ଅନିଶ୍ଚତତାରେ ଶୀତଳାପଲ୍ଲୀ ୱାଗନ୍ ଫ୍ୟାକ୍ଟ୍ରୀ ଯୋଜନା

ଭୁବନେଶ୍ୱର:ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ପ୍ରସ୍ତାବିତ ଶୀତଳାପଲ୍ଲୀ ୱାଗନ ତିଆରି କାରଖାନା କାର୍ଯ୍ୟ। ତ୍ରିରଙ୍ଗା ଯାତ୍ରା ଗସ୍ତରେ ଓଡ଼ିଶା ଆସିଥିବା କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଏନେଇ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡେଇ ଯାଇଛନ୍ତି । ସାମ୍ବାଦିକଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି,“ଦେଶରେ ବହୁ ଅଧିକ ୱାଗନ ଫ୍ୟାକ୍ଟ୍ରୀ ଥିବାରୁ ଓଡ଼ିଶାର ଶୀତଳାପଲ୍ଲୀ ୱାଗନ ପ୍ୟାକ୍ଟ୍ରୀ ପ୍ରସ୍ତାବକୁ ଆମେ ବ୍ରେକ୍‌ ଲାଭାଇବାକୁ ଚାହୁଁଛୁ। କିନ୍ତୂ ନର୍ଲାରେ ପ୍ରସ୍ତାବିତ ପିଓଏଚ୍‌ କାମ ଆଗକୁ ନେବାକୁ […]

OR photo

OR photo

Rakesh Mallick
  • Published: Saturday, 20 August 2016
  • Updated: 21 August 2016, 07:48 AM IST

Sports

Latest News

OR photoଭୁବନେଶ୍ୱର:ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ପ୍ରସ୍ତାବିତ ଶୀତଳାପଲ୍ଲୀ ୱାଗନ ତିଆରି କାରଖାନା କାର୍ଯ୍ୟ। ତ୍ରିରଙ୍ଗା ଯାତ୍ରା ଗସ୍ତରେ ଓଡ଼ିଶା ଆସିଥିବା କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଏନେଇ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡେଇ ଯାଇଛନ୍ତି । ସାମ୍ବାଦିକଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି,“ଦେଶରେ ବହୁ ଅଧିକ ୱାଗନ ଫ୍ୟାକ୍ଟ୍ରୀ ଥିବାରୁ ଓଡ଼ିଶାର ଶୀତଳାପଲ୍ଲୀ ୱାଗନ ପ୍ୟାକ୍ଟ୍ରୀ ପ୍ରସ୍ତାବକୁ ଆମେ ବ୍ରେକ୍‌ ଲାଭାଇବାକୁ ଚାହୁଁଛୁ। କିନ୍ତୂ ନର୍ଲାରେ ପ୍ରସ୍ତାବିତ ପିଓଏଚ୍‌ କାମ ଆଗକୁ ନେବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ।”

ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ଓଡ଼ିଶାର ଏକ ମାନୁଫ୍ୟାକ୍ଚରିଂ ୟୁନିଟ ତଥା ସଭିସିଂ ୟୁନିଟକୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ସ୍ଥାନାନ୍ତରଣ କରିବାକୁ କେନ୍ଦ୍ରରେ ଥିବା ବିଜେପି ସରକାର ଚକ୍ରାନ୍ତ ଚଳାଇଛି। ଏସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ମନୋଜ ସିହ୍ନାଙ୍କ ମନ୍ତବ୍ୟ ଅତ୍ୟନ୍ତ ଦାୟିତ୍ୱହୀନ। ସେ ଦାୟିତ୍ୱର ସହ କହିବା ଉଚିତ କି ଏହି ଫ୍ୟାକ୍ଟ୍ରୀ ହୋଇପାରିବ କି ନାହିଁ।”

ପିସିସି ସମନ୍ୱୟ କମିଟି ସଦସ୍ୟ ଜୟଦେବ ଜେନା କହିଛନ୍ତି,“ଜଣେ କେନ୍ଦ୍ରୀ ମନ୍ତ୍ରୀ ଓଡ଼ିଶା ମାଟି ଉପରେ କହି ଦେଇ ଗଲେ ଯେ ପ୍ରସ୍ତାବିତ ଶୀତଳାପଲ୍ଲୀ ୱାଗନ ମାନୁଫ୍ୟାକ୍ଚରିଂ ପ୍ୟାକ୍ଟ୍ରୀ ଏକ ପ୍ରକାର ବନ୍ଦ କରିବାକୁ ଓ ନର୍ଲା କାର୍ଯ୍ୟ ଆଗେଇବାକୁ। ଏହାକୁ ଅନିଶ୍ଚିତତା କୁହାଯିବ ନାହିଁ ଏହା ଓଡ଼ିଶା ବିପକ୍ଷରେ କେନ୍ଦ୍ର ସରକାରଙ୍କର ଏକ ଚରମ ଅବହେଳା। ସରକାର ଓଡ଼ିଶା ବାସୀଙ୍କୁ ଲଲିପପ୍‌ ଦେଖାଇ ପ୍ରକଳ୍ପକୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିଛନ୍ତି ଏ କେନ୍ଦ୍ର ସରକାର।”

ଏହାକୁ ଖଣ୍ଡନ କରି କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି,“ମୁଁ ଏ ସମ୍ପର୍କରେ ଯାହା କହିବା କଥା କହି ସାରିଛି। ରାଜନୈତିକ ଆରୋପର ମୁଁ ଉତ୍ତର ଦେବାକୁ ଠିକ ମଣୁନାହିଁ।”

କିଛ ମାସ ତଳେ ଭୁବନେଶ୍ୱର ରେଳ ଷ୍ଟେସନରେ ୱାଇଫାଇ ସେବା ଉଦ୍‌ଘାଟନ ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁ କହିଥିଲେ ଯେ ନର୍ଲାର ୱାଗନ ଫ୍ୟାକ୍ଟ୍ରୀ ନେଇ ରେଳବାଇ ପିଙ୍କ ବୁକ୍‌ରେ ଉଲ୍ଲେଖ ନାହିଁ। ପରେ ଏଥିପାଇଁ ଗଠିତ ଜଏଣ୍ଟ ୱାର୍କିଂ ଗ୍ରୁପର ସୁପାରିଶ ଆଧାରରେ କଳାହାଣ୍ଡି ଇଲେକ୍‌ଟ୍ରିକ୍‌ ଲୋକମୋଟିଭ୍ ପିରିୟଡ ଓଭରହଲ (ପିଓଏଚ୍‌)ୱାର୍କସପ୍ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story