କେନ୍ଦ୍ର ବଜେଟ୍‌: ମାନେଶ୍ୱରରେ ୱାଗନ ମେଣ୍ଟେନାନ୍ସ ଓ କଳାହାଣ୍ଡିରେ ଇଲେକ୍ଟ୍ରି ରେଳ ମେଣ୍ଟେନାନ୍ସ ଫ୍ୟାକ୍‌ଟ୍ରି

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ମାନେଶ୍ୱରରେ ସ୍ଥାପନ ହେବ ୱାଗନ ମେଣ୍ଟେନାନ୍ସ ଫ୍ୟାକ୍‌ଟ୍ରି। ଏଥିପାଇଁ କେନ୍ଦ୍ର ସରକାର ବଜେଟ୍‌ରେ ୪୯ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟ ବାରଦ କରିଛନ୍ତି। ଏହାସହ ୧୮୬ କୋଟି ୩୭ ଲକ୍ଷ ଟଙ୍କାରେ କଳାହାଣ୍ଡିରେ ଏକ ଇଲେକ୍ଟ୍ରି ରେଳ ମେଣ୍ଟେନାନ୍ସ ଫ୍ୟାକ୍‌ଟ୍ରି ପ୍ରତିଷ୍ଠା ହେବ। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ବିଳନରେ ପୂର୍ବତଟ ରେଲୱେ ଜିଏମ୍‌ ଉମେଶ ସିଂହ ସୂଚନା ଦେଇଛନ୍ତି। ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ୭୦୦ କୋଟି ଟଙ୍କା ମଞ୍ଜୁର […]

railway

railway

Rakesh Mallick
  • Published: Friday, 03 February 2017
  • Updated: 03 February 2017, 07:39 PM IST

Sports

Latest News

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ମାନେଶ୍ୱରରେ ସ୍ଥାପନ ହେବ ୱାଗନ ମେଣ୍ଟେନାନ୍ସ ଫ୍ୟାକ୍‌ଟ୍ରି। ଏଥିପାଇଁ କେନ୍ଦ୍ର ସରକାର ବଜେଟ୍‌ରେ ୪୯ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟ ବାରଦ କରିଛନ୍ତି। ଏହାସହ ୧୮୬ କୋଟି ୩୭ ଲକ୍ଷ ଟଙ୍କାରେ କଳାହାଣ୍ଡିରେ ଏକ ଇଲେକ୍ଟ୍ରି ରେଳ ମେଣ୍ଟେନାନ୍ସ ଫ୍ୟାକ୍‌ଟ୍ରି ପ୍ରତିଷ୍ଠା ହେବ। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ବିଳନରେ ପୂର୍ବତଟ ରେଲୱେ ଜିଏମ୍‌ ଉମେଶ ସିଂହ ସୂଚନା ଦେଇଛନ୍ତି।

ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ୭୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଜୟପୁର-ନବରଙ୍ଗପୁର ରେଳ ଲାଇନ ପାଇଁ ୨୭୫ କୋଟି, ତାଳଚେର-ବିମଳାଗଡ଼ ରେଳ ଲାଇନ ପାଇଁ ୨୫୦ କୋଟି, ହରିଦାଶପୁର-ପାରାଦୀପ ଏବଂ ଅନୁଗୋଳ-ସୁକିନ୍ଦା ରୋଡ଼ ପାଇଁ ୨୦୦ କୋଟି ଲେଖାଏଁ ମଞ୍ଜୁର ହୋଇଛି। ସେହିଭଳି ଜୟପୁର-ମାଲକାନଗିରି ପାଇଁ ୭୯ କୋଟି, ଲାଞ୍ଜିଗଡ଼ ରୋଡ-ଜୁନାଗଡ଼ ରେଳ ଲାଇନ ପାଇଁ ୫ କୋଟି, ଦୌତାରୀ-ବାଂଶପାଣି ପାଇଁ ୧.୫ କୋଟି ଓ ନୌପଡ଼ା-ଗୁଣପୁର ପାଇଁ ୯୩୫ କୋଟି ୭୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି।

ସିଂହ କହିଛନ୍ତି,“ଭୁବନେଶ୍ୱର ଷ୍ଟେସନରେ ଆଉ ଏକ ଫୁଟ୍‌ ବ୍ରିଜ୍‌ ନିର୍ମାଣ କରାଯିବ। ଜିମିଡିପେଟା ଷ୍ଟେସନରେ ମଧ୍ୟ ଏକ ଫୁଟ୍‌ ଓଭର ବ୍ରିଜ୍‌ ନିର୍ମାଣ କରାଯିବ। ସମ୍ବଲପୁର କ୍ଷେତରାଜପୁରରେ ରେଳ ଓଭର ବ୍ରିଜ୍‌ ନିର୍ମାଣ କରାଯିବ। ଭଦ୍ରକ ନିକଟ ୧୭୮ ନମ୍ବର ଲେଭଲ କ୍ରସିଂରେ ଓଭର ବ୍ରିଜ୍‌ ନିର୍ମାଣ କରାଯିବ।”

ସେ କହିଛନ୍ତି,“ଶୀତଳାପଲ୍ଲୀ ୱାଗନ ଫ୍ୟାକ୍‌ଟ୍ରି ବାତିଲ କରାଯାଇନାହିଁ। ୱାଗନର ଚାହିଦା ନ ଥିବାରୁ ବର୍ତ୍ତମାନ ଏହାକୁ ସ୍ଥିଗିତ ରଖାଯାଇଛି।”

ସିଂହ ଆହୁରି କହିଛନ୍ତି,“ଇଷ୍ଟକୋଷ୍ଟ ରେଲୱେ ପାଇଁ ୫,୮୪୭.୧୦ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଛି। ଓଡ଼ିଶା ପାଇଁ କେବଳ କେନ୍ଦ୍ର ସରକାର ୫୧୦୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos