ଅନୁଗୋଳ: ପୋଲ ତଳକୁ ବସ୍‌ ଖସି ୬ ମୃତ

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ପୁଣି ବସ୍‌ ଦୁର୍ଘଟଣା ଘଟିଛି। ଆଠମଲ୍ଲିକ୍‌ ଯିବା ରାସ୍ତାର ଏନ୍‌ଏଚ୍‌-୫୫ର ତୁକୁଡ଼ା ନିକଟସ୍ଥ ପୋଲ ଉପରେ ଏକ ଘରୋଇ ବସ୍‌ “ଜହ୍ନମାମୁ” ବାଇକ୍‌କୁ ଧକ୍କା ଦେଇ ତଳକୁ ଖସି ପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ବିଳମ୍ୱରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଅନୁଗୋଳ […]

angol

angol

Rakesh Mallick
  • Published: Tuesday, 25 October 2016
  • Updated: 25 October 2016, 10:13 PM IST

an1ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ପୁଣି ବସ୍‌ ଦୁର୍ଘଟଣା ଘଟିଛି। ଆଠମଲ୍ଲିକ୍‌ ଯିବା ରାସ୍ତାର ଏନ୍‌ଏଚ୍‌-୫୫ର ତୁକୁଡ଼ା ନିକଟସ୍ଥ ପୋଲ ଉପରେ ଏକ ଘରୋଇ ବସ୍‌ “ଜହ୍ନମାମୁ” ବାଇକ୍‌କୁ ଧକ୍କା ଦେଇ ତଳକୁ ଖସି ପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ବିଳମ୍ୱରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ୩୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରାଥମିକ ତଦନ୍ତରୁ ବସ୍‌ ଚାଳକଙ୍କ ଭୁଲ ଯୋଗୁଁ ଦୁର୍ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି।

ବସ୍‌ଟି ଅନୁଗୋଳରୁ ଆଠମଲ୍ଲିକ ଯାଉଥିଲା। ଏହି ବସ୍‌ରେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ବାଇକ୍‌ ଚାଳକକୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିଲା। ବାଇକ୍‌ ଚାଳକ ଦୀନେଶ ନାୟକଙ୍କର କଟକ ବଡ଼ଡାକ୍ତରଖାନାରେ ମୃତ୍ୟୁ ଘଟିଛି।

ରାଜ୍ୟପାଳ ଏସ୍‌.ସି ଜମୀର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଓ ଆହତଙ୍କୁ ମାଗଣା ଚିକିତ୍ସା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ପରିବହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି,“ଅନୁଗୋଳ ଆର୍‌ଟିଓଙ୍କୁ ଦୁର୍ଘଟଣା ରିପୋର୍ଟ ମଗାଯାଇଛି। ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ମୃତକଙ୍କ ପରିବାରକୁ ରେଡ୍‌କ୍ରସ ପାଣ୍ଠିରୁ ୧୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଏହାଛଡ଼ା ଆହତଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି ବୋଲି ଅନୁଗୋଳ ଜିଲ୍ଲାପାଳ ଅନୀଲ କୁମାର ସାମଲ କହିଛନ୍ତି।

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସଭାପତି ପ୍ରକାଶ ମିଶ୍ର କହିଛନ୍ତି,“ଏପରି ବସ୍‌ ଦୁର୍ଘଟଣା ମୋତେ ମର୍ମାହତ କରିଛି। ଆମ ପକ୍ଷରୁ ସମ୍ଭବ ମୁତାବକ ଚାଳକଙ୍କୁ ତାଲିମ ଦେଉଛୁ।”

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି,“ଉକ୍ତ ଗାଡିରେ ଅଧିକ ଯାତ୍ରୀ ନ ଥିଲେ। ବାଇକ୍‌ ଚାଳକକୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story