ରମେଶଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା

ବ୍ରହ୍ମପୁର: ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଓ ଅପରାଧୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଗିରଫ ହୋଇଥିବା ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ନାଁରେ ବ୍ରହ୍ମପୁର ପୋଲିସ୍ ବୁଧବାର ଆଉ ଏକ ମାମଲା ରୁଜୁ କରିଛି। ଜୋର ଜବରଦସ୍ତି କରି ଜମି କିଣି ନେଇଥିବା ଅଭିଯୋଗରେ ବ୍ରହ୍ମପୁର ଟାଉନ୍‌ ଥାନାରେ ତାଙ୍କ ନାଁରେ ଏହି ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ତାଙ୍କ ସହିତ ଆଉ ଚାରି ଜଣଙ୍କ ନାଁରେ ମଧ୍ୟ ଏଫଆଇଆର୍ ହୋଇଛି। ଅନ୍ୟମାନେ ହେଲେ […]

ramesh jena

ramesh jena

Rakesh Mallick
  • Published: Wednesday, 16 March 2016
  • Updated: 19 March 2016, 10:50 AM IST

rameshବ୍ରହ୍ମପୁର: ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଓ ଅପରାଧୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଗିରଫ ହୋଇଥିବା ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ନାଁରେ ବ୍ରହ୍ମପୁର ପୋଲିସ୍ ବୁଧବାର ଆଉ ଏକ ମାମଲା ରୁଜୁ କରିଛି। ଜୋର ଜବରଦସ୍ତି କରି ଜମି କିଣି ନେଇଥିବା ଅଭିଯୋଗରେ ବ୍ରହ୍ମପୁର ଟାଉନ୍‌ ଥାନାରେ ତାଙ୍କ ନାଁରେ ଏହି ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ତାଙ୍କ ସହିତ ଆଉ ଚାରି ଜଣଙ୍କ ନାଁରେ ମଧ୍ୟ ଏଫଆଇଆର୍ ହୋଇଛି। ଅନ୍ୟମାନେ ହେଲେ ରମେଶଙ୍କ ବାପା ଅରକ୍ଷିତ ଜେନା, ବ୍ରହ୍ମପୁର କର୍ପୋରେଟର୍ ଆର୍.ମୂରଲୀ ମୋହନ, ବିଲ୍‌ଡର ବୁନା ସାହୁ ଓ ବାବୁଲା ସାହାଣି। ରମେଶ ଓ ତାଙ୍କ ବାପା ପୂର୍ବରୁ ଜେଲରେ ଥିବା ବେଳେ ଆଜି ମୂରଲୀ ଓ ବୁନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ୍। କୋର୍ଟରେ ହାଜର ପରେ ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ତେବେ ବାବୁଲା ଫେରାର ରହିଛି। ପୋଲିସ୍‌ ତାକୁ ଖୋଜୁଛି।

ବ୍ରହ୍ମପୁର ଏସ୍‌ପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି,“ଜଣେ ବ୍ୟକ୍ତି ଆସି ଅଭିଯୋଗ କରିଥିଲେ ଯେ ତାଙ୍କ ଜମିକୁ କିଣିବା ପାଇଁ ଜଣେ ବିଲ୍‌ଡର ରମେଶଙ୍କୁ ସଂପୃକ୍ତ କରିଥିଲେ। ରମେଶ ତାଙ୍କ ସହିତ ଜମି କିଣାକିଣି ନେଇ କଥାବାର୍ତ୍ତା କରିଥିଲେ। ସେ କୌଣସି ଅର୍ଥ ନ ଦେଇ ଜମିଟିକୁ ମୂରଲୀଙ୍କ ନାଁରେ କରାଇ ନେଇଥିଲେ। ପରେ ମୂରଲୀ ଉକ୍ତ ଜମିଟିକୁ ସେହି ବିଲ୍‌ଡରଙ୍କ ନାମରେ କରିଥିଲେ। ଏହା ପରେ ଜମି କିଣା ନେଇ ଏକ ବହୁତ ବଡ଼ ଷଡ଼ଯନ୍ତ୍ର ହୋଇଥିବା ଉକ୍ତ ବ୍ୟକ୍ତି ଜଣଙ୍କ ଅନୁଭବ କଲେ। ତାଙ୍କୁ ଧମକଚମକ ଦେଇ ବହୁ ଶସ୍ତାରେ ରମେଶ ସେ ଜମିଟି କିଣି ନେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ। ତାଙ୍କରି ଅଭିଯୋଗ ଆଧାରରେ ରମେଶଙ୍କ ନାଁରେ ଜମି ହଡ଼ପ ମାମଲା ରୁଜୁ କରାଯାଇଛି। ଏହା ସହିତ ତାଙ୍କ ବାପା ଅରକ୍ଷିତ, ମୂରଲୀ, ବିଲ୍‌ଡର ବୁନା ସାହୁ ଓ ବାବୁଲା ସାହାଣି ନାଁରେ ମଧ୍ୟ ଏହି ଜମି ହଡ଼ପ ଘଟଣାରେ ମାମଲା ରୁଜୁ କରାଯାଇଛି।”

ରମେଶଙ୍କୁ ବ୍ରହ୍ମପୁର ପୋଲିସ୍ ପୁଣି ୭ ଦିନ ରିମାଣ୍ଡରେ ନେଇ ପଚରାଉଚରା କରୁଛି। ଏହି ପଚରାଉଚରା ବେଳେ ଅନେକ ତଥ୍ୟ ଆସିଥିବା ଜଣାପଡ଼ିଛି।

ବ୍ରହ୍ମପୁର ଏସ୍‌ପି କହିଛନ୍ତି,“ବିଶାଖାପାଟଣାରେ ରମେଶଙ୍କର ଗୁଟ୍‌ଖା ବ୍ୟବସାୟ ସଂପର୍କିତ ଲିଙ୍କ୍ ମିଳିଛି। ସେଠାରେ ତାଙ୍କର ଜଣେ ସହଯୋଗୀ କେଏଫ୍ଆଇ ନାଁରେ ଏକ ଗୁଟ୍‌ଖା କଂପାନୀ ଚଳାଉଥିଲେ। ଉକ୍ତ କଂପାନୀଟିକୁ କେନ୍ଦ୍ର ଅବକାରୀ ବିଭାଗ ବନ୍ଦ କରି ଦେଇଛି। ତେବେ ଏ ସଂପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ଆମର ଏକ ଟିମ୍ ବିଶାଖାପାଟଣା ଯାଇଛି।”

ବ୍ରହ୍ମପୁର ମହାନଗର ନିଗମରେ ୨୦୧୫- ୧୬ ଆର୍ଥିକ ବର୍ଷରେ ହୋଇଥିବା ବିଭିନ୍ନ ଠିକାଦାରୀ କାମରେ ଫିକ୍ସିଂ ହୋଇଛି କି ନାହିଁ, ତା’ର ବି ତଦନ୍ତ କରୁଛି ବ୍ରହ୍ମପୁର ପୋଲିସ୍। ଏନେଇ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି,“ଟେଣ୍ଡର ଫିକ୍ସିଂ ନେଇ ତଦନ୍ତ କରାଯାଉଛି। ୨୦୧୫-୧୬ ଆର୍ଥିକ ବର୍ଷରେ ବିଏମ୍‌ସିରେ ହୋଇଥିବା ବିଭିନ୍ନ ଟେଣ୍ଡର ସଂପର୍କିତ ଫାଇଲ୍ ମଗାଯାଇଛି। ବିଏମ୍‌ସି କର୍ତ୍ତୃପକ୍ଷଙ୍କଠାରୁ ସେ ସବୁ ମିଳିବା ପରେ ଟେଣ୍ଡର ଫିକ୍ସିଂ ହୋଇଛି କି ନାହିଁ ତା’ର ତଦନ୍ତ କରାଯିବ।”

ସୂଚନାଯୋଗ୍ୟ, ଏହା ପୂର୍ବରୁ ରମେଶ ଜେନାଙ୍କ ନାଁରେ ମାର୍ଚ୍ଚ ୧୨ ତାରିଖରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ଦୁଇଟି ସଙ୍ଗୀନ ମାମଲା ରୁଜୁ ହୋଇଥିଲା। ବିଏନ୍‌ପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ବ୍ରହ୍ମପୁର ଟାଉନ୍‌ ଥାନାରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ବାବାଜୀତୋଟା ସାହିର ଶତପଥୀ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ଘଟଣାରେ ରମେଶ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ସଂପୃକ୍ତ ପରିବାର ଲୋକଙ୍କ ଅଭିଯୋଗ ଓ ରମେଶଙ୍କୁ ଜେରା ବେଳେ ମିଳିଥିବା ସୁରାକ୍ ଆଧାରରେ ଏହି ଦୁଇଟି ମାମଲା ରୁଜୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story