ଜୀବନ ହାରିଲେ ଆଉ ଜଣେ ଚାଷୀ

କେନ୍ଦୁଝର: ଫସଲହାନି ଓ ଋଣବୋଝ ଯୋଗୁଁ ବୁଧବାର ରାଜ୍ୟରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପୁରୁଷୋତ୍ତମ ଦେହୁରୀ (୩୫)। ତାଙ୍କ ଘର କେନ୍ଦୁଝର ଜିଲ୍ଲାର ଜନାର୍ଦ୍ଦନପୁର ଗାଁରେ। ଗତ ଗୁରୁବାର ରାତିରେ ପୁରୁଷୋତ୍ତମ କୀଟନାଶକ ଔଷଧ ପିଇ ଦେଇଥିଲେ। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ପୁରୁଷୋତ୍ତମ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ୩୦,୦୦୦ ଓ କୋ-ଅପରେଟିଭ୍ […]

kendujhar-farmer-suicide

kendujhar-farmer-suicide

Rakesh Mallick
  • Published: Wednesday, 23 March 2016
  • Updated: 24 March 2016, 02:38 AM IST

Sports

Latest News

[caption id="attachment_75260" align="alignleft" width="300"]kendujhar-farmer-suicide ଆତ୍ମହତ୍ୟା କରିଥିବା ଚାଷୀ ପୁରୁଷୋତ୍ତମ ଦେହୁରୀ[/caption]

କେନ୍ଦୁଝର: ଫସଲହାନି ଓ ଋଣବୋଝ ଯୋଗୁଁ ବୁଧବାର ରାଜ୍ୟରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପୁରୁଷୋତ୍ତମ ଦେହୁରୀ (୩୫)। ତାଙ୍କ ଘର କେନ୍ଦୁଝର ଜିଲ୍ଲାର ଜନାର୍ଦ୍ଦନପୁର ଗାଁରେ।

ଗତ ଗୁରୁବାର ରାତିରେ ପୁରୁଷୋତ୍ତମ କୀଟନାଶକ ଔଷଧ ପିଇ ଦେଇଥିଲେ। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

ପୁରୁଷୋତ୍ତମ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ୩୦,୦୦୦ ଓ କୋ-ଅପରେଟିଭ୍ ବ୍ୟାଙ୍କରୁ ୧୦,୦୦୦ ଟଙ୍କା ଋଣ କରି ନିଜର ୨ ଏକ ଜମିରେ ବିଲାତି ଚାଷ କରିଥିଲେ। କିନ୍ତୁ ସ୍ୱଳ୍ପ ବୃଷ୍ଟି ଯୋଗୁଁ ତାଙ୍କର ଚାଷ ଉଜୁଡ଼ି ଯାଇଥିଲା। ଫଳରେ ଋଣ ଶୁଝିବା ନେଇ ସେ ଚିନ୍ତାରେ ଥିଲେ। ଋଣ ଶୁଝିବା ପାଇଁ ସେ ତାଙ୍କ ବାପାଙ୍କୁ ଟଙ୍କା ମାଗିଥିଲେ। ତେବେ ତାଙ୍କ ବାପା ଏତେ ପରିମାଣ ଟଙ୍କା ଯୋଗାଡ଼ କରିବାରେ ନିଜ ଅସମର୍ଥତା ଜାହିର କରିବା ପରେ ପୁରୁଷୋତ୍ତମ ଗତ ଗୁରୁବାର ରାତିରେ କୀଟନାଶକ ଔଷଧ ପିଇ ଦେଇଥିଲେ।

ପୁରୁଷୋତ୍ତମଙ୍କ ବାପା ସୁନା ଦେହୁରୀ କହିଛନ୍ତି,“ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ତିରିଶ ହଜାର ଓ କୋ-ଅପରେଟିଭ୍ ବ୍ୟାଙ୍କରୁ ଦଶ ହଜାର ଟଙ୍କା ଋଣ କରି ସେ ଦୁଇ ଏକର ଜମିରେ ବିଲାତି ଚାଷ କରିଥିଲା। କିନ୍ତୁ ଏ ବର୍ଷ ବର୍ଷା ଭଲ ନ ହେବାରୁ ଜମିକୁ ପାଣି ମଡ଼ାଇବାରେ ଅସୁବିଧା ହେଲା। ତେଣୁ ଫସଲ ଭଲ ହେଲାନି। ସେଥିପାଇଁ ସେ ଚିନ୍ତାରେ ପଡ଼ିଗଲା। ଋଣ ଟଙ୍କା ଶୁଝିବା ନେଇ ସେ ବହୁତ ଚିନ୍ତିତ ରହୁଥିଲା। ଏପରିକି ଦିନେ ଦୁଇ ଦିନ କିଛି ଖାଇ ନ ଥିଲା। ଚିନ୍ତା ନ କରିବାକୁ ମୁଁ କହିଥିଲି। ଆର ବର୍ଷକୁ ପୁଣି ଚାଷ କରିବାକୁ କହିଥିଲି। କିନ୍ତୁ ଋଣ ଟଙ୍କା କେମିତି ଶୁଝିବ କହି ସେ ଚିନ୍ତାରେ ରହୁଥିଲା। ସେଇ ଚିନ୍ତାରେ ସେ ଆତ୍ମହତ୍ୟା କରିଛି।”

ଗତକାଲି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ଅନ୍ତର୍ଗତ ହରଭଙ୍ଗା ଗାଁରେ ନନ୍ଦିଘୋଷ ବାରିକ ନାମକ ଜଣେ ଚାଷୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ଫସଲ ନଷ୍ଟ ହୋଇଯାଇଥିବାରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ନନ୍ଦିଘୋଷ ହାତ ଉଧାରି କରି ଧାନ, ମୁଗ ଓ ଚିନାବାଦାମ ଚାଷ କରିଥିଲେ।

ସେହିପରି ସୋମବାର ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ବ୍ଲକ୍ ଆଖୁପାଳ ଗାଁର ଭାଗଚାଷୀ ପ୍ରଫୁଲ୍ଲ ସିଂହ ବିଷ ପିଇ ଆତ୍ମହତ୍ୟା କରିଥିଲେ। ସେ ବି ଫସଲହାନି ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୬ ତାରିଖରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ବିଧାନସଭାରେ କହିଥିଲେ ଯେ ୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟରେ ୧୭୪ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ବରଗଡ଼ରେ ସର୍ବାଧିକ ୨୬ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ତେବେ କୌଣସି ଚାଷୀ ଫସଲହାନି ଅବା ଋଣବୋଝ ଯୋଗୁଁ ଆତ୍ମହତ୍ୟା କରି ନାହାନ୍ତି। ତଦନ୍ତ ରିପୋର୍ଟରୁ ଏହି ତଥ୍ୟ ଆସିଛି ବୋଲି ସେ କହିଥିଲେ। ଅସୁସ୍ଥତା, ପାରିବାରିକ କଳହ, ମଦ୍ୟପାନ ଓ ହୃଦଘାତ ଆଦି ଯୋଗୁଁ ଏହି ଚାଷୀମାନେ ଆତ୍ମହତ୍ୟା କରିଥିବା ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି ବୋଲି ସେ କହିଥିଲେ।

ସରକାରଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ୨୦୧୫-୧୬ ଆର୍ଥିକ ବର୍ଷରେ ବାଲେଶ୍ୱରରେ ୮ ଜଣ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ଭଦ୍ରକରେ ୩, ବୌଦ୍ଧରେ ୩, କଟକରେ ୧୦, ଦେବଗଡ଼ରେ ଜଣେ, ଢେଙ୍କାନାଳରେ ୬, ଗଜପତିରେ ଜଣେ, ଗଞ୍ଜାମରେ ୭, ଜଗତସିଂହପୁରରେ ୨, ଯାଜପୁରର ୭, ଝାରସୁଗୁଡ଼ାରେ ୨, କୋରାପୁଟରେ ୫, ଖୋର୍ଦ୍ଧାରେ ୫, କେନ୍ଦୁଝରରେ ୪, ମୟୂରଭଞ୍ଜରେ ୭, ନବରଙ୍ଗପୁରର ୫, କଳାହାଣ୍ଡିରେ ୬ ଓ କେନ୍ଦ୍ରାପଡ଼ାରେ ୬ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ସେହିପରି ସୁନ୍ଦରଗଡ଼ରେ ୬ଜଣ, ସମ୍ବଲପୁରରେ ୭ ଓ ସୁବର୍ଣ୍ଣପୁରରେ ୩ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story