ଅକ୍ଷିମୁଠି କାର୍ଯ୍ୟକ୍ରମକୁ ନେଇ ରାଜନୀତି

ଭୁବନେଶ୍ୱର: ବିଜେଡି ଓ ବିଜେପି ଆଜି ଆୟୋଜନ କରିଥିବା ଅକ୍ଷିମୁଠି ଅନୁକୁଳ କାର୍ଯ୍ୟକମକୁ ନେଇ ପରସ୍ପରକୁ ଆକ୍ଷେପ କରିଥିବା ବେଳେ କଂଗ୍ରେସ ଦୁଇ ଦଳକୁ ସମାଲୋଚନା କରିଛି। ନବୀନଙ୍କୁ ଅନୁସରଣ କରି ବିଜେପି ଅକ୍ଷୟ ତୃତୀୟ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଦୃଢ ଜବାବ ଦେଇଛନ୍ତି। ଅନ୍ୟପକ୍ଷରେ ଚାଷୀଙ୍କ ପ୍ରତି ଦୁଇ ଦଳର ଆନ୍ତରିକତା ନ ଥିବା ପିସିସି ସଭାପତି ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ […]

Dharmendra-pradeep-prasad

Dharmendra-pradeep-prasad

Rakesh Mallick
  • Published: Monday, 09 May 2016
  • Updated: 09 May 2016, 02:38 PM IST

Sports

Latest News

Dharmendra-pradeep-prasadଭୁବନେଶ୍ୱର: ବିଜେଡି ଓ ବିଜେପି ଆଜି ଆୟୋଜନ କରିଥିବା ଅକ୍ଷିମୁଠି ଅନୁକୁଳ କାର୍ଯ୍ୟକମକୁ ନେଇ ପରସ୍ପରକୁ ଆକ୍ଷେପ କରିଥିବା ବେଳେ କଂଗ୍ରେସ ଦୁଇ ଦଳକୁ ସମାଲୋଚନା କରିଛି। ନବୀନଙ୍କୁ ଅନୁସରଣ କରି ବିଜେପି ଅକ୍ଷୟ ତୃତୀୟ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଦୃଢ ଜବାବ ଦେଇଛନ୍ତି। ଅନ୍ୟପକ୍ଷରେ ଚାଷୀଙ୍କ ପ୍ରତି ଦୁଇ ଦଳର ଆନ୍ତରିକତା ନ ଥିବା ପିସିସି ସଭାପତି ଅଭିଯୋଗ କରିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ପିପିଲି ନିକଟ ଲକ୍ଷ୍ମୀନାରାୟଣପୁରରେ ରାଜ୍ୟସ୍ତରୀୟ କୃଷକ ଦିବସ ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏଠାରେ ଅକ୍ଷିମୁଠି ଅନୁକୁଳ କରି ଡିବିଟି ଯୋଜନାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଉପସ୍ଥିତ ଥିଲେ। କଟକର କନ୍ଦରପୁରଠାରେ ବିଜେପି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂ ଏଥିରେ ଯୋଗଦେଇ ଅକ୍ଷିମୁଠି ଅନୁକୁଳ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀର ବୁଦ୍ଧିପଡ଼ାରେ ପିସିସି ସଭାପତି ଅକ୍ଷିମୁଠି ଅନୁକୁଳ କରିଥିଲେ।

ଅକ୍ଷୟ ତୃତୀୟା କାର୍ଯ୍ୟକ୍ରମ ପାଇଁ ପ୍ରେସ ଛକରୁ କନ୍ଦରପୁର ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା ବିଜେପି ନେତାଙ୍କ ବଡ଼ ବଡ଼ ହୋଡିଂ ଓ ଦଳୀୟ ପତାକା। ତେବେ ବିଜେପିର ଏପରି ପ୍ରଚାର କାର୍ଯ୍ୟକ୍ରମକୁ ବିଜେଡି ପକ୍ଷରୁ କଟାକ୍ଷ କରାଯାଇଛି। ରାଜ୍ୟ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଏପରି ପ୍ରଚାର କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ତେଲ ପଇସାରେ ବିଜେପି ଏପରି ପୋଷ୍ଟର, ବ୍ୟାନର ଲଗାଇଛି। ନବୀନଙ୍କୁ ଅନୁକରଣ କରି ବିଜେପି କରୁଥିବା କାର୍ଯ୍ୟକ୍ରମ ସଫଳ ହେବନାହିଁ। କହିଲେ କୁଳ କୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସି ଯାଇଛି। ହଜାରେ ଛୁଞ୍ଚି ମିଶିଲେ ବି ଶାବଳ ହୋଇପାରିବ ନାହିଁ।”

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ରାଜ୍ୟ କୃଷି ମନ୍ତ୍ରୀ କହିଲେ ମୁଖିଆ ଅକ୍ଷିମୁଠି ଅନୁକୁଳ କଲେ, ଆମ ଦଳର କଥା, ଏହାକୁ ଆମେ ଆରମ୍ଭ କରିଥିଲୁ। କିଛିଦିନ ପରେ ଜଗନ୍ନାଥଙ୍କ ରଥଯାତ୍ରାକୁ ମଧ୍ୟ ବିଜେଡି ନିଜ ଦଳର କାର୍ଯ୍ୟକ୍ରମ ବୋଲି କହିବ। ଭଗବାନ ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ।”

ଅନ୍ୟପକ୍ଷରେ ଉଭୟ ବିଜେଡି, ବିଜେପିକୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଓଡ଼ିଶାବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି। ଚିଟ୍‌ଫଣ୍ଡ ଓ ତେଲ ପଇସାରେ ଏହି କାର୍ଯ୍ୟକ୍ରମ ଦୁଇଟି ହୋଇଛି କି ନାହିଁ ଏହା ସେମାନେ ଜାଣିଛନ୍ତି। ବିଜେଡି ରଥଯାତ୍ରାକୁ ହଡ଼ପ କରିବା ଓ ବିଜେପି ତୈଳ ବିଶୋଧନାଗାର କାର୍ଯ୍ୟକ୍ରମକୁ ହଡ଼ପ କରିବା ସେମାନଙ୍କ ଭିତିରି କଥା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story