନ୍ତି ବ୍ଲକଗ୍ରାଣ୍ଟ ଉଠିଯାଉ।”

ବିଭିନ୍ନ ସର୍ବଭାରତୀୟ ପରୀକ୍ଷାକୁ ଦୃଷ୍ଟିରେ ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ବିଜ୍ଞାନ ଓ ବାଣିଜ୍ୟ, ମେ’ ଶେଷ ସପ୍ତାହ ସୁଦ୍ଧା କଳା ପରୀକ୍ଷା ଫଳ ପ୍ରକାଶ ପାଇଁ ଲକ୍ଷ୍ୟ ରଖିଥିଲା ଯୁକ୍ତଦୁଇ ପରିଷଦ। ହେଲେ ଏପର୍ଯ୍ୟନ୍ତ ଖାତା ଦେଖା ସୂଚାରୁ ରୂପେ ଆରମ୍ଭ ହୋଇ ପାରି ନ ଥିବାରୁ ପରିଷଦର ଏ ଲକ୍ଷ୍ୟ ପୂରଣ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos