ବାହାରେ ଚକାଚକ, ଭିତର ଫମ୍ପା: ଦୟନୀୟ ସ୍ଥିତିରେ ‘କିସ୍‌’ରେ ରହୁଛନ୍ତି ଆଦିବାସୀ ପିଲା

ଭୁବନେଶ୍ୱର: ଆଦିବାସୀ ପିଲାଙ୍କୁ ପାଠ ପଢାଇ ବାହାବା ନେଉଥିବା କିସ୍ ନାଁରେ ଆସିଛି ସଙ୍ଗିନ୍ ଅଭିଯୋଗ। ଖୋର୍ଦ୍ଧା ଜିଲ୍ଲା ଚାଇଲ୍ଡ ୱେଲଫେୟାର କମିଟି (ସିଡବ୍ଲ୍ୟୁସି) ସ୍ପଟ୍ ଭିଜିଟ୍ କରିବା ପରେ କିସ୍‌ର ଗୁମର ପଦାରେ ପଡିଛି। ପିଲାମାନଙ୍କୁ ଅତି ଦୟନୀୟ ସ୍ଥିତିରେ ଏଠାରେ ରଖାଯାଇଥିବା ସିଡବ୍ଲ୍ୟୁସି କହିଛି। ଏନେଇ କିସ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି କମିଟି ସୂଚନା ଦେଇଛି। କିସ୍‌ରେ ଟ୍ରାଇବାଲ ଛାତ୍ରଛାତ୍ରୀଙ୍କୁ ମିଳୁନି ସର୍ବନିମ୍ନ ସୁବିଧା। ଗତ ଜୁନ୍‌ ମାସରେ ସ୍ପଟ୍ ଭିଜିଟ୍ […]

kiss

kiss

Rakesh Mallick
  • Published: Sunday, 06 August 2017
  • Updated: 06 August 2017, 09:22 PM IST

Sports

Latest News

ଭୁବନେଶ୍ୱର: ଆଦିବାସୀ ପିଲାଙ୍କୁ ପାଠ ପଢାଇ ବାହାବା ନେଉଥିବା କିସ୍ ନାଁରେ ଆସିଛି ସଙ୍ଗିନ୍ ଅଭିଯୋଗ। ଖୋର୍ଦ୍ଧା ଜିଲ୍ଲା ଚାଇଲ୍ଡ ୱେଲଫେୟାର କମିଟି (ସିଡବ୍ଲ୍ୟୁସି) ସ୍ପଟ୍ ଭିଜିଟ୍ କରିବା ପରେ କିସ୍‌ର ଗୁମର ପଦାରେ ପଡିଛି। ପିଲାମାନଙ୍କୁ ଅତି ଦୟନୀୟ ସ୍ଥିତିରେ ଏଠାରେ ରଖାଯାଇଥିବା ସିଡବ୍ଲ୍ୟୁସି କହିଛି। ଏନେଇ କିସ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି କମିଟି ସୂଚନା ଦେଇଛି।

କିସ୍‌ରେ ଟ୍ରାଇବାଲ ଛାତ୍ରଛାତ୍ରୀଙ୍କୁ ମିଳୁନି ସର୍ବନିମ୍ନ ସୁବିଧା। ଗତ ଜୁନ୍‌ ମାସରେ ସ୍ପଟ୍ ଭିଜିଟ୍ କରିଥିବା ସିଡବ୍ଲ୍ୟୁସି କମିଟି ନିଜ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି। ସିଡବ୍ଲ୍ୟୁସି ଦେଇଥିବା ରିପୋର୍ଟ ଅନୁସାରେ ଏଠାରେ ରହି ପାଠ ପଢୁଥିବା ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯାଉନାହିଁ। ଫଳରେ ସେମାନେ କୁପୋଷଣର ଶିକାର ହେଉଛନ୍ତି। ପିଲାମାନେ ରହୁଥିବା କୋଠରୀଗୁଡିକ ଅତି ଛୋଟ ଓ ପରିବେଶ ଏକଦମ୍ ଅସ୍ୱାସ୍ଥ୍ୟକର। ପିଲାଙ୍କ ଲାଗି ପର୍ଯ୍ୟାପ୍ତ ସଂଖ୍ୟକ ଫାଇଖାନା ମଧ୍ୟ ନାହିଁ। ବଡ କଥା ହେଲା କିସ୍ ଟ୍ରାଇବାଲ୍ ସ୍କୁଲ୍ ଆଦିବାସୀ କଲ୍ୟାଣ ବିଭାଗ ଅଧୀନରେ ପଞ୍ଜିକୃତ ହୋଇନାହିଁ କି କିସ୍ କର୍ତ୍ତୃପକ୍ଷ ମହିଳା ଓ ଶିଶୁ ବିକାଶ ବିଭାଗର ଗାଇଡ ଲାଇନ୍‌କୁ ପାଳନ କରୁନାହାନ୍ତି। ଏନେଇ ଖୁବ୍ ଶୀଘ୍ର କିସ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରାଯିବ ସିଡବ୍ଲ୍ୟୁସି ପକ୍ଷରୁ କୁହାଯାଇଛି।

ଖୋର୍ଦ୍ଧା ସିଡବ୍ଲ୍ୟୁସି ଅଧ୍ୟକ୍ଷ ଭୋଳେଶ୍ୱର ପଣ୍ଡା କହିଛନ୍ତି- “ଖାଇବା ପିଇବା ଠିକ୍‌ରେ ଦିଆଯାଉଥିବା ଆମକୁ ଲାଗିଲା ନାହିଁ। ସେମାନଙ୍କୁ ବହୁତ ଛୋଟ କୋଠରୀରେ ରଖାଯାଉଛି।”

ସିଡବ୍ଲ୍ୟୁସି ସଦସ୍ୟ ବେଣୁଧର ସେନାପତି କହିଛନ୍ତି- “କିସ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଦେବୁ। ଯେଉଁଠି ଠିକ୍‌ ନାହିଁ ତାହାକୁ ଶୀଘ୍ର ପୂରଣ କରିବା ଦରକାର। ଏଥିପାଇଁ ଆମେ ଏକ ଟାଇମ୍‌ ଲାଇନ୍‌ ଦେବୁ। ଆଦିବାସୀ କଲ୍ୟାଣ ବିଭାଗ ହେଉ ବା ଡବ୍ଲ୍ୟୁସିଡି ବିଭାଗ ଏହାର ପରିଦର୍ଶନ କରିବା ଦରକାର।”

କିସ୍ ନାଁରେ ଆହୁରି ଏକ ସଙ୍ଗିନ ଅଭିଯୋଗ ବି ଆସିଛି। ତାହା ହେଉଛି ଏଠାରେ ରହି ପାଠ ପଢୁଥିବା ପିଲା ନିଖୋଜ ହୋଇଯିବା। ଏଠାକାର କିଛି ପିଲା ନିଖୋଜ ହୋଇଯାଇଛନ୍ତି। ଏ ବାବଦରେ ହାଜର ହେବା ପାଇଁ ସିଡବ୍ଲ୍ୟୁସି ନୋଟିସ୍ ଦେଇଥିଲେ ବି କର୍ତ୍ତୃପକ୍ଷ ତାକୁ ବେଖାତିର କରି ଚାଲିଛନ୍ତି। ଏବେ କିସ୍‌ରେ ୨୫ହଜାର ୩୧୮ ଛାତ୍ରଛାତ୍ରୀ ଅଛନ୍ତି। ଏତେ ସଂଖ୍ୟକ ପିଲା ରହୁଥିଲେ ବି ମହିଳା ଓ ଶିଶୁ ବିକାଶ କିମ୍ବା ଆଦିବାସୀ କଲ୍ୟାଣ ବିଭାଗ ଅଧିକାରୀ କେବେ ବି ସ୍କୁଲ ପରିଦର୍ଶନ କରିନାହାଁନ୍ତି।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି, “ଯଦି କୌଣସି ଅନୁଷ୍ଠାନ ବ୍ୟତିକ୍ରମ କରୁଥିବ ଆମ ଦୃଷ୍ଟିକୁ ଆସିଲେ ପ୍ରତିକାର କରିବୁ। ଏଥିପାଇଁ ନୀତି ନିୟମ ନିର୍ଦ୍ଧାରଣ କରିବାକୁ ଚେଷ୍ଟା କରୁଛି।”

ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝି କହିଛନ୍ତି- “କିସ୍‌ ଆମ ବିଭାଗ ଅନ୍ତର୍ଭୁକ୍ତ ନୁହେଁ। ସିଡବ୍ଲ୍ୟୁସି କ’ଣ ରିପୋର୍ଟ ଦେଇଛନ୍ତି ତାହାକୁ ଅନୁଧ୍ୟାନ କରିବୁ। ଏହାପରେ ସରକାର କ’ଣ ପଦକ୍ଷେପ ନେଇପାରିବେ ନିଆଯିବ।”

ସିଡବ୍ଲ୍ୟୁସି ରିପୋର୍ଟ ସତ୍ତ୍ୱେ ଏଯାଏଁ କିସ୍ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେବେ ସିଡବ୍ଲ୍ୟୁସି ତଦନ୍ତ ସଂପର୍କିତ ଖବର ମିଥ୍ୟା ଓ ଅମୂଳକ ଦର୍ଶାଇ କିସ୍ କର୍ତ୍ତୃପକ୍ଷ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story