ଏଣିକି ଭାଗଚାଷୀ ବି ପାଇବେ ସମସ୍ତ ସରକାରୀ ସୁବିଧା

ଭୁବନେଶ୍ୱର: ଏଣିକି ଭାଗଚାଷୀ ସରକାରୀ ସହାୟତାରୁ ବି ଲାଭ ପାଇବେ। ଇନ୍‌ପୁଟ ସବ୍‌ସିଡିଠାରୁ ଆରମ୍ଭ କରି ରିଲିଫ ପର୍ଯ୍ୟନ୍ତ ସବୁ ସହାୟତା ସେମାନେ ପାଇପାରିବେ। ଆଜି ବସିଥିବା ମନ୍ତ୍ରୀସ୍ତରୀୟ ବୈଠକରେ ଭାଗଚାଷଙ୍କ ପାଇଁ ନିଷ୍ପତ୍ତି ନିଆଯାଇଛି। ମୌସୁମୀ ଅଧିବେଶନରେ ଭାଗଚାଷୀ ଆଇନ ଆଣିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ଆଇନ ବିଭାଗରୁ ସ୍ୱୀକୃତି ମିଳିବା ପରେ ଏହାକୁ କ୍ୟାବିନେଟ୍‌ରେ ପାସ୍‌ କରାଯାଇ ମୌସୁମୀ ଅଧିବେଶନରେ ବିଲ୍‌ ଆକାରରେ ଅଣାଯିବ। ଏହି ଆଇନ ଲାଗୁ ହେଲେ ଜମି ମାଲିକଙ୍କର […]

chasi

chasi

Rakesh Mallick
  • Published: Friday, 08 July 2016
  • Updated: 08 July 2016, 10:06 PM IST

Sports

Latest News

chasiଭୁବନେଶ୍ୱର: ଏଣିକି ଭାଗଚାଷୀ ସରକାରୀ ସହାୟତାରୁ ବି ଲାଭ ପାଇବେ। ଇନ୍‌ପୁଟ ସବ୍‌ସିଡିଠାରୁ ଆରମ୍ଭ କରି ରିଲିଫ ପର୍ଯ୍ୟନ୍ତ ସବୁ ସହାୟତା ସେମାନେ ପାଇପାରିବେ। ଆଜି ବସିଥିବା ମନ୍ତ୍ରୀସ୍ତରୀୟ ବୈଠକରେ ଭାଗଚାଷଙ୍କ ପାଇଁ ନିଷ୍ପତ୍ତି ନିଆଯାଇଛି।

ମୌସୁମୀ ଅଧିବେଶନରେ ଭାଗଚାଷୀ ଆଇନ ଆଣିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ଆଇନ ବିଭାଗରୁ ସ୍ୱୀକୃତି ମିଳିବା ପରେ ଏହାକୁ କ୍ୟାବିନେଟ୍‌ରେ ପାସ୍‌ କରାଯାଇ ମୌସୁମୀ ଅଧିବେଶନରେ ବିଲ୍‌ ଆକାରରେ ଅଣାଯିବ।

ଏହି ଆଇନ ଲାଗୁ ହେଲେ ଜମି ମାଲିକଙ୍କର କିଛି କ୍ଷତି ହେବ ନାହିଁ। ଆରଆଇଙ୍କ ଉପସ୍ଥିତିରେ ଜମି ମାଲିକ ଓ ଭାଗଚାଷୀଙ୍କ ମଧ୍ୟରେ ଚୁକ୍ତି ହେବ। ଚୁକ୍ତିନାମାର କପି ତହସିଲଦାରଙ୍କ ପାଖରେ ରହିବ। ଚୁକ୍ତିବଳରେ ଭାଗଚାଷୀ ଇନପୁଟ ସବ୍‌ସିଡି, ବୀମା, ରିଲିଫ, ବିହନ କିଟ୍‌ ଇତ୍ୟାଦି ସମସ୍ତ ସରକାରୀ ସହାୟତା ପାଇପାରିବେ।

ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି, “ଏହି ଆଇନ ଲାଗୁ ପରେ ଚାଷରେ କ୍ଷତି ହେଲେ ଜଣେ ଭାଗଚାଷୀ ମଧ୍ୟ କ୍ଷତିପୂରଣ ପାଇ ପାରିବ। ମୌସୁମୀ ଅଧିବେଶନରେ ଏହି ବିଲ୍‌ ଆଣିବାକୁ ଆମେ ଚେଷ୍ଟା କରୁଛୁ।”

ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, “ଜମି ମାଲିକ ଜମି ଚାଷ କରିବାକୁ ଦେଇ ଦେଉଛନ୍ତି। ହେଲେ ଭାଗଚାଷୀଙ୍କୁ ସ୍ୱୀକାର କରୁନାହାନ୍ତି। ଏହି ଆଇନ ଲାଗୁ ହେଲେ ଜମି ମାଲିକଙ୍କର କିଛି ସମସ୍ୟା ହେବନାହିଁ। ସେମାନେ କେବଳ ଏକ ଚୁକ୍ତି କରିବେ। ଏହାଦ୍ୱାରା ଭାଗଚାଷୀ ମଧ୍ୟ କିଛି ସହାୟତା ପାଇପାରିବେ।”

ଏହି ମନ୍ତ୍ରୀସ୍ତରୀୟ କମିଟିରେ ରାଜସ୍ୱମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ସମବାୟ, କୃଷି, ଆଦିବାସୀ କଲ୍ୟାଣ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ସଦସ୍ୟ ଅଛନ୍ତି। ବିଲ୍‌ ଲାଗୁ କରିବା ପାଇଁ ଏହି କମିଟି ତହସିଲ ସ୍ତରରୁ ଚାଷୀ ଓ ଭାଗଚାଷୀଙ୍କ ଠାରୁ ମତାମତ ନେଇଥିଲେ।

ଭାଗଚାଷୀ ଚିହ୍ନଟ ପ୍ରକ୍ରିୟାରେ ଜଟିଳତାକୁ ଲକ୍ଷ୍ୟ କରି ଏହି ବିଲ୍‌ର ରୂପରେଖ କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos