ସର୍ବୋଦୟପୁର-ସୁଇପର କଲୋନୀ ଗଣ୍ଡଗୋଳ ଘଟଣାରେ ଆଉ ୨୫ଗିରଫ

କଟକ: କମେଣ୍ଟମରାକୁ ନେଇ କଟକର ସର୍ବୋଦୟପୁର ଓ ସୁଇପର କଲୋନୀ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ଆଉ ୨୫ ଜଣଙ୍କୁ ଗିରଫ କରିଛି ବାଦାମବାଡ଼ି ପୋଲିସ୍‌। ସେମାନଙ୍କ ମଧ୍ୟରେ ୧୩ ଜଣ ମହିଳା ଅଛନ୍ତି।

ଗତକାଲି କମେଣ୍ଟମରାକୁ କେନ୍ଦ୍ର କରି ସର୍ବୋଦୟପୁର ଓ ସୁଇପର କଲୋନୀ ମଧ୍ୟରେ ଗଣ୍ଡଗୋଳ ହେବା ପରେ ରାଜାବଗିଚା-ଖାନନଗର ମୁଖ୍ୟ ରାସ୍ତାରେ ଉଭୟପକ୍ଷରୁ କାଚବୋତଲ ଓ ପଥର ମାଡ଼ ହୋଇଥିଲା। ଗଣ୍ଡଗୋଳରେ ୨ ଜଣ ଲୋକଙ୍କ ସହ ବାଦାମବାଡି ଓ ପୁରୀଘାଟ ଥାନା ଆଇଆଇସି ମଧ୍ୟ ଆହତ ହୋଇଥିଲେ। ଏହି ଘଟଣାରେ ଗତକାଲି ପୋଲିସ ଉଭୟ ସାହିର ୨୭ ଜଣଙ୍କୁ ଗିରଫ କରିଥିଲା। ଆଜି ଆଉ ୨୫ଜଣଙ୍କୁ ଗିରଫ କରିଛି। ଫଳରେ ଗିରଫଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି।