ଆନନ୍ଦପୁର: ଅନିୟମିତତା ଓ ଅଧ୍ୟକ୍ଷଙ୍କ ବଦଳି ଦାବିରେ ହଦଗଡ଼ ନବୋଦୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ଆନନ୍ଦପୁର: ସ୍କୁଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଓ ଲାଗି ରହିଥିବା ଅନିୟମିତତା ବନ୍ଦ ଦାବିରେ ଆନନ୍ଦପୁର ହଦଗଡ଼ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଚଳାଇଥିଲେ। ବିଦ୍ୟାଳୟ ଅଧ୍ୟକ୍ଷଙ୍କ ବଦଳି ଓ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦେବାକୁ ପିଲାମାନେ ଦାବି କରିବା ସହ ନିମ୍ନମାନର ଖାଦ୍ୟ ଯୋଗାଣ କରାଯିବା ତୁରନ୍ତ ବନ୍ଦ କରିବା ଦାବିରେ ଛେନାପଦି ଛକରେ ଭଦ୍ରକ- ଆନନ୍ଦପୁର  ରାସ୍ତା ଅବରୋଧ କରିଥିଲେ।ଏଥିରେ ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଜିଲ୍ଲାପାଳ ଆସି ଆଲୋଚନା ନ କରିବା […]

anandapur

anandapur

Rakesh Mallick
  • Published: Tuesday, 15 December 2015
  • Updated: 15 December 2015, 12:57 PM IST

anandapurଆନନ୍ଦପୁର: ସ୍କୁଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଓ ଲାଗି ରହିଥିବା ଅନିୟମିତତା ବନ୍ଦ ଦାବିରେ ଆନନ୍ଦପୁର ହଦଗଡ଼ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଚଳାଇଥିଲେ। ବିଦ୍ୟାଳୟ ଅଧ୍ୟକ୍ଷଙ୍କ ବଦଳି ଓ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦେବାକୁ ପିଲାମାନେ ଦାବି କରିବା ସହ ନିମ୍ନମାନର ଖାଦ୍ୟ ଯୋଗାଣ କରାଯିବା ତୁରନ୍ତ ବନ୍ଦ କରିବା ଦାବିରେ ଛେନାପଦି ଛକରେ ଭଦ୍ରକ- ଆନନ୍ଦପୁର  ରାସ୍ତା ଅବରୋଧ କରିଥିଲେ।ଏଥିରେ ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଜିଲ୍ଲାପାଳ ଆସି ଆଲୋଚନା ନ କରିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ପିଲାମାନେ ଚେତାବନୀ ଦେଇଥିଲେ। ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ପିଲାମାନଙ୍କ ସହ ଆଲୋଚନା କରି ଶୀଘ୍ର ସବୁ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେବା ପରେ ପିଲାମାନେ ଆନ୍ଦୋଳନରୁ ଓହରି ଥିଲେ।anandapur1

ଆସନ୍ତାକାଲି ଛାତ୍ରଛାତ୍ରୀମାନେ ସ୍କୁଲ ଆଗରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଖବର ପାଇ ଆନନ୍ଦପୁର ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ହେଲେ ଏହି ଆଳୋଚନା ବିଫଳ ହୋଇଯାଇଥିଲା। ଫଳରେ ଛାତ୍ରଛାତ୍ରୀମାନେ ସ୍କୁଲରେ ଧାରଣାରେ ବସିଥିଲେ। ଆଜି ସକାଳୁ ସ୍କୁଲଠାରୁ ୧୬ କି.ମି. ଦୂର ଛେନାପଦି ଛକକୁ ଛାତ୍ରଛାତ୍ରୀମାନେ ଚାଲି ଚାଲି ଯାଇ ରାସ୍ତାରୋକ କରିଥିଲେ। ଜିଲ୍ଲାପାଳ ନ ଆସିବା ପର୍ଯ୍ୟନ୍ତ ସେମାନେ ରାସ୍ତାରୁ ହଟିବେ ନି ବୋଲି ପିଲାମାନେ କହିଥିଲେ। କିଛି ଛାତ୍ରଛାତ୍ରୀଙ୍କ ଅଭିଭାବକ ଘଟଣା ସ୍ଥଳରେ ପହଞ୍ଚିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ମଧ୍ୟ ଆନ୍ଦୋଳନ ସ୍ଥଳରେ ଉପସ୍ଥିତ ଥିଲେ।anandapur2

ଏ ନେଇ ଜଣେ ଛାତ୍ର କହିଛନ୍ତି, ଗତକାଲି ସନ୍ଧ୍ୟାରୁ ପିଲାମାନେ ଧାରଣାରେ ବସିଥିଲେ ମଧ୍ୟ ଅଧ୍ୟକ୍ଷ ସମାଧାନର ବାଟ ବାହାର କରିବା ପରିବର୍ତ୍ତେ ଘରେ ଆରାମରେ ଶୋଇ ଗଲେ। ଏଠାରେ କୌଣସି ସମସ୍ୟାର ସମାଧାନ ଏଠାରେ କରାଯାଉନାହିଁ। ଅନ୍ୟଜଣେ ଛାତ୍ର କହିଛନ୍ତି, ଏଠାରେ ଆମକୁ ଜେଲର କଏଦୀଙ୍କ ପରି ରଖାଯାଉଛି। କଥା କହିବାର ମଧ୍ୟ ସ୍ୱାଧୀନତା ନାହିଁ। କେହି କିଛି ସମସ୍ୟା ବୁଝୁନାହାନ୍ତି। ପିଲାମାନଙ୍କ ସହ ଶିକ୍ଷକଙ୍କ ସମ୍ପର୍କ ରହୁନାହିଁ। ନିମ୍ନମାନର ଖାଦ୍ୟ ଦିଆଯାଉଛି, ଅଭିଯୋଗ କଲେ ଘରକୁ ପଳାଇ ଯିବାକୁ କୁହାଯାଉଛି।

ବିଦ୍ୟାଳୟର ଅଧ୍ୟକ୍ଷ କେ.କେ. ତ୍ରିପାଠୀଙ୍କୁ ଯୋଗାଯୋଗ କରାଯିବାରେ ସେ କହିଥିଲେ, କୌଣସି ପିଲାଙ୍କୁ ନିର୍ଯାତାନ ଦିଆଯାଇନାହିଁ। କାହାର କିଛି ସମସ୍ୟା ଥିଲେ ସେମାନଙ୍କ ଅଭିଭାବକଙ୍କୁ ଡକାଯାଇ ଆଲୋଚନା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos