ଆମ୍ୱୁଲାନ୍ସ ଅସିଲାନି: ଗଛ ମୂଳରେ ଶିଶୁପୁତ୍ରକୁ ଜନ୍ମ ଦେଲେ ପ୍ରସୂତୀ

କଲ୍ୟାଣସିଂହପୁର: ଆମ୍ୱୁଲାନ୍ସ ନ ଆସିବାରୁ ଜଣେ ପ୍ରସୂତୀଙ୍କୁ ଗଛ ମୂଳରେ ପ୍ରସବ କରିବାକୁ ପଡିଲା। ଏଭଳି ଅଭାବନୀୟ ଘଟଣା ନଜରକୁ ଆସିଛି ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଚାୟତ ସାଜ ଗାଁରୁ। ଗତକାଲି ରାତିରେ ରମେଶ କୁଲଶିକାଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣା ପାଇବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଓ ୧୦୨ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ଆମ୍ୱୁଲାନ୍ସ ନାହିଁ ଅଟୋ କରି ପ୍ରସୂତୀଙ୍କୁ ଡାକ୍ତରଖାନା ନେଇ ଆସ ବୋଲି କୁହାଯାଇଥିଲା। ପ୍ରସବ […]

ksp

ksp

Rakesh Mallick
  • Published: Friday, 10 February 2017
  • Updated: 10 February 2017, 05:43 PM IST

Sports

Latest News

କଲ୍ୟାଣସିଂହପୁର: ଆମ୍ୱୁଲାନ୍ସ ନ ଆସିବାରୁ ଜଣେ ପ୍ରସୂତୀଙ୍କୁ ଗଛ ମୂଳରେ ପ୍ରସବ କରିବାକୁ ପଡିଲା। ଏଭଳି ଅଭାବନୀୟ ଘଟଣା ନଜରକୁ ଆସିଛି ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଚାୟତ ସାଜ ଗାଁରୁ।

ଗତକାଲି ରାତିରେ ରମେଶ କୁଲଶିକାଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣା ପାଇବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଓ ୧୦୨ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ଆମ୍ୱୁଲାନ୍ସ ନାହିଁ ଅଟୋ କରି ପ୍ରସୂତୀଙ୍କୁ ଡାକ୍ତରଖାନା ନେଇ ଆସ ବୋଲି କୁହାଯାଇଥିଲା। ପ୍ରସବ ଯନ୍ତ୍ରଣା ଅସହ୍ୟ ହେବାରୁ ରାତି ୩ଟାରେ ପରିବାର ଲୋକେ ମହିଳାଙ୍କୁ ଡାକ୍ତରଖାନା ନେବାକୁ ବାହାରିଥିଲେ। ପରିବାର ଲୋକଙ୍କ ସହ ପ୍ରାୟ ୩ ଘଣ୍ଟା ଚାଲି ଚାଲି ଯିବା ପରେ ପ୍ରସୂତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ଫଳରେ ଘଡ଼ାଙ୍ଗ ଗାଁର ଏକ ଆମ୍ୱ ଗଛ ମୂଳରେ ପ୍ରସୂତୀ ଜଣକ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ପରେ ତାଙ୍କୁ ଏକ ଅଟୋରେ ସିକରପାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ମା’ ଓ ଶିଶୁ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

ପ୍ରସୂତିଙ୍କ ସ୍ୱାମୀ ରମେଶ କୁଲିଶିକା କହିଛନ୍ତି,“ଆମ୍ୱୁଲାନ୍ସ ନ ଆସିବାରୁ ରାତିରେ ଘରୁ ବାହାରିଥିଲୁ। ୩ ଘଣ୍ଟା ଚାଲିବା ପରେ ଆଉ ଚାଲି ପାରିଲା ନାହିଁ ଆମ୍ୱ ଗଛ ମୂଳରେ ମୋ ସ୍ତ୍ରୀ ପିଲା ଜନ୍ମ କଲା। ଆଶା କର୍ମୀ ପିଲା ଜନ୍ମର ୧୦ରୁ ୧୨ ମିନିଟ୍‌ ପରେ ପହଞ୍ଚିଥିଲେ।”

ପ୍ରସୂତୀଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଏହାର ସୁଫଳ କିପରି ଲୋକଙ୍କ ପାଖରେ ପହଞ୍ଚୁଛି ସାଜ ଗାଁର ମହିଳାଙ୍କୁ ଦେଖଇଲେ ଜାଣିହେବ। କେବଳ ଏହି ଗୋଟିଏ ଘଟଣା ନୁହେଁ, ରାଜ୍ୟରେ ଆମ୍ବୁଲାନ୍ସ ନ ଆସିବା କାରଣରୁ ପ୍ରସୂତୀମାନେ ରାସ୍ତାରେ ଶିଶୁ ଜନ୍ମ କରିବାର ବହୁ ନଜିର ରହିଛି।

ଗତ ମାର୍ଚ୍ଚ ୧୪ରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ନୂଆସାହିର ଜଣେ ପ୍ରସୂତୀଙ୍କୁ ନେବାକୁ ଆମ୍ବୁଲାନ୍ସ ନ ଆସିବାରୁ ପରିବାର ଲୋକେ ୩ କି.ମି. ଖଟିଆରେ ବୋହି ଡାକ୍ତରଖାନା ନେଇଥିଲେ। ବାଟରେ ସେହି ଖଟିଆରେ ହିଁ ମହିଳା ଜଣଙ୍କ ପ୍ରସବ କରିଥିଲେ।

ଗତ ସେପ୍ଟେମ୍ବର ୧୯ ତାରିଖରେ ସେହି କଲ୍ୟାଣସିଂହପୁରରେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ଘଟିବାରୁ ଜଣେ ପ୍ରସୂତୀ ଏବଂ ତାଙ୍କ ନବଜାତ ଶିଶୁପୂତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଥିଲା। ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ କରିବାରୁ ସଦର ପଞ୍ଚାୟତ ଘାଗୁଡିମାଳ ଗାଁରେ ପ୍ରସୂତୀଙ୍କୁ ପରିବାର ଲୋକେ ବାଧ୍ୟ ହୋଇ ଖଟିଆରେ ମେଡିକାଲ ନେଇଥିଲେ। ଘରଠାରୁ ପ୍ରାୟ ୨ କି.ମି. ଗଲା ପରେ ଆମ୍ୱୁଲାନ୍ସ ଆସି ପ୍ରସୂତୀଙ୍କୁ ନେଇଥିଲା। ହେଲେ ସେତେବେଳକୁ ପ୍ରସୂତୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଫଳରେ ଉଭୟ ମହିଳା ଓ ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା।

ଗତ ଜାନୁଆରୀ ୧୩ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ସଇତପୁର ଗାଁରେ ବିଳମ୍ୱରେ ୧୦୮ ଆମ୍ୱୁଲାନ୍ସ ପହଞ୍ଚିବାରୁ ଜଣେ ପ୍ରସୂତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story