ବାଇକ୍‌କୁ ପିଟି ଦେଲା ଟ୍ରକ୍‌; ଗୋଟିଏ ପରିବାରର ତିନି ମୃତ

<p>ପାଲଲହଡ଼ା (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ପାଲଲହଡ଼ାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି।&nbsp; ଆଜି ସକାଳେ ଏନ୍&zwnj;ଏଚ୍&zwnj;-୪୯ର କନ୍ତଳା ଛକ ନିକଟରେ ଏକ ବାଇକ୍&zwnj;କୁ ଟ୍ରକ୍&zwnj;ଟିଏ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ୍&zwnj;ରେ ବସିଥିବା ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସ୍ୱାମୀସ୍ତ୍ରୀ ଓ ସେମାନଙ୍କ ୧୦ ବର୍ଷର ଝିଅ। ସେମାନଙ୍କ ଘର ଶିମିଳିପାଳ ଗାଁର ବୋଲି ଜଣା ପଡ଼ିଛି। ସେମାନେ ବାଇକ୍&zwnj;ରେ ପାଲଲହଡ଼ା ଯାଉଥିଲେ। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ପୋଲିସ୍ ଲୋକଙ୍କୁ ବୁଝାସୁଝା କରୁଛି।</p> <p>ସୂଚନାଯୋଗ୍ୟ, ଗତ ୨୯ ତାରିଖରେ &nbsp;ସୁବର୍ଣ୍ଣପୁର ଜିଲ୍ଲା କୁଲିପାଲି ନିକଟରେ ଯାତ୍ରୀବାହୀ ବସ୍&nbsp; ଓ ବୋଲେରୋ ମଧ୍ୟରେ ଧକ୍କା ହୋଇ ୨ ଜଣଙ୍କ ମୃତ ହୋଇଥିଲା। ମୃତକମାନେ ଦୁଇ ଭାଇ। ସେମାନେ ସୁବର୍ଣ୍ଣପୁର ତରଭା ବ୍ଲକ୍&zwnj; ବଘିଆ ଗାଁର&nbsp;।</p>

Ordigital Desk
  • Published: Friday, 01 September 2017
  • Updated: 01 September 2017, 11:19 AM IST

Sports

Latest News

<p>ପାଲଲହଡ଼ା (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ପାଲଲହଡ଼ାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି।&nbsp; ଆଜି ସକାଳେ ଏନ୍&zwnj;ଏଚ୍&zwnj;-୪୯ର କନ୍ତଳା ଛକ ନିକଟରେ ଏକ ବାଇକ୍&zwnj;କୁ ଟ୍ରକ୍&zwnj;ଟିଏ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ୍&zwnj;ରେ ବସିଥିବା ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସ୍ୱାମୀସ୍ତ୍ରୀ ଓ ସେମାନଙ୍କ ୧୦ ବର୍ଷର ଝିଅ। ସେମାନଙ୍କ ଘର ଶିମିଳିପାଳ ଗାଁର ବୋଲି ଜଣା ପଡ଼ିଛି। ସେମାନେ ବାଇକ୍&zwnj;ରେ ପାଲଲହଡ଼ା ଯାଉଥିଲେ। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ପୋଲିସ୍ ଲୋକଙ୍କୁ ବୁଝାସୁଝା କରୁଛି।</p><p>ସୂଚନାଯୋଗ୍ୟ, ଗତ ୨୯ ତାରିଖରେ &nbsp;ସୁବର୍ଣ୍ଣପୁର ଜିଲ୍ଲା କୁଲିପାଲି ନିକଟରେ ଯାତ୍ରୀବାହୀ ବସ୍&nbsp; ଓ ବୋଲେରୋ ମଧ୍ୟରେ ଧକ୍କା ହୋଇ ୨ ଜଣଙ୍କ ମୃତ ହୋଇଥିଲା। ମୃତକମାନେ ଦୁଇ ଭାଇ। ସେମାନେ ସୁବର୍ଣ୍ଣପୁର ତରଭା ବ୍ଲକ୍&zwnj; ବଘିଆ ଗାଁର&nbsp;।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos