ଅନୁଗୋଳ ଜେଲ୍‌ରେ ଅନଶନରତ ୬ କଂଗ୍ରେସ କର୍ମୀ ଅସୁସ୍ଥ, ୪ କଟକ ସ୍ଥାନାନ୍ତର

ଅନୁଗୋଳ/କଟକ: ଗତ ୧୬ ତାରିଖ ଦିନ ଓଡ଼ିଶା ବନ୍ଦ ପାଳନ ବେଳେ ଅନୁଗୋଳର ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ଓ ଥାନା ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ଅନୁଗୋଳ ଜେଲ୍‌ରେ ଥିବା ୧୩ ଜଣ କଂଗ୍ରେସ କର୍ମୀ ଗତକାଲି ଠାରୁ ଅନଶନରେ ବସିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛାତ୍ର କଂଗ୍ରେସର ରାଜ୍ୟ ସଂପାଦକ ସୁଦୀପ୍ତ କୁମାର ମିଶ୍ରଙ୍କ ସମେତ ୪ ଜଣଙ୍କ […]

anugul-jail

anugul-jail

Rakesh Mallick
  • Published: Thursday, 18 August 2016
  • Updated: 18 August 2016, 02:45 PM IST

Sports

Latest News

anugul-jailଅନୁଗୋଳ/କଟକ: ଗତ ୧୬ ତାରିଖ ଦିନ ଓଡ଼ିଶା ବନ୍ଦ ପାଳନ ବେଳେ ଅନୁଗୋଳର ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ଓ ଥାନା ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ଅନୁଗୋଳ ଜେଲ୍‌ରେ ଥିବା ୧୩ ଜଣ କଂଗ୍ରେସ କର୍ମୀ ଗତକାଲି ଠାରୁ ଅନଶନରେ ବସିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛାତ୍ର କଂଗ୍ରେସର ରାଜ୍ୟ ସଂପାଦକ ସୁଦୀପ୍ତ କୁମାର ମିଶ୍ରଙ୍କ ସମେତ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆଉ ଦୁଇ ଜଣଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅନୁଗୋଳ ଜେଲ୍‌ର ଜେଲର ଜନାର୍ଦ୍ଦନ ମଲ୍ଲିକ କହିଛନ୍ତି,“ଗତକାଲି ସେମାନେ ଅନଶନରେ ବସିଥିଲେ। ଖାଦ୍ୟ,ଜଳ ଗ୍ରହଣ କରି ନ ଥିଲେ। ଫଳରେ ସନ୍ଧ୍ୟା ବେଳକୁ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ହୋଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କଟକ ପଠାଯାଇଛି।”

କଟକ ନଗର କଂଗ୍ରେସ କମିଟି ସଭାପତି ଇଂ ମହମ୍ମଦ ମୋକିମ ସେମାନଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ ଉତ୍ତମ ସେବା ଯୋଗେଇ ଦେବାକୁ ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ୩ ଜଣ ନାବାଳକଙ୍କ ସମେତ ୧୬ କଂଗ୍ରେସ କର୍ମୀଙ୍କୁ ଗିରଫ ପ୍ରତିବାଦରେ ଗତକାଲି ଦଳ ପକ୍ଷରୁ ଅନୁଗୋଳ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ନିଜେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏଥିରେ ସାମିଲ ହୋଇଥିଲେ। ଏସ୍‌ପି ଅଫିସ୍ ନିକଟରେ ଦଳ ପକ୍ଷରୁ ପ୍ରତିବାଦ ସଭା ମଧ୍ୟ କରାଯାଇଥିଲା। ତେବେ ସଭା ଶେଷରେ ଉପସ୍ଥିତ ପୋଲିସ୍ ଉପରକୁ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଥିଲା।

ଗିରଫ ୧୬ ଜଣଙ୍କ ଜାମିନ ନାମଞ୍ଜୁର ହୋଇଯିବା ପରେ ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ ଅନୁଗୋଳ ଜେଲ୍‌କୁ ପଠାଇ ଦିଆଯାଇଥିଲା ବେଳେ ନ ନାବାଳକଙ୍କୁ ପର୍ଯ୍ୟବେକ୍ଷଣ ଗୃହକୁ ପଠାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story