ରାଜ୍ୟର ୧୪ ଜିଲ୍ଲାରେ ଲାଗୁ ହେଲା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ

ଭୁବନେଶ୍ୱର: ରାଜ୍ୟର ୧୪ଟି ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହୋଇଛି। ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ରିହାତି ଦରରେ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ୱା ଗହମ ଯୋଗାଇ ଦିଆଯାଉଛି। ଚାଉଳ କିଲୋ ପିଛା ୩ ଟଙ୍କା ଓ ଗହମ ୨ ଟଙ୍କାରେ ମିଳୁଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୬ ଲକ୍ଷ ୩୩ ହଜାର ପରିବାରର ୯୩ ଲକ୍ଷ ୩୫ ହଜାର ଲୋକଙ୍କୁ ଚାଉଳ ଓ ଗହମ ଯୋଗାଇ ଦିଆଯାଉଛି। ପଞ୍ଚାୟତସ୍ତରରେ ଖୋଲାଯାଇଥିବା […]

khadya

khadya

Rakesh Mallick
  • Published: Monday, 16 November 2015
  • Updated: 16 November 2015, 04:49 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ୧୪ଟି ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହୋଇଛି। ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ରିହାତି ଦରରେ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ୱା ଗହମ ଯୋଗାଇ ଦିଆଯାଉଛି। ଚାଉଳ କିଲୋ ପିଛା ୩ ଟଙ୍କା ଓ ଗହମ ୨ ଟଙ୍କାରେ ମିଳୁଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୬ ଲକ୍ଷ ୩୩ ହଜାର ପରିବାରର ୯୩ ଲକ୍ଷ ୩୫ ହଜାର ଲୋକଙ୍କୁ ଚାଉଳ ଓ ଗହମ ଯୋଗାଇ ଦିଆଯାଉଛି।

ପଞ୍ଚାୟତସ୍ତରରେ ଖୋଲାଯାଇଥିବା ରାସନ କେନ୍ଦ୍ରକୁ ଯାଇ ହିତାଧିକାରୀ ଖାଦ୍ୟଶସ୍ୟ ନେଉଛନ୍ତି। ଏଥିପାଇଁ ପୁର୍ବରୁ ଜିଲ୍ଲା ପ୍ରଶାସନକୁ ଯୋଗାଣ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା ବୋଲି ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି। ତେବେ ଖାଦ୍ୟ ସୁରକ୍ଷା ଆଇନକୁ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରଶ୍ନ ଉଠାଇଛନ୍ତି। ୨ବର୍ଷ ବିଳମ୍ବରେ ରାଜ୍ୟ ସରକାର କାହିଁକି ଏହାକୁ ଲାଗୁ କଲେ ବୋଲି ସେ କହିଛନ୍ତି। ତାଲିକାରୁ ୮୦ ଲକ୍ଷ ଆବେଦନକାରୀ ବାଦ ପଡିଛନ୍ତି। ଏମାନଙ୍କ ମଧ୍ୟରେ ବହୁ ଗରିବ ଅଛନ୍ତି ବୋଲି ପିସିସି ସଭାପତି ହରିଚନ୍ଦନ କହିଛନ୍ତି।

ତେବେ ବିଭିନ୍ନ ସ୍ଥାନରେ ଚାଉଳ ଓ ଗହମ ବଣ୍ଟନରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ବଲାଙ୍ଗିର ପଞ୍ଚାୟତରେ ନୂଆ ରାସନ କାର୍ଡ ମିଳି ନ ଥିବାରୁ ହିତାଧିକାରୀମାନେ ଅଫିସରେ ତାଲା ପକାଇ ଧାରଣାରେ ବସିଥିଲେ। ଏଠାରେ ଚୂଡାନ୍ତ ତାଲିକା ପ୍ରସ୍ତୁତ ହୋଇ ନ ଥିବାରୁ ଗହମ ଓ ଚାଉଳ ବଣ୍ଟା ଆରମ୍ଭ ହୋଇପାରିନି। ନୂଆପଡା ଜିଲ୍ଲାର କିଛି ସ୍ଥାନରେ ରାସନ କାର୍ଡ ପହଞ୍ଚି ନ ଥିବାରୁ ଜିଲ୍ଲାରେ ଖାଦ୍ୟ ଶସ୍ୟ ବଣ୍ଟନ କାମ ଆରମ୍ଭ ହୋଇପାରିନି। ଗଜପତି ଜିଲ୍ଲାରେ ସମସ୍ୟା ହୋଇଛି ରାସନ କାର୍ଡ। ଖାଦ୍ୟ ଶସ୍ୟ ଆସି ପହଞ୍ଚିଯାଇଛି, ହେଲେ ଅନେକ ବ୍ଲକରେ ହିତାଧିକାରୀ ରାସନ୍ କାର୍ଡ ପାଇ ନ ଥିବାରୁ ଚାଉଳ ଓ ଗହମ ପାଇ ନାହାନ୍ତି। ଦେବଗଡ଼ ଜିଲ୍ଲାରେ ଖାଲି ହାତରେ ହିତାଧିକାରୀଙ୍କୁ ଫେରିବାକୁ ପଡିଛି। ହିତାଧିକାରୀଙ୍କୁ କାର୍ଡ ମିଳିଛି ହେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଡ୍ରାଫଟ କି ଅନଲାଇନରେ ଟଙ୍କ। ଜମା କରି ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି।

ଅନ୍ୟପକ୍ଷେ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିଥିଲା। କେତେର ସ୍ଥାନରେ ଆବେଦନକାରୀ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ। ଅନ୍ୟପକ୍ଷରେ ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ କିଛି ହିତାଧିକାରୀଙ୍କୁ ଏଯାଏଁ କାର୍ଡ ମିଳିନାହିଁ। ତେଣୁ ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଛି। ହିତାଧିକାରୀ ଚୟନରେ ଆଦୌ ସ୍ୱଚ୍ଛତା ନ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ରାଜ୍ୟର ବହୁ ପଞ୍ଚାୟତରେ ଗରିବ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯାଇନାହିଁ। ତାଲିକାରୁ ସେମାନଙ୍କ ବାଦ ପଡିଥିବାବେଳେ ଧନୀ ଲୋକଙ୍କ ନାଁ ରହିଛି। ପ୍ରକୃତ ହିତାଧିକାରୀ ଚିହ୍ନଟ କରି ସେମାନଙ୍କୁ ଏଥିରେ ସାମିଲ କରନ୍ତୁ। ଯୋଜନା କାର୍ଯ୍ୟକାରୀ କରିବା ନେଇ ତରବର ହେବାର କିଛି ନାହିଁ ବୋଲି ସେ କହିଛନ୍ତି। ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି ଯେ ଯେଉଁ ଅଯୋଗ୍ୟ ହିତାଧିକାରୀମାନେ କୌଣସି ପ୍ରକାରେ ଖାଦ୍ୟ ସୁରକ୍ଷା ଆଇନ ତାଲିକାଭୁକ୍ତ ହୋଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଉ ଯେଉଁ ପ୍ରକୃତ ହିତାଧିକାରୀମାନେ ତାଲିକାଭୁକ୍ତ ହୋଇନାହାନ୍ତି ସେମାନଙ୍କ ପାଇଁ ନିରନ୍ତର ସୁଯୋଗ ରହିଛି।

ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ଅବଶିଷ୍ଟ ୧୬ଟି ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୨ କୋଟି ୧ ଲକ୍ଷରୁ ଅଧିକ ହିତାଧୀକାରୀଙ୍କୁ କାର୍ଡ ବଣ୍ଟନ ଚାଲିଛି। ଆସନ୍ତାମାସ ପହିଲାରୁ ଏମାନଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ଲକ୍ଷ୍ୟ ରହିଥିଲେ ମଧ୍ୟ ଏହା ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇପାରିବା ନେଇ ଆଶଙ୍କା ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos