ଅନୁଗୋଳ: ପୋଲ ତଳକୁ ଖସି ପଡ଼ିଲା ବସ୍, ୧୯ ମୃତ, ୩୦ଆହତ

ଅନୁଗୋଳ/କଟକ: ବୌଦ୍ଧରୁ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଆସୁଥିବା ମହାରାଜା ନାମକ ଏକ ଘରୋଇ ବସ୍ ଆଜି ସକାଳ ପ୍ରାୟ ୯ଟା ବେଳେ ପୁରୁଣା ମାଣତ୍ରୀ ନିକଟରେ ଏକ ପୋଲ ତଳକୁ ଖସି ପଡ଼ିବାରୁ ୧୯ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୭ ଜଣ କଲେଜ ଛାତ୍ରଛାତ୍ରୀ ଓ ଜଣେ ଶିଶୁ ଥିବା ଜଣାପଡ଼ିଛି। ୧୨ ଜଣ ଆହତମାନଙ୍କୁ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ବେଳେ ଅନ୍ୟମାନଙ୍କୁ ଅନୁଗୋଳ […]

bus

bus

Rakesh Mallick
  • Published: Friday, 09 September 2016
  • Updated: 09 September 2016, 10:53 PM IST

Sports

Latest News

bus1ଅନୁଗୋଳ/କଟକ: ବୌଦ୍ଧରୁ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଆସୁଥିବା ମହାରାଜା ନାମକ ଏକ ଘରୋଇ ବସ୍ ଆଜି ସକାଳ ପ୍ରାୟ ୯ଟା ବେଳେ ପୁରୁଣା ମାଣତ୍ରୀ ନିକଟରେ ଏକ ପୋଲ ତଳକୁ ଖସି ପଡ଼ିବାରୁ ୧୯ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୭ ଜଣ କଲେଜ ଛାତ୍ରଛାତ୍ରୀ ଓ ଜଣେ ଶିଶୁ ଥିବା ଜଣାପଡ଼ିଛି। ୧୨ ଜଣ ଆହତମାନଙ୍କୁ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ବେଳେ ଅନ୍ୟମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନୁଗୋଳ ଅଣାଯାଇଥିବା ଆହତଙ୍କ ମଧ୍ୟରୁ ୭ ଜଣଙ୍କୁ କଟକ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ପ୍ରୀତିମଞ୍ଜରୀ ନାୟକ ନାମକ ଜଣେ ଆହତଙ୍କୁ ପ୍ରଥମେ ହେଲିକପ୍ଟରରେ କଟକ ଅଣାଯାଇଥିବା ବେଳେ ପରେ ଆଉ ୪ ଜଣଙ୍କୁ ଅଣାଯାଇଥିଲା। ସେହିପରି ଅନ୍ୟ ଦୁଇ ଜଣଙ୍କୁ ଆମ୍ବୁଲାନ୍ସରେ କଟକ ଅଣାଯାଇଛି।

ମୃତକମାନେ ହେଲେ ମିତ୍ରଭାନୁ ମହାକୁଡ଼, ରତନ ସାହୁ, ଦେବାଶିଷ ନାୟକ (କୁନ୍ଦନାଳି), ଉଷା ମହାକୁଡ଼, ଖେଡ଼ୁ ଦେହୁରୀ, କାଳନ୍ଦୀ ମହାନନ୍ଦିଆ (ଆଠମଲ୍ଲିକ), ଯଶସ୍ୱୀ ମହାକୁଡ଼ (ଫୁଲବାଣୀ), ପାର୍ବତୀ ପ୍ରଧାନ (ମାନରବେଢ଼ା), ଆରତି ଭୁକ୍ତା (ଆଠମଲ୍ଲିକ), ଚାପଧାରୀ ଦାସ (ମାଧପୁର), ବାପଲିନ ଗାଇଗୌରିଆ, ରତ୍ନପ୍ରଭା ମେଣ୍ଡେଳି (ମାଧପୁର), ରବୀନ୍ଦ୍ର ମହାକୁଡ଼ ଓ ରନିଲତା ମହାକୁଡ଼ (ବୌଦ୍ଧ), ସାଧୁ ପ୍ରଧାନ (ବୌଦ୍ଧ ଗୁଦ୍‌ଗୁଦା) ଓ ଜଗମୋହନ ଛତର (ହିଂସାଇ)।

ଅନୁଗୋଳ ଜିଲ୍ଲାପାଳ ଅନୀଲ ସାମଲ କହିଛନ୍ତି,“ଦୁର୍ଘଟଣାଗ୍ରସ୍ତ ବସ୍‌ଟିରେ ୬୦ ରୁ ୬୫ ଜଣ ଯାତ୍ରୀ ଥିଲେ। ୧୨ ଜଣ ଆହତଙ୍କୁ ଆଠମଲ୍ଲିକ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।”

ଆଠମଲ୍ଲିକ ଏସ୍‌ଡିପିଓ ଗୋପାଳ ପଟ୍ଟନାୟକ କହିଛନ୍ତି,“ବସ୍‌ଟି ପ୍ରାୟ କୋଡିଏ ପଚିଶ ଫୁଟ୍‌ ତଳେ ପଡ଼ିଯାଇଥିଲା। ବସ୍‌ଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଛି।”

ଏ ଘଟଣାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଯୋଗାଇ ଦେବାକୁ ସେ ଘୋଷଣା କରିଛନ୍ତି। ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଦୁର୍ଘଟଣାର ସମୀକ୍ଷା କରିଥିଲେ। ଏହା ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି,“ଘଟଣାର ତଦନ୍ତ ଦାୟିତ୍ୱ ଅନୁଗୋଳ ଜିଲ୍ଲାପାଳଙ୍କୁ ଦିଆଯାଇଛି। ୩ ଦିନ ମଧ୍ୟରେ ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏ ଘଟଣାରେ ଦୁଃଖପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି,“ଏ ଘଟଣା ଦୁଃଖଦାୟକ ଓ ହୃଦୟବିଦାରକ।” ଏହା ସହିତ ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।

ପରିବହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି,“ଏହା ଏକ ଦୁଃଖଦ ଘଟଣା। ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ କରାଯିବ। ଏନେଇ ଆର୍‌ଟିଓଙ୍କୁ ରିପୋର୍ଟ ମଗାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story