ସର୍ବଭାରତୀୟ ଇଂଜିନିୟରିଂ ଏଣ୍ଟ୍ରାନ୍ସ ନିୟମ ମାନୁ ନାହାନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ସର୍ବଭାରତୀୟ ଇଂଜିନିୟରିଂ ଏଣ୍ଟ୍ରାନ୍ସରେ ସାମିଲ ହୋଇଥିଲେ ମଧ୍ୟ ଏସବୁ ପରୀକ୍ଷାର ନିୟମ ମାନୁ ନାହାନ୍ତି। ସରକାର ଇଂଜିନିୟରିଂ ଆଡମିଶନ କ୍ଷେତ୍ରରେ ଅଲ୍‌ ଇଣ୍ଡିଆ କାଉନସିଲ୍‌ ଫର ଟେକନିକାଲ ଏଜୁକେସନ (ଏଆଇସିଟିଇ) ଓ ଜେଇଇ ମେନ୍‌ ଗାଇଡଲାଇନ୍‌ ଉଲ୍ଲଂଘନ କରୁଥିବା ଅଭିଯୋଗ ହେଉଛି। କେବଳ ସେତିକି ନୁହେଁ ଚଳିତବର୍ଷ ରାଜ୍ୟ କାଉନସେଲିଂ ପ୍ରକ୍ରିୟାରେ ମଧ୍ୟ ନୂଆ ନିୟମ କାର୍ଯ୍ୟକାରୀ ହୋଇନାହିଁ। ଇଂଜିନିୟରିଂ ଆଡମିଶନ ପାଇଁ କାଉନସେଲିଂ ପ୍ରକ୍ରିୟା ଚାଲିଛି। ହେଲେ ରାଜ୍ୟ ସରକାର ଏଆଇସିଟିଇ […]

student

student

Rakesh Mallick
  • Published: Thursday, 07 July 2016
  • Updated: 07 July 2016, 08:54 PM IST

Sports

Latest News

studentଭୁବନେଶ୍ୱର: ରାଜ୍ୟ ସରକାର ସର୍ବଭାରତୀୟ ଇଂଜିନିୟରିଂ ଏଣ୍ଟ୍ରାନ୍ସରେ ସାମିଲ ହୋଇଥିଲେ ମଧ୍ୟ ଏସବୁ ପରୀକ୍ଷାର ନିୟମ ମାନୁ ନାହାନ୍ତି। ସରକାର ଇଂଜିନିୟରିଂ ଆଡମିଶନ କ୍ଷେତ୍ରରେ ଅଲ୍‌ ଇଣ୍ଡିଆ କାଉନସିଲ୍‌ ଫର ଟେକନିକାଲ ଏଜୁକେସନ (ଏଆଇସିଟିଇ) ଓ ଜେଇଇ ମେନ୍‌ ଗାଇଡଲାଇନ୍‌ ଉଲ୍ଲଂଘନ କରୁଥିବା ଅଭିଯୋଗ ହେଉଛି। କେବଳ ସେତିକି ନୁହେଁ ଚଳିତବର୍ଷ ରାଜ୍ୟ କାଉନସେଲିଂ ପ୍ରକ୍ରିୟାରେ ମଧ୍ୟ ନୂଆ ନିୟମ କାର୍ଯ୍ୟକାରୀ ହୋଇନାହିଁ।

ଇଂଜିନିୟରିଂ ଆଡମିଶନ ପାଇଁ କାଉନସେଲିଂ ପ୍ରକ୍ରିୟା ଚାଲିଛି। ହେଲେ ରାଜ୍ୟ ସରକାର ଏଆଇସିଟିଇ ଏବଂ ଜେଇଇ ମେନ୍‌ ନିୟମର ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ଏପରିକି ଆଇନରେ ଥିବା ନିୟମକୁ କୋହଳ କରି ପିଲାଙ୍କୁ ଆଡମିଶନ ଦେବାକୁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।

ସିବିଏସ୍‌ଇ ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ନିୟମ ଅନୁସାରେ ଯୁକ୍ତଦୁଇର ୨ଟି ବାଧ୍ୟତାମୂଳକ ବିଷୟ ଫିଜିକ୍ସ, ମ୍ୟାଥମେଟିକ ଥିବା ବେଳେ ଅନ୍ୟ ଏକ ବିଷୟ ବିଜ୍ଞାନ କିମ୍ବା ଧନ୍ଦାମୂଳକ ଶିକ୍ଷା ରହିଛି। ଜେଇଇ ମେନ୍‌ ପାଇଁ ଏହି ସବୁ ବିଷୟରେ ୪୫ ପ୍ରତିଶତ ମାର୍କ୍ସ ଆବଶ୍ୟକ। ହେଲେ ଆମ ରାଜ୍ୟରେ ୩ଟି ବିଷୟ ବଦଳରେ ୫ଟି ବିଷୟକୁ ଆଡମିଶନ ବେଳେ ମାପଦଣ୍ଡ ଭାବେ ଗ୍ରହଣ କରାଯାଉଛି। ଗୋଟିଏ ବିଷୟରେ ୪୫ ପ୍ରତିଶତ ମାର୍କ୍ସ ବଦଳରେ ଭାଷାଗତ ବିଷୟକୁ ମିଶାଇ ୫ଟି ବିଷୟରେ ୪୫ ପ୍ରତିଶତ ମାର୍କ୍ସକୁ ହିସାବକୁ ନେଇ ରାଜ୍ୟ ସରକାର ଆଡମିଶନ କରାଉଛନ୍ତି।

ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି, “ପ୍ରତି ବିଷୟରେ ଜଣେ ପିଲା ୪୫ ପ୍ରତିଶତ ମାର୍କ୍ସ ରଖିଥିବା ଆବଶ୍ୟକ। ଏହାକୁ କୋହଳ କରିଦେବେ, ଏମ୍‌ଆଇଏଲ୍‌କୁ ଏଥିରେ ଭରିବେ ଓ ସବୁକୁ ମିଶାଇ ହାରାହାରି ୪୫ ପ୍ରତିଶତ ମାର୍କ୍ସ କରିବାର ଅର୍ଥକୁ ନୀତି କୋହଲ କରିଦେବା ଓ ଦୁର୍ବଳ ପିଲାଙ୍କୁ ଇଂଜିନିୟରିଂ ପଢିବାକୁ ସୁଯୋଗ ଦେବା। ଯଦି ନିୟମକୁ ନ ମାନିବ ତେବେ ଏହାକୁ ଇଲ୍ଲଂଘନ ବୋଲି ଧରିବାକୁ ହେବ।”

ସରକାରଙ୍କ ଏପରି ନିଷ୍ପତ୍ତି ଆଇନକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଛି। ରାଜ୍ୟରେ ଇଂଜିନିୟରିଂ ସିଟ୍‌ ପୂରଣ ପାଇଁ ସରକାରଙ୍କ ଏଭଳି କୋହଳ ମନୋଭାବକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି।

ଓଜେଇଇ ଅଧ୍ୟକ୍ଷ ତୁଷାର କୁମାର ନାଥ କହିଛନ୍ତି, “୪୫ ପ୍ରତିଶତ ମାର୍କ୍ସ ରଖିଥିବା ପିଲାଙ୍କୁ ଇଂଜିନିୟରିଂ ପଢିବାକୁ ଅନୁମତି ଦେବାକୁ ସେତେବେଳେ ସରକାର ନିଷ୍ପତ୍ତି ନେଇଥିଲେ। ଯେଉଁ ଛାତ୍ର ଚାହିଁବେ ୩ଟି ବଷୟରେ ଓ ଯେଉଁମାନେ ଚାହିଁବେ ୫ଟି ବିଷୟରେ ୪୫ ପ୍ରତିଶତରେ ଇଂଜିନିୟରିଂ ପଢିବାକୁ ଯାଇ ପାରିବେ। ନୂଆ ନିୟମ କାର୍ଯ୍ୟକାରୀ ହୋଇନାହିଁ। ପୂର୍ବ ପରି ୫ଟି ବିଷୟରେ ୪୫ ପ୍ରତିଶତ ମାର୍କ୍ସ ରଖିଥିବା ପିଲାମାନଙ୍କୁ ଆମେ ସୁଯୋଗ ଦେଉଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story