ଆଜିଠାରୁ ଶ୍ରୀମନ୍ଦିର ଜଗମୋହନର ପକେଟ୍‌ ଫ୍ରେମିଂ କାର୍ଯ୍ୟ

ପୁରୀ: ଆଜିଠାରୁ ଶ୍ରୀମନ୍ଦିର ଜଗମୋହନର ପକେଟ୍‌ ଫ୍ରେମିଂ କାର୍ଯ୍ୟ ଆରମ୍ଭ ହେବ। ଏହାସହ  ଜ୍ୟାକେଟିଂ ଏବଂ କଲମ କ୍ୟାପିଟାଲ କନଫାଇନମେଣ୍ଟ୍‌ କାମ ମଧ୍ୟ ଆରମ୍ଭ ହେବ। ଏଥିପାଇଁ ଶ୍ରୀମନ୍ଦିର ପକ୍ଷରୁ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ନତତ୍ତ୍ୱ ବିଭାଗ, ଶ୍ରୀମନ୍ଦିର କର୍ତ୍ତୃପକ୍ଷ ଓ କୋର କମିଟି ବିଶେଷଜ୍ଞ ଟିମ୍‌ର ସଦସ୍ୟ ଜଗମୋହନରେ ଆରମ୍ଭ ହେବାକୁ ଥିବା କାମର ଅନୁଧ୍ୟାନ କରିବେ। ବିଶେଷ କରି ୭ଟି ପକେଟ୍ ଫ୍ରେମିଂ କରାଯିବ। ଜଗମୋହନର ୪ଟି କଲୋମ କ୍ୟାପିଟାଲ କନଫାଇନମେଣ୍ଟ […]

puri temple

puri temple

Rakesh Mallick
  • Published: Tuesday, 06 September 2016
  • Updated: 06 September 2016, 02:46 PM IST

Sports

Latest News

puri-templeପୁରୀ: ଆଜିଠାରୁ ଶ୍ରୀମନ୍ଦିର ଜଗମୋହନର ପକେଟ୍‌ ଫ୍ରେମିଂ କାର୍ଯ୍ୟ ଆରମ୍ଭ ହେବ। ଏହାସହ  ଜ୍ୟାକେଟିଂ ଏବଂ କଲମ କ୍ୟାପିଟାଲ କନଫାଇନମେଣ୍ଟ୍‌ କାମ ମଧ୍ୟ ଆରମ୍ଭ ହେବ। ଏଥିପାଇଁ ଶ୍ରୀମନ୍ଦିର ପକ୍ଷରୁ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ନତତ୍ତ୍ୱ ବିଭାଗ, ଶ୍ରୀମନ୍ଦିର କର୍ତ୍ତୃପକ୍ଷ ଓ କୋର କମିଟି ବିଶେଷଜ୍ଞ ଟିମ୍‌ର ସଦସ୍ୟ ଜଗମୋହନରେ ଆରମ୍ଭ ହେବାକୁ ଥିବା କାମର ଅନୁଧ୍ୟାନ କରିବେ। ବିଶେଷ କରି ୭ଟି ପକେଟ୍ ଫ୍ରେମିଂ କରାଯିବ। ଜଗମୋହନର ୪ଟି କଲୋମ କ୍ୟାପିଟାଲ କନଫାଇନମେଣ୍ଟ କାର୍ଯ୍ୟ ସରିଯାଇଥିବାରୁ ବାକି ୩ଟି କଲୋମ କ୍ୟାପିଟାଲ କାମ ଆରମ୍ଭ ହେବ।

ମଧ୍ୟାହ୍ନରୁ କାମ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାମ ଚାଲିବ ବୋଲି ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗତ ୧ ତାରିଖରେ ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗରେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ୬ ତାରିଖରୁ କାମ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos