ଆମ ଘର କଥା ଆମେ ଠିକ୍‌ କରିବା ଉଚିତ: ଲୁଲୁ ମହାପାତ୍ର

ଭୁବନେଶ୍ୱର: “କଂଗ୍ରେସ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ସମନ୍ୱୟର ଘୋର ଅଭାବ ରହିଛି। ସବୁ କ୍ଷେତ୍ରରେ ଏଆଇସିସି ଆସି ସମାଧାନ କରିବ ନାହିଁ। ଆମ ଘର କଥା ଆମେ ଠିକ୍‌ କରିବା ଉଚିତ” ବୋଲି ଆଜି କଂଗ୍ରେସ ଭବନରେ ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ ବସିଥିବା ରୋଡମ୍ୟାପ୍‌ ପ୍ରସ୍ତୁତ ବୈଠକରେ କହିଛନ୍ତି ପିସିସି ସମନ୍ୱୟ କମିଟି ସଦସ୍ୟ ଲୁଲୁ ମହାପାତ୍ର। ଚିଟ୍‌ଫଣ୍ଡ ମାମଲା ହେଉ କି ମହାନଦୀ ସମସ୍ୟା ବିଭିନ୍ନ ଇସ୍ୟୁକୁ ନେଇ କଂଗ୍ରେସର ବରିଷ୍ଠ ନେତାଙ୍କ […]

congress-lulu

congress-lulu

Rakesh Mallick
  • Published: Monday, 22 August 2016
  • Updated: 22 August 2016, 11:19 PM IST

Sports

Latest News

congress-luluଭୁବନେଶ୍ୱର: “କଂଗ୍ରେସ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ସମନ୍ୱୟର ଘୋର ଅଭାବ ରହିଛି। ସବୁ କ୍ଷେତ୍ରରେ ଏଆଇସିସି ଆସି ସମାଧାନ କରିବ ନାହିଁ। ଆମ ଘର କଥା ଆମେ ଠିକ୍‌ କରିବା ଉଚିତ” ବୋଲି ଆଜି କଂଗ୍ରେସ ଭବନରେ ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ ବସିଥିବା ରୋଡମ୍ୟାପ୍‌ ପ୍ରସ୍ତୁତ ବୈଠକରେ କହିଛନ୍ତି ପିସିସି ସମନ୍ୱୟ କମିଟି ସଦସ୍ୟ ଲୁଲୁ ମହାପାତ୍ର।

ଚିଟ୍‌ଫଣ୍ଡ ମାମଲା ହେଉ କି ମହାନଦୀ ସମସ୍ୟା ବିଭିନ୍ନ ଇସ୍ୟୁକୁ ନେଇ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ସମନ୍ୱୟର ଅଭାବ ଦେଖିବାକୁ ମିଳୁଛି। କୌଣସି ଗୋଟିଏ ଇସ୍ୟୁକୁ ନେଇ ଦଳ କିଛି ପଦକ୍ଷେପ ନେଉଥିବା ବେଳେ କେତେଜଣ ନେତାଙ୍କ କାର୍ଯ୍ୟପନ୍ଥା ଏହାକୁ ବେଙ୍ଗଳା କରିଦେଉଛି। ରାଜ୍ୟରେ କଂଗ୍ରେସର ସ୍ଥିତି ଗୋଦରା କୋଢେ ଯେତେ ମାଡେ ସେତେ ଅବସ୍ଥାରେ ରହିଛି। କଂଗ୍ରେସରେ ଗୋଷ୍ଠୀ କନ୍ଦଳ ବାରମ୍ବାର ପଦାରେ ପଡିଥିବା ବେଳେ ଆଜି ଲୁଲୁ ଦେଇଥିବା ମନ୍ତବ୍ୟ ନିଆଁରେ ଘିଅ ଢାଳିବା ପରି ହୋଇଛି।

ତେବେ ଲୁଲୁଙ୍କ ମନ୍ତବ୍ୟକୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ସମନ୍ୱୟ ଯେଉଁଠି ନାହିଁ ସେଠାରେ ସମନ୍ୱୟ ପ୍ରତିଷ୍ଠା କରାଯାଉଛି। ଭାରତ ପରି ଗଣତନ୍ତ୍ର ରାଷ୍ଟ୍ରରେ ଭିନ୍ନ ଭିନ୍ନ ମତ ନିଶ୍ଚିତ ରହିବ। ଏହି ମତକୁ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସବୁ ମତକୁ ବିଚାର କରାଯାଉଛି। ଭିନ୍ନ ମତକୁ ଏକାଠି କରି ଗୋଟିଏ ମତ ବାହାର କରିବା ହିଁ ଆମର ମୁଖ୍ୟ ଲକ୍ଷ୍ୟ।”

ବୈଠକରେ ବରିଷ୍ଠ ନେତାମାନଙ୍କୁ ପଞ୍ଚାୟତ ନିର୍ବାଚନର ଦାୟିତ୍ୱ ଦିଆଯାଇଛି। ଜିଲ୍ଲାସ୍ତରୀୟ ସମାବେଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଖୁବଶୀଘ୍ର ଏହି ସମାବେଶ ଆୟୋଜନ କରାଯିବ। ଏଥିରେ ମହାନଦୀ ପ୍ରସଙ୍ଗ ସହ ଓଡ଼ିଶାର ସ୍ୱାର୍ଥ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରାଯିବାକୁ ରଣନୀତି ପ୍ରସ୍ତୁତ ହୋଇଛି।

ଏନେଇ ପିସିସି ଉପସଭାପତି ପ୍ରଦୀପ ମାଝି କହିଛନ୍ତି, “ଆସନ୍ତା ୬ ମାସରେ ଦଳ କିପରି ଲୋକଙ୍କ ପାଖକୁ ଯିବ ସେନେଇ ସମସ୍ତ ଜିଲ୍ଲା ପ୍ରତିନିଧି ଓ ପିସିସି କମିଟି ସଦସ୍ୟଙ୍କ ସହ ଆଜି ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଦଳ ରାଜ୍ୟ ସରକାରଙ୍କ ବିରୋଧରେ ଏକ ମହାସମାବେଶ କରିବ। ରାସନକାର୍ଡ ପ୍ରସଙ୍ଗ, ମହାନଦୀ ପ୍ରସଙ୍ଗ ଓ ସଙ୍ଗଠନ ନେଇ ସେମାନଙ୍କ ସହ ଆଲୋଚନା ହୋଇଛି।”

ବୈଠକରେ ରାଜ୍ୟ କଂଗ୍ରେସ ପ୍ରଭାରୀ ବି.କେ. ହରିପ୍ରସାଦ, ସହପ୍ରଭାରୀ ଶୁଭଙ୍କର ସରକାର, ବରିଷ୍ଠ ନେତ୍ରୀ ମିନାକ୍ଷୀ ନଟରାଜନ ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତାକାଲି ଭୁବନେଶ୍ୱରରେ ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ। ଏନେଇ ମଧ୍ୟ ଆଜିର ବୈଠକରେ ଏଜେଣ୍ଡା ପ୍ରସ୍ତୁତ କରାଯାଇଛି।

ଗୋଟିଏ ପଟରେ କଂଗ୍ରେସର ବରିଷ୍ଠ ନେତାଙ୍କ ଭିତରେ ମତଭେଦ ଓ ଅନ୍ୟପଟରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ। ଏହାକୁ ନେଇ କିପରି ରାଜ୍ୟ ସରକାରଙ୍କୁ ଦଳ ଘେରିବ ତାହା ଦେଖିବା କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story