ଆଜିଠୁ ରାଜ୍ୟର ସବୁ ସ୍କୁଲ ସକାଳୁଆ

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜିଠାରୁ ରାଜ୍ୟର ସବୁ ସ୍କୁଲ ସକାଳୁଆ ହୋଇଛି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ତାତିକୁ ଲକ୍ଷ୍ୟ ରଖି ସମସ୍ତ ସରକାରୀ ଓ ବେସକାରୀ ସ୍କୁଲ ସକାଳୁଆ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏପ୍ରିଲ ଶେଷ ସୁଦ୍ଧା ସମସ୍ତ ସ୍କୁଲରେ ପରୀକ୍ଷା ଶେଷ  କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସ୍କୁଲରେ ଆବଶ୍ୟକ ଜଳଯୋଗାଣ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି। ଏପ୍ରିଲ ୨ରୁ ରାଜ୍ୟର ସମସ୍ତ ସ୍କୁଲ ସାଢ଼େ ୭ଟାରୁ ଆରମ୍ଭ ହୋଇ […]

school

school

Rakesh Mallick
  • Published: Saturday, 02 April 2016
  • Updated: 02 April 2016, 05:39 AM IST

Sports

Latest News

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜିଠାରୁ ରାଜ୍ୟର ସବୁ ସ୍କୁଲ ସକାଳୁଆ ହୋଇଛି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ତାତିକୁ ଲକ୍ଷ୍ୟ ରଖି ସମସ୍ତ ସରକାରୀ ଓ ବେସକାରୀ ସ୍କୁଲ ସକାଳୁଆ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏପ୍ରିଲ ଶେଷ ସୁଦ୍ଧା ସମସ୍ତ ସ୍କୁଲରେ ପରୀକ୍ଷା ଶେଷ  କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସ୍କୁଲରେ ଆବଶ୍ୟକ ଜଳଯୋଗାଣ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି। ଏପ୍ରିଲ ୨ରୁ ରାଜ୍ୟର ସମସ୍ତ ସ୍କୁଲ ସାଢ଼େ ୭ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟାରେ ସରିବ ବୋଲି ଏସ୍‌ଆର୍‌ସି ପ୍ରଦୀପ୍ତ ମହାପାତ୍ର କହିଥିଲେ।

ମାର୍ଚ୍ଚ ୨୨ ତାରିଖରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ଜଳ ସଙ୍କଟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଏପ୍ରିଲ ୨ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos